ETV Bharat / state

ETV Bharat Impact: ଖବର ବାଜିଲା, କ୍ୟାନସର ରୋଗୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

author img

By

Published : Jul 22, 2023, 4:58 PM IST

କର୍କଟ ରୋଗରୁ ମୁକ୍ତି ପାଇବେ ସୁଦାମ ଜେନା । ସାହାଯ୍ୟର ହତା ବଢାଇଲା ବ୍ଲକ ପ୍ରଶାସନ । ପ୍ରଥମେ ଇଟିଭି ଭାରତ ଏହି ଖବର ପ୍ରସାରଣ କରିଥିଲା । ଅଧିକ ପଢନ୍ତୁ

soro bdo helped cancer patient sudam
soro bdo helped cancer patient sudam

ETV Bharat Impact: ସାହାଯ୍ୟର ହତା ବଢାଇଲା ବ୍ଲକ ପ୍ରଶାସନ

ବାଲେଶ୍ବର: ଖବର ବାଜିଲା ନଜର ପଡିଲା । ପ୍ରାଣଘାତି କର୍କଟ ରୋଗରୁ ମୁକ୍ତି ପାଇବେ ସୁଦାମ ଜେନା ! ଏନେଇ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ସୁଦାମଙ୍କ ନିକଟରେ ବ୍ଲକ ପ୍ରଶାସନ ପହଞ୍ଚି ସହାୟତାର ହାତ ବଢାଇଛି । ଚିକିତ୍ସା ନିମନ୍ତେ ବିଡିଓ 10 ହଜାର ଟଙ୍କା ଓ ଜେଇ ଏକ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ସୋରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ତରଫରୁ 10 ହଜାର ଟଙ୍କା ପ୍ରଦାନ କରାଯାଇଛି ।

  • BDO soro provided assistance to the family through CMRF. They're getting all the govt benefits already. pic.twitter.com/kQQrJbyfJ1

    — Collector & DM Balasore (@DBalasore) July 21, 2023 " class="align-text-top noRightClick twitterSection" data=" ">

ନଦୀଗାଁ ଗ୍ରାମର ସୁଦାମ ଜେନା । ଘରର ଏକମାତ୍ର ରୋଜଗାରିଆ ପୁଅ ହେଉଛି ସୁଦାମ। କିଛି ଦିନ ପୂର୍ବରୁ ଗ୍ୟାଷ୍ଟିକ ସମସ୍ୟାରେ ପଡ଼ି ଚିକିତ୍ସା ପାଇଁ କଟକ ଯାଇଥିଲେ । ସେଠାରେ ସେ କ୍ୟାନ୍ସରରେ ପୀଡିତ ଥିବା ଜଣାପଡିଥିଲା । ଅପରେସନ ପରେ ବର୍ତ୍ତମାନ ସେ ପେଟ ମାଧ୍ୟମରେ ମଳତ୍ୟାଗ କରୁଛନ୍ତି । ଏବେ ତାଙ୍କର କ୍ୟାନ୍ସରର ପ୍ରଥମ ଷ୍ଟେଜ ଅନ୍ୟର ସାହାରା ବିନା ସେ ଉଠି ବସି ପାରୁନାହାନ୍ତି । ଚିକିତ୍ସା ପାଇଁ ଅଧିକ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଅର୍ଥାଭାବ କାରଣରୁ ସଠିକ୍ ଚିକିତ୍ସା ପାଇପାରୁ ନଥିଲେ। କିଛି ଦିନ ପୂର୍ବେ ଏନେଇ ଖବର ପ୍ରସାରଣ ପରେ ତାଙ୍କୁ ସହାୟତାର ହାତ ବଢାଇଛି ବ୍ଲକ ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂଗଠନ। ସେହି ଟଙ୍କାରେ ଏବେ ସେ କେମୋ ନେବା ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-କ୍ୟାନ୍ସର ସହ ଲଢୁଛି ପୁଅ; ଚିକିତ୍ସା ପାଇଁ ବାର ଦୁଆରେ ଭିକ ମାଗୁଛି ମାଆ

ରୋଜଗାରିଆ ପୁଅ ସୁଦାମ ରୋଗାକ୍ରାନ୍ତ ହେବା ପରେ ପରିବାର ଅଭାବ ଅନଟନ ମଧ୍ୟରେ ଗତି କରୁଛି । ପରିବାରରେ ତାଙ୍କର 6ଝିଅ, ସ୍ତ୍ରୀ ଓ ବୁଢି ମାଆ ରହିଛନ୍ତି। ସବୁଠୁ ଦୁଃଖଦ କଥା ହେଉଛି ସୁଦାମଙ୍କ ବୃଦ୍ଧା ମାଆ ଏହି ପରିଣତ ବୟସରେ ପୁଅର ଚିକିତ୍ସା ପାଇଁ ଘରେ ଘରେ ବୁଲି ଭିକ୍ଷା ମାଗୁଛନ୍ତି । ପୁଅ ଯନ୍ତ୍ରଣା ପାଉଥିବା ଦେଖି ସହି ପାରୁନି ମାଆ । ଦିନକୁ ଦୁଇ ଓଳା ଖାଦ୍ୟ ଖାଇବାକୁ ମଧ୍ୟ ସମ୍ବଳ ନଥିବାରୁ କେମିତି ନିଜ ସ୍ୱାମୀଙ୍କ ଚିକିତ୍ସା କରିବେ ସେନେଇ ଚିନ୍ତାରେ ରହିଥିଲେ ସ୍ତ୍ରୀ ମଞ୍ଜୁ ଜେନା । ଆବାସ ଯୋଜନାରେ ଘର ଟିଏ ପାଇଛନ୍ତି କିନ୍ତୁ ତାହା ଆର୍ଥିକ ପରିସ୍ଥିତି ପାଇଁ ସମ୍ପୂର୍ଣ କରିପାରିନାହାନ୍ତି । ଏପଟେ ସୋରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ପକ୍ଷରୁ ସୁଦାମଙ୍କ ପରିବାରକୁ ଆର୍ଥିକ ସହାୟତା ସହ ଏକ ମାସର ରାସନ ସାମଗ୍ରୀ, ପିଲାଙ୍କୁ ବସ୍ତ୍ର ଏବଂ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି।

ଇଟିଭି ଭାରତ, ବଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.