ETV Bharat / state

ସିରିଜ ଲୁଟ ପରେ ସିରିଜ ଏନକାଉଣ୍ଟର, ଅପରାଧୀଙ୍କୁ କାବୁ କଲା ଭଦ୍ରକ ପୋଲିସ

author img

By

Published : Dec 2, 2021, 7:13 AM IST

ଭଦ୍ରକ ଜିଲ୍ଲା ପୋଲିସକୁ ବଡ ସଫଳତା । ଲୁଟର ସହର ପାଲଟିଥିବା ଦୁଇ ହାର୍ଡକୋର ଅପରାଧୀଙ୍କୁ ଏନକାଉଣ୍ଟର କରିବା ସହ ଅନ୍ୟ 4 ଅପରାଧୀଙ୍କୁ ମଧ୍ୟ କାବୁ କରିବାରେ ସଫଳ ହୋଇଛି ପୋଲିସ । ଗତ ୨୬ ତାରିଖ ଦିନ ଭଦ୍ରକ ଚରମ୍ପା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଥିବା ଏସବିଆଇ ଏଟିଏମରୁ ୨୮ ଲକ୍ଷ ଟଙ୍କା ଲୁଟ କରିଥିଲେ ଏହି ଅପରାଧୀ ଗ୍ୟାଙ୍ଗ । ଅଧିକ ପଢନ୍ତୁ

Bhadrak police serial encounter
ସିରିୟଲ ଲୁଟ ପରେ ସିରିଜ ଏନକାଉଣ୍ଟର କରି ଅପରାଧୀଙ୍କୁ କାବୁ କଲା ଭଦ୍ରକ ପୋଲିସ

ଭଦ୍ରକ : ସିରିଜ ଲୁଟ ପରେ ସିରିଜ ଏନକାଉଣ୍ଟର । ଭଦ୍ରକ ଜିଲ୍ଲା ପୋଲିସକୁ ବଡ ସଫଳତା। ଲୁଟର ସହର ପାଲଟିଥିବା ଦୁଇ ହାର୍ଡକୋର ଅପରାଧୀଙ୍କୁ ଏନକାଉଣ୍ଟର କରିବା ସହ ଅନ୍ୟ 4 ଅପରାଧୀଙ୍କୁ ମଧ୍ୟ କାବୁ କରିବାରେ ସଫଳ ହୋଇଛି ଭଦ୍ରକ ପୋଲିସ। କିଛି ଦିନ ପୂର୍ବରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗା ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ପୋଲିସ ଏନ୍‌କାଉଣ୍ଟର କରିଥିଲା। ଅପରାଧୀ ବାପିର ଗୋଡରେ ୨ଟି ଗୁଳି ବାଜିବା ସହ ଅନ୍ୟ ଏକ ସହଯୋଗୀକୁ ମଧ୍ଯ ପୋଲିସ କାବୁ କରିବାରେ ସଫଳ ହୋଇଥିଲା।

ସିରିୟଲ ଲୁଟ ପରେ ସିରିଜ ଏନକାଉଣ୍ଟର କରି ଅପରାଧୀଙ୍କୁ କାବୁ କଲା ଭଦ୍ରକ ପୋଲିସ
ସୂଚନାଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ନିକଟରେ ପୋଲିସ ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ଆହତ ୨ ଅପରାଧିଙ୍କୁ ଜରୁରୀ ଚିକିତ୍ସା ପାଇଁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ୨ ଅପରାଧୀ ହେଉଛନ୍ତି ବାଲେଶ୍ୱର ସୋର ଅଞ୍ଚଳର ପ୍ରହ୍ଲାଦ ଦାସ ଏବଂ ନୀଳଗିରି ଅଞ୍ଚଳର ସୁଶାନ୍ତ ମଲ୍ଲିକ ବୋଲି ଜଣାପଡ଼ିଛି । ଏହି ଅପରାଧୀମାନେ ଗତ ୨୬ ତାରିଖ ଦିନ ଭଦ୍ରକ ଚରମ୍ପା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଥିବା ଏସବିଆଇ ଏଟିଏମରୁ ୨୮ ଲକ୍ଷ ଟଙ୍କା ଲୁଟ କରିଥିଲେ । ଏହାସହ ଗତ ୧୦ ତାରିଖ ଭଦ୍ରକ ଆରଡ଼ି ଛକ ନିକଟରେ ଥିବା ଏକ ଔଷଧ ଦୋକାନ ଏବଂ ୧୧ ତାରିଖ ଦିନ ସେହି ଆରଡ଼ି ଛକ ନିକଟରେ ଏକ ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଏବଂ ଗୁଳି ଫୁଟାଇ ନଗଦ ଟଙ୍କା ଏବଂ ଅଳଙ୍କାର ଲୁଟ ଘଟଣାରେ ଜଡ଼ିତ ଥିବା ପୋଲିସ ପ୍ରକାଶ କରିଛି ।

