ETV Bharat / state

Panchayat Poll: ବରଗଡ଼ ସୋହେଲାରେ ନିର୍ବାଚନୀ ହିଂସା

author img

By

Published : Feb 22, 2022, 9:24 PM IST

ବରଗଡ଼ ସୋହେଲା ବ୍ଲକରେ ନିର୍ବାଚନୀ ହିଂସା । ବିଜେପି ଦଳ ପକ୍ଷରୁ ବିଜେଡି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ଅଧିକ ପଢନ୍ତୁ

Panchayat Poll: ବରଗଡ଼ ସୋହେଲାରେ ନିର୍ବାଚନୀ ହିଂସା
Panchayat Poll: ବରଗଡ଼ ସୋହେଲାରେ ନିର୍ବାଚନୀ ହିଂସା

ବରଗଡ଼: ବରଗଡ଼ ସୋହେଲା ବ୍ଲକରେ ନିର୍ବାଚନୀ ହିଂସା । ବିଜେପି ଦଳ ପକ୍ଷରୁ ବିଜେଡି କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ଆକ୍ରମଣରେ ଗୁରୁତର ବିଜେଡି କର୍ମୀଙ୍କୁ ଉଦ୍ଧାର କରି ପ୍ରଥମେ ସୋହେଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା ।

Panchayat Poll: ବରଗଡ଼ ସୋହେଲାରେ ନିର୍ବାଚନୀ ହିଂସା

ତେବେ ପରେ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋହେଲାରୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ବଡ଼ ମେଡିକାଲକୁ ପଠାଯାଇଛି । ଚତୁର୍ଥ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ କେବଳ ସୋହେଲା ବ୍ଲକରେ ହୋଇଥିବାବେଳେ ଶାନ୍ତିପୂର୍ଣ ଭାବରେ ଚାଲିଥିଲା ମତଦାନ । ମାତ୍ର ସୋହେଲା ବ୍ଲକ ଅନ୍ତର୍ଗତ ପଣ୍ଡକିପାଲି ଗ୍ରାମ ପଞ୍ଚାୟତରେ ନିର୍ବାଚନୀ ହିଂସା ସହିତ ବ୍ୟାପକ ଉତ୍ତେଜନା ଦେଖାଦେଇଛି ।

ଅନ୍ୟପଟେ ପଣ୍ଡକିପାଲି ବୁଥରେ ବିଜେପି ଦଳ ପକ୍ଷରୁ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇ ଥିବାବେଳେ ବିଜେଡି କର୍ମୀ ଜଣକ ଗୁରୁତର ଆହତ ହୋଇଛନ୍ତି । ବିଜେଡ଼ି କର୍ମୀ ପହିଲ ସାହୁଙ୍କୁ ବିଜେପି ଦଳର 8 ଜଣ କର୍ମୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ବେଳେ ପହିଲ ସାହୁ ଗୁରୁତର ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ତାଙ୍କର ଗୋଡ଼ ଏବଂ ହାତ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ସୋହେଲା ଡାକ୍ତରଖାନାକୁ ଅଣାଯାଇଥିଲା ଏବଂ ପରେ ଆମ୍ବୁଲାନ୍ସ ଯୋଗେ ବୁର୍ଲା ବଡ଼ ମେଡିକାଲକୁ ପଠାଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.