ETV Bharat / state

ଭିଜିଲାନ୍ସ ପଞ୍ଝାରେ ଯୋଗାଣ ବିଭାଗ ଜୁନିୟର ଆକାଉଣ୍ଟାଣ୍ଟ

author img

By

Published : Nov 23, 2020, 2:50 PM IST

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଗାଣ ଅଫିସରେ କାର୍ଯ୍ୟରତ ଜୁନିୟର ଆକାଉଣ୍ଟାଣ୍ଟ କୁମ୍ଭପାଣି ମିଶ୍ରଙ୍କ ଘରେ ଓ ଅଫିସରେ ଭିଜିଲାନ୍ସର ଚଢାଉ କରିଛି ।

ବରଗଡ ଯୋଗାଣ ଅଫିସର ଜୁନିୟର ଏକାଉଣ୍ଟେନ କୁମ୍ଭପାଣି ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ
ବରଗଡ ଯୋଗାଣ ଅଫିସର ଜୁନିୟର ଏକାଉଣ୍ଟେନ କୁମ୍ଭପାଣି ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ ଯୋଗାଣ ଅଫିସରେ କାର୍ଯ୍ୟରତ ଜୁନିୟର ଆକାଉଣ୍ଟାଣ୍ଟ କୁମ୍ଭପାଣି ମିଶ୍ରଙ୍କ ଘରେ ଓ ଅଫିସରେ ଭିଜିଲାନ୍ସର ଚଢାଉ ଜାରି ରହିଛି । କୁମ୍ଭପାଣି ମିଶ୍ର ବାଲାଙ୍ଗୀରର ବାସିନ୍ଦା ହୋଇଥିବା ବେଳେ ସେ ବରଗଡ଼ ଯୋଗାଣ ଅଫିସରେ ଜୁନିୟର ଆକାଉଣ୍ଟାଣ୍ଟ ଭାବରେ କାମ କରୁଛନ୍ତି।

ଭିଜିଲାନ୍ସ ପଞ୍ଝାରେ ଯୋଗାଣ ବିଭାଗ ଜୁନିୟର ଆକାଉଣ୍ଟାଣ୍ଟ

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବଲାଙ୍ଗୀର ଠିକାଦାର ପଡା, ସୋନପୁର ସ୍ଥିତ ନିଜସ୍ଵ ବାସଭବନ ଏବଂ ବରଗଡ ଖଜୁରଟିକ୍ରା ସ୍ଥିତ ଭଡାଘରେ 3ଟି ସ୍ଥାନରେ ଏକକାଳୀନ ଚଢାଉ କରଯାଇଛି । ବରଗଡରେ ତାଙ୍କ ଭଡ଼ା ଘରେ ବିଶେଷ କିଛି କାଗଜପତ୍ର ମିଳିଥିବା ବେଳେ ପ୍ରାୟ ୨୯୦୦ ଟଙ୍କା ମିଳିଥିବା ଭିଜିଲାନ୍ସ ଡିଏସପି ପରମେଶ୍ଵର କିଷାନ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.