ETV Bharat / state

ବିବାଦର ଆଶାରାଣୀଙ୍କ ଆତ୍ମହତ୍ୟା

author img

By

Published : Dec 13, 2022, 7:21 AM IST

ବିବାଦରେ ଆଶାରାଣୀଙ୍କ ଆତ୍ମହତ୍ୟା ଘଟଣା । ନିରୂପାୟ ହୋଇ ନବନିର୍ମାଣ ଯୁବ ସଂଗଠନକୁ ସହଯୋଗର କାମନା କଲେ ଆଶାରାଣୀଙ୍କ ମାଆ। ଅଧିକ ପଢନ୍ତୁ

ବିବାଦର ଆଶାରାଣୀଙ୍କ ଆତ୍ମହତ୍ଯା ଘଟଣା
ବିବାଦର ଆଶାରାଣୀଙ୍କ ଆତ୍ମହତ୍ଯା ଘଟଣା

ବିବାଦର ଆଶାରାଣୀଙ୍କ ଆତ୍ମହତ୍ଯା ଘଟଣା

ଭଦ୍ରକ: ବିବାଦରେ ଆଶାରାଣୀଙ୍କ ଆତ୍ମହତ୍ୟା ଘଟଣା । ଭଦ୍ରକ ଜିଲ୍ଲା ଚରମ୍ପା ବରାଳପୋଖରୀ ଅଞ୍ଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡି ନାହିଁ । ନିର୍ଦ୍ଦିଷ୍ଟ ଜଣେ ଯୁବକଙ୍କ ମାନସିକ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା । ପରେ ଭଦ୍ରକ ଟାଉନ ଥାନା ପୋଲିସ ଅଭିଯୁକ୍ତ ଯୁବକଙ୍କ ଦୁଇ ଭାଇଙ୍କୁ ଥାନାକୁ ଆଣି ପଚରାଉଚରା କରି ଛାଡିଦେଇଛି।

ଅନ୍ୟପଟେ ଅଭିଯୁକ୍ତକୁ ପୋଲିସ ଗିରଫ ନକରିବାରୁ ଆଶାରାଣୀଙ୍କ ମାଆ ନିରୂପାୟ ହୋଇ ନବନିର୍ମାଣ ଯୁବ ସଂଗଠନକୁ ଲିଖିତ ଆକାରରେ ସହଯୋଗର କାମନା କରିଛନ୍ତି । ଏନେଇ ତାଙ୍କର ଏହି ଗୁହାରୀକୁ ନବ ନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ସମର୍ଥନ କରିବା ସହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ, ଆଶାରାଣୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ସଂଗ୍ରାମ ଜାରି ରଖିବ ବୋଲି କହିଛି।

ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଯୁବକ ଗିରଫ ନହେଲେ ଆଶାରାଣୀଙ୍କ ଚରମ୍ପା ବାସଭବନରୁ ପ୍ରତିବାଦ ପଦଯାତ୍ରାରେ ଆସି ଭଦ୍ରକ ଟାଉନ ଥାନା ଘେରାଉ କରାଯିବ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନ ପ୍ରବକ୍ତା ସବିର ଖାନ ଚେତାବନୀ ଦେଇଛନ୍ତି। ଏଥିସହ ଆବଶ୍ୟକ ହେଲେ ଓଡ଼ିଶା ବନ୍ଦ ଡାକରା ଦେଇ ଆନ୍ଦୋଳନକୁ ତୀବ୍ର କରିବା ସହ ଭଦ୍ରକ ଏସ.ପି ଅଫିସ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଏବଂ ନବୀନ ନିବାସ ସମ୍ମୁଖରେ ଗଣଧାରଣା ଦେବା ସହ ଅମରଣ ଅନଶନ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।

ଭଦ୍ରକ ଜିଲ୍ଲା ଚରମ୍ପା ବରାଳପୋଖରୀ ଅଞ୍ଚଳରେ ଗତ ନଭେମ୍ବର 23 ତାରିଖ ସନ୍ଧ୍ୟାରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିଲେ। ଜଣେ ନିର୍ଦ୍ଦିଷ୍ଟ ଯୁବକଙ୍କ ମାନସିକ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୁକ୍ତ ସହ ତାଙ୍କର ଦୁଇ ଭାଇଙ୍କୁ ପଚରାଉଚରା କରି ଛାଡ଼ି ଦେଇଛି।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.