ETV Bharat / state

ବାଲେଶ୍ବର ପୌରପାଳିକାରେ ନାନା ସମସ୍ୟା, BJP କହିଲା ସମାଧାନ ପାଇଁ ନିଆଯାଉନି ପଦକ୍ଷେପ

author img

By

Published : Dec 10, 2022, 11:21 AM IST

ବାଲେଶ୍ବର ପୌରପାଳିକାରେ ନାନା ସମସ୍ୟା ନେଇ ବିଜେପି ନଗର ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ

ବାଲେଶ୍ବର ପୌରପାଳିକାର ବ୍ୟତିକ୍ରମ ବଖାଣିଲେ କାଉନସିଲର
ବାଲେଶ୍ବର ପୌରପାଳିକାର ବ୍ୟତିକ୍ରମ ବଖାଣିଲେ କାଉନସିଲର

ବାଲେଶ୍ବର: ପୌରପାଳିକାର କାଉନସିଲ ଗଠନ ହେବାର ଆଠ ମାସ ବିତିଗଲାଣି । କିନ୍ତୁ ଲୋକଙ୍କ ଲୋକଙ୍କ ସମସ୍ୟା ଓ ମୌଳିକ ଦାବି ଗୁଡ଼ିକ ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପୌରପାଳିକା ବ୍ୟତିକ୍ରମ ବଖାଣିଛନ୍ତି ବିଜେପି ନଗର ସଭାପତି ତଥା କାଉନସିଲର ଚିତ୍ତ ରଞ୍ଜନ ପଣ୍ଡା । ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବା ସହ ୬ଟି ଦାବି ଉପସ୍ଥାପନ କରିଛନ୍ତି ।

ବାଲେଶ୍ବର ପୌରପାଳିକାର ବ୍ୟତିକ୍ରମ ବଖାଣିଲେ କାଉନସିଲର

ବିଜେପି ନଗର ସଭାପତି ଚିତ୍ତ ରଞ୍ଜନ ପଣ୍ଡାଙ୍କ ଦାବି ହେଉଛି, ପୌରପାଳିକାରେ ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି, ଟେଣ୍ଡର ପ୍ରକ୍ରିୟା ତ୍ୱରାନ୍ୱିତ କରି ପଡ଼ି ରହିଥିବା ପ୍ରକଳ୍ପ ଗୁଡ଼ିକର ଅର୍ଥର ସୁବିନିଯୋଗ କରିବା, ପରିମଳ ବ୍ୟବସ୍ଥା ପାଇଁ ଟେଣ୍ଡର ଡାକିବା, ସହରରେ ଷ୍ଟ୍ରିଟ ଲାଇଟ ରକ୍ଷଣା ବେକ୍ଷଣ, ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦଶ କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଓ ନୂତନ ଟାଉନ ବସ୍ ଚଳାଚଳ କରିବା । ଏହି ସବୁ ଦାବି ପୂରଣ ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ନଗର ସଭାପତି । ସାମ୍ବାଦିକ ସମ୍ମିଳନୀରେ କାଉନସିଲର ସତ୍ୟ ଶିବ ସୁନ୍ଦର ଦାଶ, ରୋଜାଲିନ ପାଣି, ପ୍ରତିମା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.