ETV Bharat / state

PXE 127th Foundation Day; ବିଶ୍ୱସ୍ତରୀୟ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ରେଞ୍ଜରେ ପରିଣତ କରିବାକୁ ଆହ୍ବାନ

author img

By

Published : Nov 8, 2021, 4:39 PM IST

ଚାନ୍ଦିପୁର ସ୍ଥିତ ଡିଆର୍‌ଡିଓର ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା (ପିଏକ୍ସଇ)ର ୧୨୭ତମ ସ୍ଥାପନା ଦିବସ ପାଳିତ। ଏବଂ ପିଏକ୍ସଇକୁ ଏକ ବିଶ୍ୱସ୍ତରୀୟ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ରେଞ୍ଜରେ ପରିଣତ କରିବା ପାଇଁ କର୍ମଚାରୀମାନଙ୍କୁ ଆହ୍ୱାନ । ଅଧିକ ପଢନ୍ତୁ...

ପିଏକ୍ସଇର ୧୨୭ ତମ ପ୍ରତିଷ୍ଠା ଦିବସ ; ବିଶ୍ୱସ୍ତରୀୟ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ରେଞ୍ଜରେ ପରିଣତ କରିବାକୁ ଆହ୍ବାନ
ପିଏକ୍ସଇର ୧୨୭ ତମ ପ୍ରତିଷ୍ଠା ଦିବସ ; ବିଶ୍ୱସ୍ତରୀୟ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ରେଞ୍ଜରେ ପରିଣତ କରିବାକୁ ଆହ୍ବାନ

ବାଲେଶ୍ବର : ଚାନ୍ଦିପୁର ସ୍ଥିତ ଡିଆର୍‌ଡିଓର ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା (ପିଏକ୍ସଇ)ର ୧୨୭ତମ ସ୍ଥାପନା ଦିବସ ପାଳନ ହୋଇଛି। ପିଏକ୍ସଇର ନିର୍ଦ୍ଦେଶକ ଡିକେ ଯୋଶୀ ପତାକା ଉତ୍ତୋଳନ କରି ଉତ୍ସବର ଉଦ୍‌ଘାଟନ କରିଥିଲେ । ଅସ୍ତ୍ରଶସ୍ତ୍ରର ଗତିଶୀଳ ପରୀକ୍ଷଣ ଓ ମୂଲ୍ୟାଙ୍କନ କ୍ଷେତ୍ରରେ ଭବିଷ୍ୟତ ଆହ୍ୱାନର ସମ୍ମୁଖୀନ ହେବାପାଇଁ ରେଞ୍ଜ ଇନ୍‌ଷ୍ଟ୍ରୁମେଣ୍ଟେସନ୍ ସେଟ୍‌ଅପ୍ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।

ପିଏକ୍ସଇର ୧୨୭ ତମ ପ୍ରତିଷ୍ଠା ଦିବସ ; ବିଶ୍ୱସ୍ତରୀୟ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ରେଞ୍ଜରେ ପରିଣତ କରିବାକୁ ଆହ୍ବାନ

ଆଟାଗସ୍‌, ବାଇ ମଡ୍ୟୁଲାର ଚାର୍ଜ ସିଷ୍ଟମ (ବିଏମ୍‌ସିଏସ୍‌) ତଥା ମିଜାଇଲ୍‌ର ବିଭିନ୍ନ ଫ୍ୟୁଜ୍ ସବ୍‌ସିଷ୍ଟମ୍‌ର କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସେ ପିଏକ୍ସଇର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ଭୂୟସୀ ପ୍ରଶଂସା କରିଥିଲେ ।

ପିଏକ୍ସଇର ସମସ୍ତ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ବହୁମୂଲ୍ୟ ଅବଦାନକୁ ପ୍ରଂଶାସ କରିଥିଲେ ଏବଂ ପିଏକ୍ସଇକୁ ଏକ ବିଶ୍ୱସ୍ତରୀୟ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ରେଞ୍ଜରେ ପରିଣତ କରିବା ପାଇଁ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.