ETV Bharat / state

ଭଦ୍ରକରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ବାପି ଆହତ

author img

By

Published : Nov 13, 2021, 5:58 PM IST

Updated : Nov 13, 2021, 8:07 PM IST

ଡକାୟତି ଉଦ୍ୟମ ବେଳେ ଦୁର୍ଦ୍ଦାନ୍ତ ଅପରାଧିକୁ ଏନକାଉଣ୍ଟର କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଅଧିକ ପଢନ୍ତୁ...

bhadrak police encounter notorious criminal
ଦୁର୍ଦ୍ଦାନ୍ତ ଅପରାଧିକୁ ଏନକାଉଣ୍ଟର କଲା ପୋଲିସ

ଭଦ୍ରକ: ଡକାୟତ ଉଦ୍ୟମ କରୁଥିବା ବେଳେ ଡକାୟତ ଓ ପୋଲିସ ଗୁଳି ବିନିମୟ । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗୁରୁତର ଓ ତାର ସହଯୋଗୀ ଓମପ୍ରକାଶ ମହାଳିକ ଥାନାରେ ଅଟକ ।

ଭଦ୍ରକରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ବାପି ଆହତ

ଆଜି(ଶନିବାର) ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚଢ଼େୟା ଅଞ୍ଚଳରେ ଏହି ଦୁଇ ଅପରାଧୀ ଏକ ମଟରସାଇକେଲରେ ବନ୍ଧୁକ ଧରି ଡକାୟତି ପାଇଁ ଯାଉଥିବା ବେଳେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ସମେତ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ ।ତେବେ ପୋଲିସ ଏହି ଦୁଇ ଜଣକକୁ ଅଟକାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଏହି ଦୁଇ ଡକାୟତ ପୋଲିସ ଦେଖି ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ତେଣୁ, ପୋଲିସ ବାଧ୍ୟ ହୋଇ ନିଜ ଆତ୍ମାରକ୍ଷା କରିବା ପାଇଁ ପାଲଟା 3 ରାଉଣ୍ଡ ଗୁଳି ଅପରାଧୀଙ୍କ ଉପରକୁ ଚଳାଇଥିଲା । ଫଳରେ ବାପି ପାଣିଙ୍କ ଦୁଇ ଗୋଡ଼ରେ 3ଟି ଗୁଳି ବାଜିଛି । ତେଣୁ ତାଙ୍କୁ ଗୁରୁତର ଭାବେ ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ନିକଟରୁ ବନ୍ଧୁକ ଜବତ କରିଛି ପୋଲିସ ।

ତେବେ ଏହି ଆସାମୀଙ୍କ ମଧ୍ୟରୁ ମୁଖ୍ୟ ଡକାୟତ ବାପି ପାଣିଙ୍କ ନାମରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଥାନାରେ 20ରୁ ଅଧିକ ଅପରାଧିକ ମାମଲା ରହିଛି । ଏପରିକି ଏହି ଅପରାଧୀ ଦୁଇ ଜଣ ୨ ଦିନ ପୂର୍ବରୁ ଗୁଳି ଚଳାଇ ଟଙ୍କା ଓ ସୁନା ଲୁଟ କରିଥିବା ନେଇ ପୋଲିସ ସୂଚନା ଦେଇଛି । ଅନ୍ୟପକ୍ଷେ ଡକାୟତଙ୍କୁ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ଡକାୟତଙ୍କ ଆକ୍ରମଣରେ 5 ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 13, 2021, 8:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.