ETV Bharat / state

Patachitra Art: ପ୍ରତିଭାକୁ ପରିଚୟ ଦେଲା ସୋସିଆଲ ମିଡିଆ, ଏବେ ଛୁଟୁଛି ଅର୍ଡର

author img

By

Published : Dec 11, 2021, 7:37 PM IST

କାଗଜଠାରୁ ଆରମ୍ଭ କରି ପର୍ସ, ହ୍ୟାଣ୍ଡ ବ୍ୟାଗ, ସାଇଡ୍ ବ୍ୟାଗ, ଟି-ସାର୍ଟ ଆଦି ଉପରେ ସେ ଅତି ନିଖୁଣତାର ସହ ଆଙ୍କି ଦିଅନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଟ୍ଟଚିତ୍ର । ଉଦ୍ଦେଶ୍ୟ ପଟ୍ଟଚିତ୍ର ଆଙ୍କି ପାରମ୍ପରିକ ଚିତ୍ରକଳାକୁ ବଞ୍ଚାଇବା ସହ ଏହାର ପ୍ରଚାର ପ୍ରସାର କରିବା । ଅଧିକ ପଢନ୍ତୁ

ପଟ୍ଟଚିତ୍ର ପ୍ରଚାର ପ୍ରସାରରେ ଲାଗିଛନ୍ତି ଯୁବ ଚିତ୍ରକର, ମନ ମୋହୁଛି କାରୁକାର୍ଯ୍ୟ
ପଟ୍ଟଚିତ୍ର ପ୍ରଚାର ପ୍ରସାରରେ ଲାଗିଛନ୍ତି ଯୁବ ଚିତ୍ରକର, ମନ ମୋହୁଛି କାରୁକାର୍ଯ୍ୟ

ବାଲେଶ୍ବର: ନିର୍ଜୀବ ବସ୍ତୁରେ ଜୀବନ ଦେବାରେ ସେ ମାହିର । କାଗଜଠାରୁ ଆରମ୍ଭ କରି ପର୍ସ, ହ୍ୟାଣ୍ଡ ବ୍ୟାଗ, ସାଇଡ୍ ବ୍ୟାଗ, ଟି-ସାର୍ଟ ଆଦି ଉପରେ ସେ ଅତି ନିଖୁଣତାର ସହ ଆଙ୍କି ଦିଅନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଟ୍ଟଚିତ୍ର ।

ପଟ୍ଟଚିତ୍ର ପ୍ରଚାର ପ୍ରସାରରେ ଲାଗିଛନ୍ତି ଯୁବ ଚିତ୍ରକର, ମନ ମୋହୁଛି କାରୁକାର୍ଯ୍ୟ

ଫୁଲଠାରୁ ପାନ ପତ୍ର ସବୁଥିରେ ଝଲସେ ତାଙ୍କ ପଟ୍ଟଚିତ୍ର କଳା । ଉଦ୍ଦେଶ୍ୟ ପଟ୍ଟଚିତ୍ର ଆଙ୍କି ପାରମ୍ପରିକ ଚିତ୍ରକଳାକୁ ବଞ୍ଚାଇବା ସହ ଏହାର ପ୍ରଚାର ପ୍ରସାର କରିବା । ଆମେ କହୁଛୁ ବାଲେଶ୍ଵର ସହର ରାଣିପାଟଣା ଅଞ୍ଚଳର ଦେବାଶିଷ ସାହୁଙ୍କ କଥା । ଯିଏକି ଚିତ୍ର କଳା ଶିଖିବା ପାଇଁ କୌଣସି ଡିଗ୍ରୀଧାରୀ କଲେଜ ଯାଇନାହାନ୍ତି । କିନ୍ତୁ ଏହି ପଟ୍ଟଚିତ୍ର ଆଙ୍କି ଲୋକଙ୍କ ମନ ଜିତି ପାରିଛନ୍ତି ।

ଆଉ ଏବେ ଫେସବୁକ୍ ମାଧ୍ୟମରେ ତାଙ୍କ ହାତ ତିଆରି ପଟ୍ଟଚିତ୍ର ପ୍ରତି ଆକର୍ଷିତ ହୋଇ ଡ୍ରେସ୍, ବ୍ୟାଗ୍ ଉପରେ ତାହାକୁ କରିବା ପାଇଁ ଅନେକ ଲୋକଙ୍କ ପାଖରୁ ଅର୍ଡର ଆସୁଛି।

ପିଲାଟି ବେଳୁ ଦେବାଶିଷଙ୍କ ଚିତ୍ରକଳା ପ୍ରତି ରହିଥିଲା ବେଶ ଆଗ୍ରହ । ହେଲେ ସମୟାନୁକ୍ରମେ ପାଠପଢ଼ାରେ ବ୍ୟସ୍ତ ରହିଯିବାରୁ ପ୍ରଶିକ୍ଷଣ ନେଇ ପାରି ନଥିଲେ। ବିନା ପ୍ରଶିକ୍ଷଣରେ ନିଜ ଭିତରର ପ୍ରତିଭାକୁ ସେ କରାଇଛନ୍ତି ପ୍ରସ୍ଫୁଟିତ । ଆଉ ଅଭ୍ୟାସ ବଳରେ ଆଜି ସେ ନିଜ ପାଇଁ ତିଆରି କରି ପାରିଛନ୍ତି ଏକ ସ୍ବତନ୍ତ୍ର ସ୍ଥାନ । ଶିଳ୍ପୀ କେଶୁ ଦାସଙ୍କ ମାଧ୍ୟମରେ ଦେବାଶିଷ ଶିଳ୍ପୀ ପରିବାର ଗ୍ରୁପ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମରେ ଝୋଟି, ମୁରୁଜ ଆଙ୍କି ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ଏତଦବ୍ୟତିତ ବାପାଙ୍କ ସହ ମେଡିସିନ ଷ୍ଟୋରରେ ସହଯୋଗ କରନ୍ତି ଦେବାଶିଷ।


ଦେବାଶିଷ ଏବେ ମଧ୍ୟ ବିଭିନ୍ନ ପର୍ବପର୍ବାଣୀ ସମୟରେ ଥିମ୍ ଅନୁଯାୟୀ ସୁନ୍ଦର ମୁରୁଜ ଏବଂ ରଙ୍ଗୋଲିରେ ଚିତ୍ର ସୋସିଆଲ୍ ମିଡିଆରେ ବେଶ ପ୍ରଶଂଶା ସାଉଁଟୁଛନ୍ତି। ମୁରୁଜ କାମ ପାଇଁ ତାଙ୍କୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥାଏ। ଆଉ ଏବେ ଶାଢ଼ୀ ଓ କୁର୍ତ୍ତୀରେ ପଟ୍ଟଚିତ୍ର ଆଙ୍କିବା ପାଇଁ ତାଙ୍କ ପାଖକୁ ଆସୁଛି ଅର୍ଡର । ତେବେ ଭବିଷ୍ୟତରେ ଦେବାଶିଷ ଏକ ଆର୍ଟ ସ୍କୁଲ ଖୋଲିବାକୁ ଇଚ୍ଛା ରଖିଥିବା କହିଛନ୍ତି ତାଙ୍କ ପରିବାର ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.