ETV Bharat / state

Cyclone Asani: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ

author img

By

Published : May 5, 2022, 4:11 PM IST

Updated : May 5, 2022, 4:41 PM IST

ସମ୍ଭାବ୍ଯ ବାତ୍ୟା 'ଆସାନି'ର ମୁକାବିଲା ପାଇଁ SRCଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବା ପରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ସମ୍ଭାବ୍ଯ ବାତ୍ୟା ଆସାନିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି
ସମ୍ଭାବ୍ଯ ବାତ୍ୟା ଆସାନିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଭଦ୍ରକ: ସମ୍ଭାବ୍ଯ ବାତ୍ୟା 'ଆସାନି'ର ମୁକାବିଲା ପାଇଁ SRCଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବା ପରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସତର୍କତା ମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି ।

ସମ୍ଭାବ୍ଯ ବାତ୍ୟା ଆସାନିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ବରିଷ୍ଠ ଅଧିକାରୀ ମାନଙ୍କୁ ସମୂଦ୍ର ଉପକୂଳବର୍ତ୍ତୀ କୁହାଯାଉଥିବା ଧାମରା, ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳରେ ଥିବା ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବେସୁଦ୍ଧା ସମ୍ଭାବ୍ଯ ବାତ୍ୟା ନେଇ ସେପରି ସ୍ପଷ୍ଟ ସୂଚନା ନଥିବା ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ କହିଛନ୍ତି ।

ଆସନ୍ତା କାଲି(ଶୁକ୍ରବାର) ସନ୍ଧ୍ୟା କିମ୍ବା ୭ ତାରିଖ ଦିନ ସକାଳ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଉଛି । ଲଘୁଚାପରେ ପରିଣତ ହେବା ପରେ ଏହାର ଗତିପଥ ଏବଂ ବାତ୍ୟା ନେଇ ସଠିକ୍ ଅକଳନ କରାଯାଇ ପାରିବ । ତେଣୁ ଏନେଇ ବର୍ତ୍ତମାନ ଠାରୁ କୌଣସି ଭୟ କରିବା ଉଚିତ୍ ନୁହଁ ବୋଲି ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ଏନେଇ ଜିଲ୍ଲାରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରହିଛି । ଏହି ସମୟରେ କୌଣସି କଳାବଜାରିକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଏହିପରି କୌଣସି ଅଭିଯୋଗ ଆସିଲେ, ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ତ୍ରିଲୋଚନ ମାଝୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : May 5, 2022, 4:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.