ETV Bharat / state

ଜମିଜମାକୁ କେନ୍ଦ୍ରକରି ଗଡ଼ିଲା ମୁଣ୍ଡ

author img

By

Published : Jul 19, 2020, 3:56 PM IST

ବାଲେଶ୍ବର ଜିଲ୍ଲା ସୋର ଥାନା ନିଶ୍ଚିନ୍ତପୁର ଗ୍ରାମରେ ଜମି ଜମା ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜମିଜମାକୁ କେନ୍ଦ୍ରକରି ଗଡ଼ିଲା ମୁଣ୍ଡ
ଜମିଜମାକୁ କେନ୍ଦ୍ରକରି ଗଡ଼ିଲା ମୁଣ୍ଡ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସୋର ଥାନା ନିଶ୍ଚିନ୍ତପୁର ଗ୍ରାମରେ ଜମିଜମା ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଜମିଜମାକୁ କେନ୍ଦ୍ରକରି ଗଡ଼ିଲା ମୁଣ୍ଡ
ଗ୍ରାମର ଇଶ୍ବର ବେହେରା ଓ ପୁଅ କାର୍ତ୍ତିକ ବେହେରା ଜମିରେ କାମ କରୁଥିବା ବେଳେ ପଡୋଶୀ ଦୁଇ ଭାଇ ଗୋଡାଇ ଗୋଡାଇ ଭୁଜାଲିରେ ସେମାନଙ୍କୁ ମରଣାନ୍ତକ ‍ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଇଶ୍ବର ବେହେରା ଓ ପୁଅ କାର୍ତ୍ତିକ ଗୁରୁତର ଭାବେ ଆହତ ହୋଇ ପ୍ରଥମେ ସୋର ଡାକ୍ତରଖାନା ଓ ପରେ ବାଲେଶ୍ଵର ମେଡିକାଲ ସ୍ଥାନାନ୍ତର ହୋଇଥିଲେ ।

ପରେ ପୁଅ କାର୍ତ୍ତିକର ବାଲେଶ୍ଵର ମେଡିକାଲରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ଆକ୍ରମଣକାରୀ ରମେଶ ବେହେରା ଓ ଶଶିକାନ୍ତ ବେହେରାଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.