ETV Bharat / state

ବରଗଡ଼ ମଜଦୁର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ 22 ଦଫା ଦାବିପତ୍ର ପ୍ରଦାନ

author img

By

Published : Nov 5, 2020, 9:04 PM IST

Updated : Nov 5, 2020, 9:58 PM IST

ଲଗାତାର 3 ଦିନ ଧରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଗଲା ପରେ ଆଜି ତୃତୀୟ ଦିନରେ 22 ଦଫା ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଜିଲ୍ଲା ମଜଦୂର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ 22 ଦଫା ଦାବିପତ୍ର ପ୍ରଦାନ
ଜିଲ୍ଲା ମଜଦୂର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ 22 ଦଫା ଦାବିପତ୍ର ପ୍ରଦାନ

ବରଗଡ: ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆହ୍ବାନ କ୍ରମେ ରାଜ୍ୟରେ ବିଦ୍ୟୁତ ଶୁଳ୍କର ବୃଦ୍ଧି, କେନ୍ଦ୍ର ସରକାରଙ୍କ କୃଷି ଉଦ୍ୟୋଗକୁ ଘରୋଇକରଣ ଉଦ୍ୟମ, ଶ୍ରମିକ, କୃଷକ ଓ କର୍ମଚାରୀ ବିରୋଧୀ ନୀତି ବିରୁଦ୍ଧରେ ଆଜି ତୃତୀୟ ଦିବସରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହୋଇଥିଲା ।

ବରଗଡ଼ ମଜଦୁର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ 22 ଦଫା ଦାବିପତ୍ର ପ୍ରଦାନ

ଏହି 3ୟ ଦିନରେ ବରଗଡ଼ ଜିଲ୍ଲା ମଜଦୁର କଂଗ୍ରେସ ଓ ଯୁବ ମଜଦୁର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଲଗାତାର 3 ଦିନ ଧରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଗଲା ପରେ ଆଜି ତୃତୀୟ ଦିନରେ ବରଗଡ଼ ଜିଲ୍ଲାପାଳଙ୍କୁ 22 ଦଫା ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ତେବେ 22 ଦଫା ଦାବିକୁ ଯଦି ସରକାର ଶୀଘ୍ର ବିଚାରକୁ ନ ନେଉଛନ୍ତି, ତାହାହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଦଳ ପକ୍ଷରୁ ଚେତାଵନୀ ଦିଆଯାଇଛି । ଜିଲ୍ଲା ମଜଦୁର କଂଗ୍ରେସ ସଭାପତି ବ୍ରହ୍ମାନନ୍ଦ ମହାକୁଡ, ଜିଲ୍ଲା ଯୁବ ମଜଦୁର କଂଗ୍ରେସର ସଭାପତି ଆଶିଷ ବେହେରା, ଡିସିସି ସଭାପତି ନିହାର ମହାନଦ୍ଦ, ନିପନ କୁମାର ଦାସ, ଜୁଗଲ ପ୍ରସାଦ ସିଂ ଯୁବ କଂଗ୍ରେସ ସଭାପତି ସୁଶାନ୍ତ ସାହୁଙ୍କ ସହିତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Nov 5, 2020, 9:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.