ETV Bharat / state

ବର୍ଷ ଆରମ୍ଭରୁ ବାବା ଆଖଣ୍ଡଳମଣିଙ୍କୁ ଦୁଇ ଦିନ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

author img

By

Published : Jan 1, 2022, 7:15 AM IST

Updated : Jan 1, 2022, 7:40 AM IST

ବର୍ଷ ଆରମ୍ଭର ପ୍ରଥମ ଦୁଇ ଦିନ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ । ଅଧିକ ପଢନ୍ତୁ

ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୁଇ ଦିନ ଦର୍ଶନ ବନ୍ଦ
ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୁଇ ଦିନ ଦର୍ଶନ ବନ୍ଦ

ଭଦ୍ରକ: ଆଜି ଇଂରାଜୀ ନବବର୍ଷ । ନୂତନ ବର୍ଷ ଅବସରରେ ବର୍ଷ ଆରମ୍ଭର ପ୍ରଥମ ଦୁଇ ଦିନ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ଅର୍ଥାତ୍ ଆଜି(ଶନିବାର) ଏବଂ ଆସନ୍ତାକାଲି(ରବିବାର) ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସର୍ବସାଧରଣ ଦର୍ଶନ ବନ୍ଦ ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏସଓପି(SOP) ଜାରି କରାଯାଇଛି ।

ବର୍ଷ ଆରମ୍ଭରୁ ବାବା ଆଖଣ୍ଡଳମଣିଙ୍କୁ ଦୁଇ ଦିନ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜାନୁୟାରୀ ୨ ତାରିଖ ସନ୍ଧ୍ୟା ୮ଟା ଯାଏଁ ଭକ୍ତଙ୍କ ଦର୍ଶନକୁ ବାରଣ କରିଛି ପ୍ରଶାସନ । ତେବେ କୋଭିଡ କଟକଣା ମଧ୍ୟରେ ପୀଠରେ ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ ହେବ । ସୀମିତ ସେବାୟତଙ୍କ ମଧ୍ୟରେ ପୂଜାର୍ଚ୍ଚନା କରାଯିବ ।

ଏପରିକି ମନ୍ଦିର ଓ ପୀଠରେ ଯେପରି ଗହଳି ନ ହେବ ସେଥିପାଇଁ କଟକଣାକୁ କଡାକଡି କରାଯିବ ସହ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ଓ ଭକ୍ତଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jan 1, 2022, 7:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.