ETV Bharat / state

ବରଗଡରେ ପ୍ରତ୍ୟାହୃତ ହେଲା ଚାଷୀ ଆନ୍ଦୋଳନ

author img

By

Published : Nov 22, 2019, 12:55 AM IST

ଟୋକନ ବ୍ୟବସ୍ଥାକୁ ନେଇ ଚାଲିଥିବା ଆନ୍ଦୋଳନରେ ପୂର୍ଣ୍ଣଛେଦ ପଡିଛି । ସରକାରଙ୍କ ପ୍ରତିଶୃତି ପରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ।

ଚାଷୀ ଆନ୍ଦୋଳନ

ବରଗଡ: ଧାନ ବିକ୍ରି ଉପରେ ହୋଇଥିବା ଟୋକନ ବ୍ୟବସ୍ଥା ବିରୋଧରେ ଲଗାତାର ଚାଷୀଙ୍କ ଆନ୍ଦୋଳନକୁ ଦେଖି ସରକାର ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଧାନ ବିକ୍ରିରେ ସ୍ବଚ୍ଛତା ଆଣିବାକୁ ସରକାର ଟୋକନ ବ୍ୟବସ୍ଥା କରିଥିଲେ । ଯାହାର ଦୃଢ ବିରୋଧ କରିଥିଲେ ଚାଷୀ । ଯାହାକୁ ନେଇ ବରଗଡ ଜିଲ୍ଲାରେ ଆନ୍ଦୋଳନକୁ ତୀବ୍ରତର କରିଥିଲେ ଚାଷୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଚାଷୀଙ୍କ ଏମିତି ଆନ୍ଦୋଳନ ଦେଖି ରାଜ୍ୟ ସରକାର ଗୁରୁବାର ନିଜ ପ୍ରତିନିଧିଙ୍କୁ ଆନ୍ଦୋଳନରତ ଚାଷୀଙ୍କ ପାଖକୁ ପଠାଇ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ପ୍ରତିନିଧି ଭାବେ ମନ୍ତ୍ରୀ ସୁଶାନ୍ତ ସିଂ ଓ ରେଢାଖୋଲ ବିଧାୟକ ରୋହିତ ପୂଜାହାରୀ ଗୁରୁବାର ଚାଷୀଙ୍କ ସହ ଆଲୋଚନା କରି ଚାଷୀଙ୍କୁ ଧାନ ବିକ୍ରିରେ କୌଣସି ସମସ୍ୟା ହେବ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ । ବରଗଡଠାରେ ଆନ୍ଦୋଳନରତ ଚାଷୀଙ୍କ ପାଖକୁ ପ୍ରଥମେ ବରଗଡ ବିଧାୟକ ଦେବେଷ ଆଚାର୍ଯ୍ୟ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଯାଇ ବିନା ଟୋକନରେ ମଧ୍ୟ ଚାଷୀ ଧାନ ବିକ୍ରି କରିପାରିବେ ବୋଲି କହିବା ସହ ଚାଷୀଙ୍କୁ ବୁଝାସୁଝା କରିଥିଲେ । ଏହାସହ ଟୋକନ ପାଇଁ କେହି କୌଣସି ଅସୁବିଧାର ସମ୍ମୁଖିନ ହେବେ ନାହିଁ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ ।

ପରେ ଆନ୍ଦୋଳନସ୍ଥଳରେ ମନ୍ତ୍ରୀ ସୁଶାନ୍ତ ସିଂ ପହଞ୍ଚି ଚାଷୀଙ୍କ ସମସ୍ୟା ଶୁଣିଥିଲେ । ଚଳିତଥର ବରଗଡରେ କୌଣସି ଟୋକନ ବ୍ୟବସ୍ଥା ହେବ ନାହିଁ ବୋଲି ଘୋଷଣା ହେବା ପରେ ଚାଷୀ ଆନ୍ଦୋଳନରୁ ହଟିଥିଲେ ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Intro:ତିନିଦିନର ଲଗାତାର ଆନ୍ଦୋଳନ ପରେ ମାନିଲା ସରକାର , ଏବଂ ଶେଷରେ ଅନ୍ତ ହେଲା ଚାଷୀ ଏବଂ ସରକାରଙ୍କ ଟୋକନ ବିବାଦ । ବିନା ଟୋକନ ବ୍ୟବସ୍ଥାରେ ଚାଷୀ ବିକ୍ରି କରିପାରିବେ ନିଜ ଅମଳ ଧାନ ପୂର୍ବପରି ପୁଣି ଆରମ୍ଭ ହେବ ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ଡ଼ିସେମ୍ବର ଶେଷ ସୁଦ୍ଧା ସମସ୍ତ ଧାନ ସବୁ ସଂଗ୍ରହ କରାଯିବ ବୋଲି ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଘୋଷଣା କଲାପରେ ଯାଇ ଆନ୍ଦୋଳନରୁ ଓହରିଥିଲେ ଚାଷୀ ।


