ETV Bharat / state

ଅଳିଆଗଦାରେ ହଜାର ହଜାର ରାସନ କାର୍ଡ

author img

By

Published : Oct 28, 2021, 7:35 AM IST

ବାଲେଶ୍ବର ଜିଲ୍ଲା ଖଇରା ଅଳିଆଗଦାରେ ପଡିଛି ହଜାର ହଜାର ରାସନ କାର୍ଡ । ପ୍ରଶାସନର ଦାୟିତ୍ବହୀନତାକୁ ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ...

ପଦାରେ ପଡିଲା ପ୍ରଶାସନର ଦାୟିତ୍ବହୀନତା, ଅଳିଆଗଦାରେ ହଜାର ହଜାର ରାସନ କାର୍ଡ
ପଦାରେ ପଡିଲା ପ୍ରଶାସନର ଦାୟିତ୍ବହୀନତା, ଅଳିଆଗଦାରେ ହଜାର ହଜାର ରାସନ କାର୍ଡ

ବାଲେଶ୍ବର: ସାଧାରଣ ଲୋକଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ପ୍ରଚେଷ୍ଟା ଚାଲିଛି । ହେଲେ ଅନେକ ଯୋଜନା ଫାଇଲ ତଳେ ଚାପି ହୋଇ ଯାଉଥିବାବେଳେ ଅନେକ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନିକ ଅଧିକାରୀମାନେ ଚେଷ୍ଟା ଜାରି ରଖିଛନ୍ତି । ମାତ୍ର ବାଲେଶ୍ବରରେ ଗରିବ ହିତାଧିକାରୀଙ୍କ ପାଇଁ ଆସିଥିବା ରାସନ କାର୍ଡ ବଣ୍ଟନ ନ ହୋଇ ଅଳିଆ ଗଦାରେ ପଡିଥିବା ଦେଖିବାକୁ ମିଳିଛି ।

ପଦାରେ ପଡିଲା ପ୍ରଶାସନର ଦାୟିତ୍ବହୀନତା, ଅଳିଆଗଦାରେ ହଜାର ହଜାର ରାସନ କାର୍ଡ


ସୂଚନା ଅନୁସାରେ, ଖଇରା ପୁରୁଣା ତହସିଲ ଭଙ୍ଗା ସମୟରେ ବାହାରିଛି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ହଜାର ହଜାର ସଂଖ୍ୟାର ରାସନ କାର୍ଡ । ଏପରି ସରକାରୀ କାଗଜପତ୍ରର ଅପବ୍ୟବହାର ସମ୍ପର୍କରେ ପ୍ରଚାର ପରେ ଏକ ଟ୍ରାକ୍ଟର ଦ୍ୱାରା ଅନ୍ଧାରରେ ସେସବୁକୁ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ କରାଯାଇଥିଲା । ତେବେ ସରକାରୀ ଅଫିସରମାନେ ଜଣେ ଗରିବ ଲୋକ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ଏମିତି ଅଳିଆ ଗଦାକୁ ଠେଲିଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କେବେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.