ଗତ ୨୬ ତାରିଖ ଦିନ ଚରମ୍ପା ଏସବିଆଇ ଏଟିଏମରୁ ଲୁଟ ହୋଇଥିବା ୨୮ ଲକ୍ଷ ଟଙ୍କାରୁ ପୋଲିସ ସେମାନଙ୍କ ଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି । ଏହି ଅପରାଧୀଙ୍କ ସହ ମୋଟ ୬ ଜଣ ଗତ କିଛିଦିନ ହେବ ବରପଦା ନିକଟରେ ଏକ ଘରଭଡା ନେଇ ରହୁଥିଲେ । ସେମାନଙ୍କ ନିକଟରୁ ପୋଲିସ ୩ ଗୋଟି ପିସ୍ତଲ, ୪ ଗୋଟି ମେଗାଜିନ,୧୫ ଗୋଟି ଜୀବନ୍ତ ଗୁଳି,୫ ଗୋଟି ମୋବାଇଲ ଫୋନ, ୩ ଗୋଟି ବାଇକ,ଗୋଟିଏ ଗ୍ୟାସ କଟର ଟାଙ୍କି,ଗୋଟିଏ ଖଣ୍ଡା, ଗୋଟିଏ ଛୁରୀ,ଡୁପ୍ଲିକେଟ ଚାବି ଏବଂ ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି । ଥାନାରେ ଅଟକ ୪ ଜଣଙ୍କ ମଧ୍ୟରୁ ସେମାନଙ୍କ ମଧ୍ୟରେ ଜଣେ ବିହାରୀ ଅପରାଧୀ ରହିଥିବା ପୋଲିସ କହିଛି । ଏହି ଘଟଣା ପରେ ଗତ କିଛିଦିନ ହେବ ଭଦ୍ରକ ସହର ଏବଂ ଏହାର ପାଖ ଆଖ ଅଞ୍ଚଳରେ ବଢ଼ିଚାଲିଥିବା ଅପରାଧରେ ବିହାରୀ ଅପରାଧୀଙ୍କ ସମ୍ପୃକ୍ତିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଗତ କିଛିବର୍ଷ ତଳେ ବିହାରୀ ଅପରାଧୀ ମାନେ ଦିନ ଦିପ୍ରହରେ ସହର ମଧ୍ୟସ୍ଥଳରେ ଥିବା ଏଲଆଇସି ଅଫିସ ଆଗରେ ଗୁଳି ଫୁଟାଇ ଏଲଆଇସି ଟଙ୍କା ବାକ୍ସ ଲୁଟ କରିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଅପରାଧୀଙ୍କ ଗୁଳି ମାଡ଼ରେ ଜଣକର ମୃତ୍ୟୁ ଘଟିଥିବା ବେକେ ଏକାଧିକ ଲୋକ ଆହତ ହୋଇଥିଲେ ।

ଏନକାଉଣ୍ଟର ହୋଇଥିବା ଏବଂ ଧରାପଡିଥିବା ଅପରାଧୀଙ୍କ ବିରାେଧରେ ଭଦ୍ରକ ଜିଲ୍ଲା ସହିତ ବାଲେଶ୍ୱର,ମୟୁରଭଂଜ ଏବଂ କେନ୍ଦୁଝର ଜିଲ୍ଲାରେ ବହୁ ଅପରାଧିକ ମାମଲା ରହିଥିବା ଏବଂ ସେମାନେ ଦୀର୍ଘଦିନ ଧରି ପୋଲିସ ସ୍କାନରରେ ରହିଥିବା କଥା ଭଦ୍ରକ ଟାଉନ ଥାନାରେ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ। ଘଟଣା ସମ୍ପର୍କରେ ସୂଚନା ଦେଇ ଆଇଜି କହିଥିଲେ ଯେ ଅପରାଧିଙ୍କ ସମ୍ପର୍କରେ ସୂଚନା ପାଇ ଆଜି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଅପରାଧୀମାନେ ରହୁଥିବା ଭଡା ଘର ଉପରେ ଚଢ଼ାଉ କରିବା ସହିତ ଏନକାଉଣ୍ଟର କରିଥିଲେ । ଏନକାଉଣ୍ଟର ହୋଇଥିବା ଅପରାଧୀଙ୍କୁ କଟକ ପଠାଇ ଦିଆଯାଇଛି । ଏହିଘଟଣାରେ ପୋଲିସ ଆହତ ଅପରାଧୀଙ୍କ ଅନ୍ୟ ୪ ସହଯୋଗୀଙ୍କୁ ଗିରଫ କରି ଏହି ଘଟଣାରେ ଅଧିକ ଖୋଳତାଡ଼ ଚାଲିଥିବା ନେଇ ଆଇଜି ପ୍ରକାଶ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.