ETV Bharat / state

ମାଟ୍ରିକ ଫଳକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Jun 29, 2021, 12:44 PM IST

ମାଟ୍ରିକ ମାର୍କକୁ ନେଇ ବାଲେଶ୍ୱରର ଅସନ୍ତୋଷ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ । ଅଧିକ ପଢନ୍ତୁ...

ମାଟ୍ରିକ ଫଳକୁ ନେଇ ଛାତ୍ର ଅସନ୍ତୋଷ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ମାଟ୍ରିକ ଫଳକୁ ନେଇ ଛାତ୍ର ଅସନ୍ତୋଷ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବାଲେଶ୍ୱର: ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ସାରା ରାଜ୍ୟରେ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ବାଲେଶ୍ଵରରେ ମଧ୍ୟ ଛାତ୍ରଛାତ୍ରୀ ସେମାନଙ୍କ ମାର୍କ ନେଇ ଅସନ୍ତୋଷ ବ୍ୟକ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ଜଣାଇଛନ୍ତି ।

ମାଟ୍ରିକ ଫଳକୁ ନେଇ ଛାତ୍ର ଅସନ୍ତୋଷ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସରସ୍ୱତୀ ଶିଶୁ ମନ୍ଦିର ଓ ବାହାନଗା ନୋଡାଲ ହାଇସ୍କୁଲ ଛାତ୍ରଛାତ୍ରୀ ସେମାନଙ୍କ ଅଭିଯୋଗ ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ନବମ ଶ୍ରେଣୀରେ କମ୍‌ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଚଳିତ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ଦିଆଯାଇଛି । ସେହିପରି ନବମରେ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ କମ୍‌ ନମ୍ବର ଦିଆଯାଇଛି । ସ୍କୁଲ ତରଫରୁ ବୋର୍ଡ଼ ଅଫିସକୁ ଦିଆଯାଇଥିବା ନବମ ଓ ଦଶମ ଟେଷ୍ଟର ନମ୍ବର ଅପଲୋଡ଼ କରିବାରେ ସ୍କୁଲ ତରଫରୁ ପାତର ଅନ୍ତର କରାଯାଇଛି ବୋଲି ଅଭିଯୋଗ ହୋଇଛି ।

ନିର୍ଦ୍ଦିଷ୍ଟ କିଛି ଛାତ୍ରଛାତ୍ରୀଙ୍କୁ ମାତ୍ରାଧିକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି । ସବୁ ଜାଣିଶୁଣି ପ୍ରଧାନଶିକ୍ଷକ ଏମିତି କରିଥିବା ଅଭିଯୋଗ ହୋଇଛି । ସେହିଭଳି ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ମାର୍କ କମ ରହିଛି, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ଦାବି ଜଣାଯାଇଛି । ବୋର୍ଡ଼ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.