ETV Bharat / state

ଦିଘା ମୁହାଣରୁ ବିରଳ ପ୍ରଜାତିର ମାଛ ଉଦ୍ଧାର, ୩୦ ହଜାରରେ ହେଲା ନିଲାମ

author img

By

Published : Nov 14, 2022, 10:30 PM IST

ବାଲେଶ୍ବର ଜିଲ୍ଲା ସୀମାନ୍ତ ପଶ୍ଚିମବଙ୍ଗର ଦିଘା ମୁହାଣରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ଯାହାକୁ ୩୦ ହଜାର ମୂଲ୍ୟରେ ନିଲାମ କରାଯାଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଦିଘା ମୁହାଣରୁ ବିରଳ ପ୍ରଜାତିର ମାଛ ଉଦ୍ଧାର, ୩୦ ହଜାରରେ ହେଲା ନିଲାମ
ଦିଘା ମୁହାଣରୁ ବିରଳ ପ୍ରଜାତିର ମାଛ ଉଦ୍ଧାର, ୩୦ ହଜାରରେ ହେଲା ନିଲାମ

ବାଲେଶ୍ବର: ଜିଲ୍ଲା ସୀମାନ୍ତ ପଶ୍ଚିମବଙ୍ଗର ଦିଘା ମୁହାଣରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର (Rare fish rescued near Digha) ହୋଇଛି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିରଳ ମାଛ ପଡ଼ିବା ପରେ ଲୋକଙ୍କ ମଧ୍ୟରେ ମାଛ ଦେଖିବା ପାଇଁ ଉତ୍ସାହ ପ୍ରକାଶ ପାଇଥିଲା । ୩୦ ହଜାରରେ ଏହି ମାଛକୁ ବିକ୍ରି (Fish sold for 30 lakhs rupees)କରାଯାଇଥିବା ଜଣାପଡ଼ିଛି ।

ଦିଘା ମୁହାଣରୁ ବିରଳ ପ୍ରଜାତିର ମାଛ ଉଦ୍ଧାର, ୩୦ ହଜାରରେ ହେଲା ନିଲାମ

ଏହି ମାଛର ନାମ ପାନିଆ ଫାଳ ବା ଚିରୁଣୀ ଫାଳ ବୋଲି ଜଣାପଡିଛି । ମାଛର ଲମ୍ବ ପ୍ରାୟ ୧୨ ଫୁଟ ଥିବା ବେଳେ ମାଛଟି ୩୦ ହଜାର ଟଙ୍କାରେ ନିଲାମ ହୋଇଛି । ଏହାକୁ କୋଲକାତାର ଏକ ଔଷଧ କମ୍ପାନୀ କିଣିଥିବା ଜଣାପଡ଼ିଛି । ଏହି ପ୍ରକାର ମାଛ ଗଭୀର ସମୁଦ୍ରରେ ମିଳିଥାନ୍ତି । ଅଧିକାଂଶ ସମୟରେ ଦୀଘା ମୁହାଣରେ କିଛି ନା କିଛି ଦୁର୍ଲଭ ମାଛ ନିଲାମ ଡକାଯାଇଥାଏ । ଗତ ନଭେମ୍ବର ୫ ତାରିଖରେ ଏହି ଦୀଘା ମୁହାଣରୁ ବିରଳ ତେଲିଆ ଭୋଳା ପ୍ରଜାତିର ମାଛକୁ ଉଦ୍ଧାର କରାଯାଇଥିଲା ।

ଏହା ବି ପଢନ୍ତୁ- ଦିଘା ମୁହାଣରୁ ଜାଲରେ ପଡିଲା ବଡ ମାଛ, ଦର ୫ ଲକ୍ଷ ଟଙ୍କା

ଏହି ତେଲିଆ ମାଛର ଓଜନ ୩୫ କେଜି ରହିଥିବା ବେଳେ ଏହାକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା । କୋଲକାତାର ଏକ ଫାର୍ମା କମ୍ପାନୀକୁ ଏହି ମାଛକୁ ବିକ୍ରି କରାଯାଇଥିଲା । ଏହି ବିରଳ ପ୍ରଜାତିର ଗଭୀର ସମୁଦ୍ରରେ ଦେଖାଯାଉଥିବା ବେଳେ ସମୟେ ସମୟେ କୂଳ ନିକଟକୁ ଆସିଥାନ୍ତି । ଯାହାଦ୍ବାରା ସେମାନେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିବା ଦେଖିବାକୁ ମିଳିଥାଏ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.