ETV Bharat / state

ବର୍ଦ୍ଦିରେ ନଥାଇ ମଧ୍ୟ ଭୁଲିନାହାନ୍ତି ସେବା, ଚର୍ଚ୍ଚାରେ ପୋଲିସ ହାବିଲଦାର

author img

By

Published : Nov 11, 2021, 7:29 PM IST

ଭଦ୍ରକର ପୋଲିସ ହାବିଲଦାର ଅଶୋକ କୁମାରଙ୍କୁ ନେଇ ସୋସିଆଲ ମଡ଼ିଆରେ ହେଉଛି ବେଶ ଚର୍ଚ୍ଚା । ବର୍ଦ୍ଦିରେ ନଥାଇ ମଧ୍ୟ ସେ ଜନସେବା କରିଥିବାରୁ ତାଙ୍କୁ ନେଇ ହେଉଛି ଚର୍ଚ୍ଚା । ଅଧିକ ପଢନ୍ତୁ...

ବର୍ଦ୍ଦିରେ ନଥାଇ ମଧ୍ୟ ଭୁଲିନାହାନ୍ତି ସେବା, ଚର୍ଚ୍ଚାରେ ପୋଲିସ ହାବିଲଦାର
ବର୍ଦ୍ଦିରେ ନଥାଇ ମଧ୍ୟ ଭୁଲିନାହାନ୍ତି ସେବା, ଚର୍ଚ୍ଚାରେ ପୋଲିସ ହାବିଲଦାର

ଭଦ୍ରକ: ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସୁରକ୍ଷାରେ ନିୟୋଜିତ ପୋଲିସ ହାବିଲଦାର ଅଶୋକ କୁମାର ବେହେରାଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଛି ।

ବର୍ଦ୍ଦିରେ ନଥାଇ ମଧ୍ୟ ଭୁଲିନାହାନ୍ତି ସେବା, ଚର୍ଚ୍ଚାରେ ପୋଲିସ ହାବିଲଦାର

ଖବର ଅନୁଯାୟୀ ଅଶୋକ ପ୍ରାତଃ ଭ୍ରମଣ କରୁଥିବାବେଳେ ତିହିଡି ଅଞ୍ଚଳରୁ ଏକ ମୋଟର ସାଇକେଲ ଯୋଗେ ଚରମ୍ପା ଅଭିମୁଖେ ଯାଉଥିବା 2 ଜଣ ମହିଳାଙ୍କ ସହିତ ଆରୋହୀ ଡାହାଣୀଗଡ଼ିଆ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଅଶୋକ ତତକ୍ଷଣାତ ଆହତଙ୍କୁ ଭଦ୍ରକ ମେଡିକାଲ ନେଇଥିଲେ।

ଏଥିସହ ସେଠାରେ ପ୍ରାଥମିକ ଚିକିତ୍ସା ପରେ, ଦୁର୍ଘଟଣାରେ ଆହତ ହୋଇ ଚାଲି ପାରୁନଥିବା ମହିଳାଙ୍କୁ ଅଶୋକ ଏକାକି ଟେକି ଟେକି ୱାର୍ଡକୁ ସ୍ଥାନାନ୍ତରିତ କରିଥିଲେ । ପରେ ଡାକ୍ତରଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲେ । ଯାହାକି ଅଶୋକ ମହିଳାଙ୍କୁ ୱାର୍ଡକୁ ଟେକି ଟେକି ନେବା ବେଳର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇଭାଲ ହେବାରେ ଲାଗିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.