ETV Bharat / state

ବାବା ଆଖଣ୍ଡଳମଣି ପୀଠରେ ଲାଗିହେଲା ମୁଆଁ ଭୋଗ

author img

By

Published : Dec 16, 2019, 10:54 PM IST

ଧନୁ ସଂକ୍ରାନ୍ତି ପାଇଁ ବାବାଙ୍କ ପୀଠରେ ସକାଳୁ ଭକ୍ତଙ୍କ ଗହଳି ଲାଗିବା ସହ ବାବାଙ୍କ ଯୋଗୀ ବେଶ ଓ ପରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ।

akhanda lamani temple
ବାବା ଆଖଣ୍ଡଳମଣି ପୀଠରେ ମୁଆଁ ଭୋଗ

ଭଦ୍ରକ: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇଉଠିଛି ବାବା ଆଖଣ୍ଡଳମଣି ପୀଠ । ଓଡ଼ିଶା ପ୍ରଶିଦ୍ଧ ଶୈବପିଠ ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

ବାବା ଆଖଣ୍ଡଳମଣି ପୀଠରେ ମୁଆଁ ଭୋଗ

ସୋମବାର ପ୍ରାତଃରେ ବାବାଙ୍କ ପୀଠରେ ପହଡ଼ ଖୋଲାଯିବା ପରେ ପହଲି ଭୋଗ ଲାଗି ହୋଇଥିଲା । ଏହାପରେ ବାବାଙ୍କ ପୀଠରେ ଧନୁ ସଂକ୍ରାନ୍ତି ପାଇଁ ମୁଆଁ ଭୋଗ ଲାଗି କରାଯିବା ସହ ସମସ୍ତ ନିତିକାନ୍ତି କରାଯାଇଛି ।

ଏହି ଧନୁ ସଂକ୍ରାନ୍ତି ପାଇଁ ବାବାଙ୍କ ପୀଠରେ ସକାଳୁ ଭକ୍ତଙ୍କ ଗହଳି ଲାଗିବା ସହ ବାବାଙ୍କ ଯୋଗୀ ବେଶ ଓ ପରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି । ଏହି ବେଶ ଦର୍ଶନ କଲେ କୋଟିପୂଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି । ତେଣୁ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଏହି ବେଶ ଦର୍ଶନ କରିବାକୁ ମନ୍ଦିରରେ ଭିଡ ଜମାଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : AKHANDALAMANI TEMPLE
FORMAT : AVO
REPORT : DEBASIS MOHAPATRA / BHADRAK
DATE : 16.12.2019

ANCHOR : ଅଜି ପବିତ୍ର ଧନୁ ସଂକ୍ରାନ୍ତି। ଚଳଚଂଚଳ ବବା ଆଖଣ୍ଡଳମଣି ପିଠ। ଧନୁ ସଂକ୍ରାନ୍ତି ପାଇଁ ଚଳ ଚଂଚଳ ହୋଇ ଉଠିଛି ଓଡ଼ିଶା ପ୍ରଶିଦ୍ଧ ଶୈବପିଠ ଆରଡ଼ିର ବାବା ଆଖଣ୍ଡଳମଣି ପିଠ। ଆଜି ପ୍ରାତରେ ବାବାଙ୍କ ପିଠରେ ପହଡ଼ ଖୋଲାଯିବା ପରେ ବାବାଙ୍କ ପହଲି ଭୋଗ ଲାଗିବା ପରେ ବାବାଙ୍କ ପିଠରେ ଧନୁ ସଂକ୍ରାନ୍ତି ପାଇଁ ମୁଆଁ ଭୋଗ ଲାଗି କରାଯିବା ସହ ସମସ୍ତ ନିତିକ୍ରାନ୍ତି କରାଯାଇଛି । ଏହି ଧନୁ ସଂକ୍ରାନ୍ତି ପାଇଁ ବାବାଙ୍କ ପିଠରେ ସଖାଳୁ ଭକ୍ତଙ୍କ ଗହଳି ଲାଗିବା ସହ ବାବାଙ୍କର ପ୍ରାତରେ ଯୋଗି ବେଶ ପରେ ବଡ଼ସଂହାର ବେଶରେ ଦର୍ଶନ ଦେଉଛନ୍ତି। Body:ଏହି ବେଶ ଦର୍ଶନ କଲେ ପୂଣ୍ୟ ହୁଏ ବୋଲି ବିଶ୍ଵାସ ରହିଛି। ତେଣୁ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଏହି ବେଶ ଦର୍ଶନ କରିଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.