ETV Bharat / state

ଏକତରଫା ପ୍ରେମରୁ ଜଘନ୍ୟ କାଣ୍ଡ ! ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପୋଡି ମାରିଦେଲା ଯୁବକ

author img

By

Published : Jul 24, 2022, 11:28 AM IST

Updated : Jul 24, 2022, 11:55 AM IST

ବାଲେଶ୍ଵର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗ୍ରାମରେ ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି । ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଶୌଚାଳୟ ଭିତରେ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

youth killed to student in balasore
ବାରିଙ୍ଗିଆରେ ବିଭତ୍ସ ହତ୍ୟାକାଣ୍ଡ, କିରୋସିନି ଢାଳି ଛାତ୍ରୀଙ୍କୁ ଜଅନ୍ତା ଜାଳିଦେଲେ ଯୁବକ

ବାଲେଶ୍ବର: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିଭତ୍ସ ଭାବେ ହତ୍ୟା । ଶୌଚାଳୟ ଭିତରେ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗ୍ରାମରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଏଭଳି ବିଭତ୍ସ କାଣ୍ଡ ଘଟାଇଛି ବାରିଙ୍ଗିଆ ଗ୍ରାମର ବିଦ୍ୟାଧର ଜେନାଙ୍କ ବଡ଼ପୁଅ ଦୟାନିଧି ଜେନା । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପୋଡି ମାରିଦେଲା ଯୁବକ

ମୃତ ଛାତ୍ରୀଙ୍କ ନିକଟରେ କଟା ହୋଇଥିବା ଚୁଟି, ଲାଇଟର, ବିଷ କାଚ ଆଦି ପଡିଥିବା ଦେଖିବାକୁ ମିଳିଛି । ଛାତ୍ରୀଙ୍କୁ ଜାଳିବା ପୂର୍ବରୁ ଦୟାନିଧି ତାଙ୍କ ଚୁଟି କାଟି ଦେଇଥିବା ଜଣାପଡିଛି । ଏକ ତରଫା ପ୍ରେମ କାରଣରୁ ହତ୍ୟାକାରୀ ଏଭଳି କାଣ୍ଡ ଭିଆଇଥିବା ମୃତ ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ଦୟାନିଧି ଛାତ୍ରୀଙ୍କୁ ବହୁତ ହଇରାଣ କରିବା ସହ ବାରମ୍ବାର ପ୍ରେମ ନିବେଦନ କରିଥିଲେ । ପ୍ରେମ ସମ୍ପର୍କରେ ରାଜି ନ ହେଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ଘଟଣା ବିଷୟରେ ଜାଣିବା ପରେ ଗ୍ରାମବାସୀ ଦୟାନିଧିଙ୍କୁ ଅଟକ ରଖି ଉତ୍ତମ ମଧ୍ୟମ ଦେଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଖଇରା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jul 24, 2022, 11:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.