ETV Bharat / state

ବରଗଡ଼ କୃଷି ଯନ୍ତ୍ରପାତି ମେଳାରେ ବାଛବିଚାର ଅଭିଯୋଗ, ଚାଷୀ ଅସନ୍ତୋଷ

author img

By ETV Bharat Odisha Team

Published : Dec 24, 2023, 8:22 AM IST

Agricultural Machinery Exhibition: ବରଗଡରେ ଚାଲିଛି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା । ହେଲେ ଏହାକୁ ନେଇ ବରଗଡ ଚାଷୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଅଧିକ ପଢନ୍ତୁ

ବରଗଡରେ ଚାଷୀ ଅସନ୍ତୋଷ
ବରଗଡରେ ଚାଷୀ ଅସନ୍ତୋଷ

ବରଗଡରେ ଚାଷୀ ଅସନ୍ତୋଷ

ବରଗଡ: ବରଗଡରେ ଚାଲିଛି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା । ମେଳାକୁ ହଜାର ହଜାର ଚାଷୀଙ୍କ ସୁଅ ଛୁଟୁଛି । ମେଳାରେ ଅତ୍ୟାଧୁନିକ ଯନ୍ତ୍ରପାତିର ପ୍ରଦର୍ଶନୀ ସାଙ୍ଗକୁ କିଣାରେ 75 ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ରହିଥିଲା । ସରକାର ଚାଷୀଙ୍କ ପାଇଁ ଯନ୍ତ୍ରପାତିରେ ସବସିଡି ବ୍ୟବସ୍ଥା କରିଥିଲେ । ତଥାପି ବରଗଡ ଚାଷୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । କେବଳ ମହିଳା ଚାଷୀ, SC ଓ ST ଓ SSG ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଅଧିକାଂଶ ଚାଷୀ ଅଭିଯୋଗ କରିଛନ୍ତି ।

ବରଗଡରେ 5 ଦିନ ଧରି ଚାଲିଛି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା । ଯେଉଁଠାରେ ବରଗଡ଼ ସମେତ ଆଖପାଖ ଅଞ୍ଚଳ ଯଥା ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ବୌଦ୍ଧ, ନୂଆପଡା ଆଦି ଜିଲ୍ଲାମାନଙ୍କରୁ ହଜାର ହଜାର ଚାଷୀ ଆସି ଯୋଗ ଦେଇଥିଲେ । ସେଠାରେ କୃଷକମାନଙ୍କର ଚାଷ କାମରେ ବ୍ୟବହୃତ ହେଉଥିବା ଅତ୍ୟାଧୁନିକ ଯନ୍ତ୍ରପାତି ଗୁଡିକର ଭଣ୍ଡାର ରହିଥିଲା । ତା' ସହିତ ସରକାର ଚାଷୀଙ୍କ ପାଇଁ ଯନ୍ତ୍ରପାତିରେ ସବସିଡିର ବ୍ୟବସ୍ଥା କରିଥିଲେ । ତାହା ପୁଣି 75 ପ୍ରତିଶତ ପର୍ଯ୍ୟନ୍ତ ଛାଡ ରହିଥିଲା । ଅନେକ ଚାଷୀ ଏହି ମେଳାରେ ଲାଭବାନ ମଧ୍ୟ ହୋଇଥିଲେ । କିନ୍ତୁ ବରଗଡର ଅଧିକାଂଶ ଚାଷୀ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାର କେବଳ ମହିଳା ଚାଷୀ, SC ଓ STଙ୍କ ସହିତ SSG ମହିଳାମାନଙ୍କ ପାଇଁ ବିଭିନ୍ନ ଯନ୍ତ୍ରପାତିରେ ସବସିଡି ରଖିଥିବା କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ବରଗଡ଼ରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

ବରଗଡକୁ ଓଡିଶାର ଭାତହାଣ୍ଡି କୁହାଯାଏ । ଏହି ଅଞ୍ଚଳରେ ଅଧିକାଂଶ ଲୋକେ ଚାଷ କାମ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ସରକାର ଚାଷୀମାନଙ୍କୁ ଏହିଭଳି ଭାବରେ କିଭଳି ବିଭାଜିତ କଲେ ସେନେଇ ଅସନ୍ତୋଷ ଦେଖାଦେଇଛି । ତେବେ କେତେକଙ୍କ କହିବା ଅନୁସାରେ ପ୍ରକୃତ ଚାଷୀ ଲାଭବାନ ନହୋଇ, ବଡ଼ ସପ୍ଲାୟର ଓ ଅନ୍ୟ ବ୍ୟବସାୟୀ ଲାଭବାନ ହୋଇଛନ୍ତି । ଏଠାରେ କୃଷକମାନଙ୍କର ବିକାଶ ଏବଂ ଉନ୍ନତି ପାଇଁ ନୂତନ ଯୋଜନା କରାଯିବା ସହ ଏହିଭଳି କାର୍ଯ୍ୟକ୍ରମ କରାଯାଇଛି । ସରକାରଙ୍କ ସବସିଡି ଯୋଜନା ମାଧ୍ୟମରେ କିପରି ଯନ୍ତ୍ରପାତି କମ ଦରରେ କ୍ରୟ କରିପାରିବେ ସେହି ଉଦ୍ଦେଶ୍ୟ ନେଇ ଏହି କୃଷି ଯନ୍ତ୍ରପାତି ମେଳା ଆୟୋଜିତ ହୋଇଥିଲା । କିନ୍ତୁ ଏହି ମେଳାରେ ପ୍ରକୃତ ଚାଷୀ ଆଦୌ ଉପକୃତ ହୋଇନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଚାଷୀ ଓ ଚାଷୀ ନେତା । ଯେଉଁ କୃଷି ଯନ୍ତ୍ରପାତିର ଦାମ ବାହାରେ ଯେତେ ପଡୁଛି ଏହି ମେଳାରେ ସେହି ଯନ୍ତ୍ରପାତିର ଦାମଗୁଡିକୁ ଦ୍ଵିଗୁଣ ବଢାଇ ସବସିଡି ଦେଖାଇ ବିକ୍ରି କରାଯାଉଛି ବୋଲି ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.