ETV Bharat / state

ବରଗଡ ସରକାରୀ ଡାକ୍ତରଖାନାରେ ଏକ୍ସପାରି ମେଡ଼ିସିନ ଦିଆଯାଉଥିବା ଅଭିଯୋଗ

author img

By

Published : Nov 11, 2020, 7:05 PM IST

ଏକ୍ସପାଇରୀ ମେଡିସିନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଲା ବରଗଡର ପୁରୁଣା ଡାକ୍ତରଖାନା । ବରଗଡର ପୁରୁଣା ଡାକ୍ତରଖାନାରେ ବୁଧବାର ଜଣେ ରୋଗୀଙ୍କୁ ଏକ୍ସପାଇରି ମେଡିସିନ ଦିଆଯିବା ଘଟଣା ସାମ୍ମନାକୁ ଆସିଛି । ଅଧିକ ପଢନ୍ତୁ...

Allegations of expiratory medicine being given at Bargarh Government Hospital
ବରଗଡ ସରକାରୀ ଡାକ୍ତରଖାନାରେ ଏକ୍ସପାରି ମେଡ଼ିସିନ ଦିଆଯାଉଥିବା ଅଭିଯୋଗ

ବରଗଡ: ଏକ୍ସପାଇରୀ ମେଡିସିନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଲା ବରଗଡର ପୁରୁଣା ଡାକ୍ତରଖାନା । ବରଗଡର ପୁରୁଣା ଡାକ୍ତରଖାନାରେ ବୁଧବାର ଜଣେ ରୋଗୀଙ୍କୁ ଏକ୍ସପାଇରି ମେଡିସିନ ଦିଆଯିବା ଘଟଣା ସାମ୍ମନାକୁ ଆସିଛି । ରୋଗୀ ଜଣକ ଅଭିଯୋଗ ଆଣିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି ।

ବରଗଡ ସରକାରୀ ଡାକ୍ତରଖାନାରେ ଏକ୍ସପାରି ମେଡ଼ିସିନ ଦିଆଯାଉଥିବା ଅଭିଯୋଗ

ରାଜ୍ୟ ସରକାରଙ୍କ ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ବିତରଣ କରାଯାଉଥିବା ଔଷଧ କେନ୍ଦ୍ରରେ ଏକ୍ସପାଇରି ମେଡିସିନ ଦିଆଯାଇଥିବା ଅଭିଯୋଗ ହୋଇଛି ।

ବୁଧବାର ସକାଳରୁ ବରଗଡ଼ ସହର ନିକଟସ୍ଥ ଖଲିଆପାଲି ଗାଁର ସୁକାନ୍ତ ସୁନା ନାମକ ବ୍ୟକ୍ତିଙ୍କ ଗୋଡରେ ହୋଇଥିବା କ୍ଷତର ଉପଶମ ପାଇଁ ଡାକ୍ତରଖାନାକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସରକାରଙ୍କ ମାଗଣା ଔଷଧ ଯୋଜନାରେ ନିରାମୟରୁ ଏହି ବ୍ୟକ୍ତି ଜଣକୁ ମିଳିଥିଲା ମଲମ ।

ମାତ୍ର ମଲମଟି ଏକ୍ସପାଇରୀ ହୋଇଥିବା ଦେଖିବାକୁ ପାଇଥିଲେ ସୁକାନ୍ତ ସୁନା । ଏକ୍ସପାଇରୀ ମଲମକୁ ଦେଖି ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଲାଗିରହିଥିଲା ହୋହାଲ୍ଲା । ତେବେ ଏହାର ଅଭିଯୋଗ କରିବା ପରେ CDMO ଘଟଣାର ତଦନ୍ତ କରାଯିବ ଓ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.