ETV Bharat / state

ପଶ୍ଚିମ ଓଡ଼ିଶାରେ ଆବାସ ପ୍ଲସ ଯୋଜନା ବିଜେପିର ରାଜନୈତିକ ଚାଲ୍: BJD

author img

By

Published : Aug 26, 2021, 9:56 AM IST

ବରଗଡରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଆବାସ ପ୍ଲସ ପୋର୍ଟାଲ ସାଇଟକୁ କେନ୍ଦ୍ର ସରକାର ଜାଣିଶୁଣି ବନ୍ଦ କରିଦେଇଥିବା ନେଇ ଦଳର ଅଭିଯୋଗ । ଅଧିକ ପଢନ୍ତୁ...

ପଶ୍ଚିମ ଓଡ଼ିଶାରେ ଆବାସ ପ୍ଲସ ଯୋଜନା ବିଜେପିର ରାଜନୈତିକ ଚାଲ୍: ବିଜେଡି
ପଶ୍ଚିମ ଓଡ଼ିଶାରେ ଆବାସ ପ୍ଲସ ଯୋଜନା ବିଜେପିର ରାଜନୈତିକ ଚାଲ୍: ବିଜେଡି

ବରଗଡ: ଆବାସ ପ୍ଲସ ପୋର୍ଟାଲ ସାଇଟକୁ କେନ୍ଦ୍ର ସରକାର ବନ୍ଦ କରିଦେଇଥିବା ଅଭିଯୋଗ ନେଇ ବରଗଡ଼ରେ ସାମ୍ବାଦିକ ସମ୍ବିଳନୀର ଆୟୋଜନ କଲା ବିଜେଡ଼ି । ପଶ୍ଚିମ ଓଡ଼ିଶାରେ ଆବାସ ପ୍ଲସ ଯୋଜନାରେ ହିତାଧିକାରୀଙ୍କୁ ବଞ୍ଚିତ ରଖିବା ପାଇଁ କେନ୍ଦ୍ର ସରକାର ରାଜନୈତିକ ଷଡ଼ଯନ୍ତ୍ର କରିଥିବା ବିଜେଡି ଅଭିଯୋଗ କରିଛି ।

ପଶ୍ଚିମ ଓଡ଼ିଶାରେ ଆବାସ ପ୍ଲସ ଯୋଜନା ବିଜେପିର ରାଜନୈତିକ ଚାଲ୍: ବିଜେଡି

ଆବାସ ପ୍ଲସ ପୋର୍ଟାଲ ବନ୍ଦ କରିବାରେ ପଶ୍ଚିମ ଓଡ଼ିଶାର ୫ ଜଣ ସାଂସଦଙ୍କ ହାତ ରହିଛି ବୋଲି ସାମ୍ବାଦିକ ସମ୍ବିଳନୀରେ ସିଧା ସଳଖ ଅଭିଯୋଗ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ଅଗ୍ରଗାମୀ ଯୁବକ ସଙ୍ଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଅର୍ଥ ଓ ଅବକାରି ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ପଶ୍ଚିମ ଓଡ଼ିଶାରେ ବିଜେଡି ଲୋକପ୍ରିୟତା ବଢୁଥିବା ଦେଖି ବିଜେପି ଚକ୍ରାନ୍ତ କରି ରାଜନୈତିକ ଖେଳ ଖେଳି ପଶ୍ଚିମ ଓଡିଶାବାସୀଙ୍କୁ ଆବାସ ପ୍ଲସ ଯୋଜନାରେ ବଞ୍ଚିତ ରଖିବାପାଇଁ ପୋର୍ଟାଲ ସାଇଟକୁ ବନ୍ଦ କରିଦେଇଛି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.