ETV Bharat / state

ବରଗଡରେ ମୁଖ୍ୟମନ୍ତ୍ରୀ, ନବୀନଙ୍କ ଗସ୍ତ ପୂର୍ବରୁ ବିଜେପି ଓ କଂଗ୍ରେସ କର୍ମୀ ଅଟକ

author img

By

Published : Mar 5, 2023, 12:00 PM IST

Updated : Mar 5, 2023, 3:17 PM IST

cm naveen patnaik to visit bargarh
ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ

ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ବରଗଡ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଏକ୍ସପ୍ରେସ ୱେର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ବରଗଡରେ ମୁଖ୍ୟମନ୍ତ୍ରୀ

ବଗରଡ: ଆଜି ସାରା ଓଡିଶାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍ଗ ଜୟନ୍ତୀ ପାଳିତ ହେଉଛି । ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାରେ ବିଜୁ ଏକ୍ସପ୍ରେସ ୱେର ଶୁଭ ଉଦଘାଟନ କରିବା ସହିତ ବହୁ ଯୋଜନାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ବ୍ଲକର ହଳଦୀପାଳି ପଡିଆଠାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିରାଟ ସାଧାରଣ ସଭାରେ ଯୋଗ ଦେଇଛନ୍ତି । ଆଉ କିଛି ସମୟ ପରେ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେର ଶୁଭ ଉଦଘାଟନ କରିଛନ୍ତି । ସେହିପରି 5667 ଲକ୍ଷ 40 ହଜାର ଅର୍ଥ ବିନିମୟରେ ନିର୍ମିତ ହୋଇଥିବା ସମୁଦାୟ 149 ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହିତ 16036 ଲକ୍ଷ 24 ହଜାର ଅର୍ଥ ବିନିମୟରେ ନିର୍ମିତ ହେବାକୁ ଥିବା 86 ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ପକ୍ଷରୁ କଡାକଟି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ବିଜୁ ଜୟନ୍ତୀ ଦିବସରେ ବରଗଡ ସହରରେ ରହିଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ବିଜେଡି ନେତା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧୟିକା ସ୍ନେହାଙ୍ଗିଣୀ ଛୁରିଆ, ପ୍ରସନ୍ନ ଆଚାର୍ଯ୍ୟ, ସାଧୁଚରଣ ନେପାକ, ପ୍ରଣବ ପ୍ରକାଶ ଦାସ ଆଦି ସମସ୍ତ ଦଳୀୟ ନେତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ହଳଦୀପାଳିକୁ ଗସ୍ତ କରିଥିଲେ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତକୁ ବିଜେପି ଦଳ ପକ୍ଷରୁ ବିରୋଧ କରାଯିବାର ଯୋଜନା ରହିଥିବା ବେଳେ ପୋଲିସ ବିଭାଗ ପକ୍ଷରୁ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଅଟକ ରଖିଛି ପୋଲିସ । ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡଙ୍ଗୀଙ୍କୁ ଗୋବିନ୍ଦପାଲି ସ୍ଥିତ ତାଙ୍କ ବାସଭବନଠାରୁ ଉଠାଇ ନେଇ ଟାଉନ ଥାନାରେ ଅଟକ ରଖାଯାଇଛି । ସେହିପରି କଂଗ୍ରେସ ଦଳ ନେତାଙ୍କୁ ମଧ୍ୟ ଅଟକ ରଖିଛି ଟାଉନ ପୋଲିସ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଶେଷ ହେବାପରେ ଯାଇ ଅଟକ ରଖାଯାଇଥିବା ବିରୋଧୀ ଦଳର ଉଭୟ କଂଗ୍ରେସ ଓ ବିଜେପି ନେତା ଓ କର୍ମୀଙ୍କୁ ଛଡାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବାହ୍ନ 10ଟା 30ମିନିଟରେ ପଦ୍ମପୁର ସତିଭଟା ଏଆରଷ୍ଟ୍ରିପ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଥିଲେ । 10ଟା 40ମିନିଟରେ ହେଲିକପ୍ଟର ଯୋଗେ ଏହି ଏଆରଷ୍ଟ୍ରିପ୍‌ରୁ ବାହାରି ସୋହେଲା ହଲଦୀପାଲି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ 10ଟା 55ମିନିଟ ସମୟରେ ପହଞ୍ଚିଥିଲେ । 11ଟା 45ମିନିଟ ସମୟରେ ସୋହେଲାରୁ ବୀରମାଟି ଘେସ ପ୍ରାୟ 18 କିଲୋମିଟର ପର୍ଯ୍ୟନ୍ତ ରୋଡଶୋ କରିବେ ମୁଖ୍ୟମନ୍ତ୍ରୀ କରିଥିଲେ । ଏହି ସମୟରେ ରାସ୍ତାକଡ଼ରେ ଯାଯାବର ମାନଙ୍କ ପାଇଁ ନିର୍ମିତ ହୋଇଥିବା ରାସ୍ତାକଡ଼ ସୁବିଧା କେନ୍ଦ୍ର ସାଙ୍ଗକୁ ସହିଦ କୁଞ୍ଜଳ ସିଂଙ୍କ ନାମରେ ନିର୍ମିତ ଉଦ୍ୟାନର ଶୁଭ ଉଦଘାଟନ କରିଥିଲେ । ସହିଦ ମାଧୋ ସିଂଙ୍କ ପ୍ରତିମୂର୍ତ୍ତି ଉଦଘାଟନ ପରେ ଲୋକଙ୍କୁ ଉଦବୋଧନ ଦେବେ ଏବଂ ଶେଷରେ ଘେସରୁ ହେଲିକ୍ୟାପ୍ଟର ଯୋଗେ ନୂଆପଡ଼ା ଗସ୍ତ କରିବେ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜଣେ SP , 4ଜଣ ASP, 7 ଜଣ DSP, 20 ଜଣ ଇନ୍ସପେକ୍ଟର, 100 ଜଣ SI ଓ ASI ଏବଂ 20 ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲା ବରଗଡ଼ ଏସ. ପି ପ୍ରହଲ୍ଲାଦ ସାହାଇ ମୀନା ସୂଚନା ଦେଇଛନ୍ତି । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀଙ୍କର ଏହା ଦ୍ବିତୀୟ ବରଗଡ ଗସ୍ତ । ଗତ ମାସ 19 ତାରିଖରେ ବରଗଡ ଜିଲ୍ଲା ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ ଜିଲ୍ଲା ଗସ୍ତ କରି ଜିଲ୍ଲାବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହାସହ ଚଳିତ ବର୍ଷ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରିଥିଲେ ।

ଇଟିଭି ଭାରତ, ବରଗଡ

Last Updated :Mar 5, 2023, 3:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.