ETV Bharat / state

ଉଦଘାଟନ ହେଲା ବିରାଟ ବୁଣାକାର ବଜାର: 134ଟି ଦୋକାନ ଗୃହରେ ମିଳିବ ସମ୍ବଲପୁରୀ ଶାଢୀ

author img

By

Published : Jan 7, 2022, 10:34 PM IST

ବରଗଡରେ ଉଦଘାଟନ ହେଲା ବିରାଟ ବୁଣାକାର ବଜାର । ବହୁ ବୁଣାକାର ହେବେ ଲାଭବାନ । ଅଧିକ ପଢନ୍ତୁ

ଉଦଘାଟନ ହେଲା ବିରାଟ ବୁଣାକାର ବଜାର : 134ଟି ଦୋକାନ ଗୃହରେ ମିଳିବ ସମ୍ବଲପୁରୀ ଶାଢୀ
ଉଦଘାଟନ ହେଲା ବିରାଟ ବୁଣାକାର ବଜାର : 134ଟି ଦୋକାନ ଗୃହରେ ମିଳିବ ସମ୍ବଲପୁରୀ ଶାଢୀ

ବରଗଡ : ଜିଲ୍ଲାରେ ଉଦଘାଟନ ହେଲା ବୃହତ ବୁଣାକାର ବଜାର । 10 କୋଟି ଟଙ୍କା ବିନିମୟରେ ଖର୍ଚ୍ଚ ହୋଇଥିବା ବୁଣାକାର ବଜାରକୁ ଶୁକ୍ରବାର ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଛନ୍ତି । ଖୋଲା ଆକାଶ ତଳେ ସମ୍ବଲପୁରୀ ଶାଢ଼ୀ ବିକ୍ରି କରୁଥିବା ବୁଣାକାର ମାନଙ୍କ ସୁବିଧା ପାଇଁ 134 ଗୋଟି ଦୋକାନ ଗୃହ ଥିବା ବିରାଟ ବୁଣାକାର ବଜାରର ଶୁଭ ଉଦଘାଟନ କରାଯାଇଛି । ଏହି ଉଦଘାଟନ ସମାରୋହରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ,ବିଜେପୁର ବିଧାୟିକା ରିତା ସାହୁ, ଲୋକସଭା ସାଂସଦ ସୁରେଶ ପୂଜାରୀ, ବରଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

ଉଦଘାଟନ ହେଲା ବିରାଟ ବୁଣାକାର ବଜାର : 134ଟି ଦୋକାନ ଗୃହରେ ମିଳିବ ସମ୍ବଲପୁରୀ ଶାଢୀ

ତେବେ ଏହି ବୃହତ ବୁଣାକାର ବଜାରରେ ବୁଣାକାରଙ୍କ ପାଇଁ ସମୁଦାୟ 134ଟି ଷ୍ଟଲ ରହିଥିବା ବେଳେ ଏଠାରେ ଅନ୍ୟାନ୍ୟ ଆନୁସାଙ୍ଗିକ ସୁବିଧା ରହିଥିବା ଜିଲ୍ଲାପାଳ କହିଛନ୍ତି । ଆଗାମୀ ଦିନରେ ପ୍ରାୟ ତିନି ଏକର ଜମି ଚିହ୍ନଟ କରାଯାଇ ବୁଣାକାର ବଜାରରେ ଷ୍ଟଲ ସଂଖ୍ୟାକୁ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି । ଏହି ବଜାରରେ ବୁଣାକାର ମାନେ ଉଚିତ ସୁବିଧା ସୁଯୋଗରେ ନିଜ ଦ୍ରବ୍ୟ ବିକ୍ରୟ କରିପାରିବେ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.