Body:ଚଳିତ ଖରିବ ଫସଲର ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟସରକାରଙ୍କ ଦ୍ୱାରା କରାଯାଇଥିବା ଟୋକନ ବ୍ୟବସ୍ଥାକୁ ବରଗଡ଼ ଜିଲ୍ଲାର କୃଷକ ତୀବ୍ର ବିରୋଧ କରୁଥିବା ସତ୍ତ୍ୱେ ନିଜ ଜିଦରେ ଅଟଳ ରହିଥିଲା ସରକାର । ତେବେ ରାଜ୍ୟ ସରକାରଙ୍କ ଏହି ଟୋକନ ବ୍ୟବସ୍ଥା ବିରୋଧରେ ବରଗଡ଼ ର ଚାଷୀ ଗତ ତିନିଦିନ ହେଲା ବାରମ୍ବାର ଆନ୍ଦୋଳନ କରୁଥିଲେ ସୁଦ୍ଧା ସରକାର ଆଦୌ ଶୁଣୁନଥିବା ରୁ ଚାଷୀ ଆଜି ରାଜରାସ୍ତାରେ ନିଜ ଅମଳ ଧାନ ସବୁ ଆଣି ରାସ୍ତା ଉପରେ ପକାଇ ଆନ୍ଦୋଳନ କରିଥିଲେ । ଗତକାଲି ୧୨ ଘଣ୍ଟିଆ ଅତାବିରା ବନ୍ଦ ଡ଼ାକରାର କୌଣସି ପ୍ରଭାବ ସରକାରଙ୍କୁ ପଡିନଥିଲା ତେବେ ଆଜି ରାସ୍ତା ଉପରେ ଧାନ ବସ୍ତା ପକାଇ ରାସ୍ତା ଅବରୋଧ କରିଥିଲେ ହଜାର ହଜାର ଚାଷୀ ।

ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହେବାପରେ ସରକାରଙ୍କ ଚେତା ପଶିଥିଲା ଏବଂ ଟୋକନ ବ୍ୟବସ୍ଥା କୁ ଚଳିତ ଥରପାଇଁ ବନ୍ଦ କରାଗଲା ଏବଂ ବିନା ଟୋକନ ରେ ଚଳିତ ଥର ଚାଷୀ ଧାନ ବିକ୍ରି କରି ପାରିବେ ବୋଲି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଘୋଷଣା କରିବା ପରେ ଯାଇ ଚାଷୀ ଆନ୍ଦୋଳନରୁ ହଟିଥିଲେ । ଘଟଣା ସ୍ଥଳକୁ ମନ୍ତ୍ରୀ ସୁଶାନ୍ତ ସିଂ , ମଧ୍ୟ ପହଞ୍ଚିଥିଲେ । ସୁରକ୍ଷା ଦୃଷ୍ଟିରେ ବହୁ ପୋଲିସ ମୃତୟନ କରାଯାଇଥିଲା ଏବଂ ବରଗଡ଼ ଏସପି ପଦ୍ମିନୀ ସାହୁ ଏବଂ ସମ୍ବଲପୁର ଡ଼ିଆଇଜି ଘଟଣା ସ୍ଥଲରେ ପହଞ୍ଚିଥିଲେ ।
ବାଇଟ ୧- ଦେବେଶ ଆଚାର୍ଯ୍ୟ ( ବରଗଡ଼ ବିଧାୟକ )
ବାଇଟ ୨- ଜ୍ୟୋତିରଞ୍ଜନ ପ୍ରଧାନ ( ବରଗଡ଼ ଜିଲ୍ଲାପାଳ )


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.