ETV Bharat / state

ଧାନ ବିକ୍ରି ସମସ୍ୟା: FCI ସମ୍ମୁଖରେ ବିଜେଡିର ଧାରଣା

author img

By

Published : Jul 20, 2021, 9:56 PM IST

ଧାନ ବିକ୍ରି ସମସ୍ୟା ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ FCI ସମ୍ମୁଖରେ ଧାରଣା ଦେଲା ବିଜେଡ଼ି । ଅଧିକ ପଢ଼ନ୍ତୁ...

BJD protest, protest in front of the FCI, protest against the central government, sale of paddy,  FCI ସମ୍ମୁଖରେ ଧାରଣା, କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ, FCI ସମ୍ମୁଖରେ ବିଜେଡିର ଧାରଣା, ଧାନ ବିକ୍ରି ସମସ୍ୟା, ବରଗଡ଼
ଧାନ ବିକ୍ରି ସମସ୍ୟା: FCI ସମ୍ମୁଖରେ ବିଜେଡିର ଧାରଣା

ବରଗଡ଼: ଜିଲ୍ଲାର ଚାଷୀଙ୍କ ଧାନ ବିକ୍ରି ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣାରେ ବସିଲା ବିଜେଡ଼ି ଦଳ । ଚାଷୀଙ୍କ ବକେୟା ପଇସା ଏଵଂ ଏଫସିଆଇର ଚାଉଳ ଉଠାଣରେ ଅବହେଳା ବିରୁଦ୍ଧରେ FCI ଗୋଦାମ ସମ୍ମୁଖରେ ବିକ୍ଷୋଭ ଏଵଂ ଧାରଣା ପ୍ରଦର୍ଶନ କଲା ବିଜୁ ଜନତା ଦଳ।

ବରଗଡ଼ ଜିଲ୍ଲାରେ ଥିବା ପାଞ୍ଚଟି FCI ଗୋଦାମ ସାମ୍ନାରେ ଚାଷୀଙ୍କ ପାଇଁ ରଣହୁଙ୍କାର ଦେଲେ ବିଜେଡି । ରାଜ୍ୟର ବିଭିନ୍ନ FCI ରେ ଗଚ୍ଛିତ ଥିବା ଚାଉଳକୁ କେନ୍ଦ୍ର ସରକାର କିଣୁ ନଥିବା ଏଵଂ ରାଜ୍ୟକୁ ଧାନର ଟଙ୍କା ଫେରସ୍ତ କରୁନଥିବା ପ୍ରତିବାଦରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ବରେ ବିକ୍ଷୋଭ ଏଵଂ ଧାରଣା ଦେଇଛନ୍ତି ବରଗଡ଼ର ବିଜେଡ଼ି ଦଳ ।

ଧାନ ବିକ୍ରି ସମସ୍ୟା: FCI ସମ୍ମୁଖରେ ବିଜେଡିର ଧାରଣା

କେନ୍ଦ୍ର ସରକାର ସବୁବେଳେ ରାଜ୍ୟର ଚାଷୀଙ୍କ ପାଇଁ ବୈମାତୃକ ମନୋଭାବ କରୁଥିବା ବେଳେ କେବଳ ଭାଷଣବାଜି କରୁଛି । ପ୍ରଧାନମନ୍ତ୍ରୀ ବରଗଡ଼କୁ ଆସି ବଡ଼ ବଡ଼ ଭାଷଣ ଦେଲେ ହେଲେ କେତେ ଚାଷୀ ଉପକୃତ ହେଲେ ତାହା ଲୋକେ ବୁଝିସାରିଲେଣି ବୋଲି କହିଛି ବିଜେଡି । ଏହାସହ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ବିଧାନସଭାରେ ସର୍ବଦଳୀୟ ଦାବି କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବୃଦ୍ଧି କଲେ ନାହିଁ ବୋଲି ବରଗଡ଼ ବିଧାୟକ ଦେବଶ ଆଚାର୍ଯ୍ୟ ଧାରଣା ସ୍ଥଳରେ କହିଛନ୍ତି ।

ଜିଲ୍ଲାର ନାଇକେନ ପାଲି ଠାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରପାଲି ଠାରେ ବିଧାୟିକା ରୀତା ସାହୁ, ଲାଦେରପାଲି ଠାରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ସୋହେଲା ଏଵଂ ପଦ୍ମପୁର ଠାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.