ETV Bharat / state

ଇଟିଭି ଭାରତ ପ୍ରଭାବ: ଭୋକିଲା ଟ୍ରକ ଡ୍ରାଇଭରଙ୍କୁ ମିଳିଲା ରନ୍ଧା ଖାଦ୍ୟ

author img

By

Published : Apr 8, 2020, 6:52 PM IST

ବର୍ତ୍ତମାନ ସାରାଦେଶ ଲକଡାଉନ ଥିବାବେଳେ ବାଲେଶ୍ଵର ରେମୁଣା ଗୋଲେଇ ନିକଟରେ ମଧ୍ୟ ଫସି ରହିଛନ୍ତି ଅନେକ ଟ୍ରକ ଡ୍ରାଇଭର । ଏହି ସମୟରେ ଏମାନଙ୍କ ପାଇଁ ଦେବଦୂତ ସାଜି କିଛି ସ୍ବେଚ୍ଛାସେବୀ ସଙ୍ଗଠନ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ଭୋକିଲା ଡ୍ରାଇଭରଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଛନ୍ତି ।

hunger truck drive
ଟ୍ରକ ଡ୍ରାଇଭରଙ୍କୁ ମିଳିଲା ରନ୍ଧା ଖାଦ୍ୟ

ବାଲେଶ୍ବର: ଇଟିଭି ଭାରତରେ ଖବର ପ୍ରସାରଣ ପରେ ଟ୍ରକ ଡ୍ରାଇଭରଙ୍କୁ ମିଳିଲା ରନ୍ଧା ଖାଦ୍ୟ । ଏହି ଅସହାୟ ଡ୍ରାଇଭରଙ୍କ ପାଇଁ କିଛି ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତାର ହାତ ବଢାଇ ଥିବା ଦେଖିବାକୁ ମିଳିଛି । ପୂର୍ବରୁ ଲକଡାଉନ ଯୋଗୁଁ ରାସ୍ତା କଡରେ ଅଟକି ରହିଥିବା ରାଜ୍ୟ ତଥା ରାଜ୍ୟ ବାହାର କେତେକ ଟ୍ରକ ଡ୍ରାଇଭର ଖାଇବା ପିଇବାକୁ ନେଇ ଅନେକ ସମସ୍ୟା ଭୋଗୁଥିବା ବେଳେ ଭୋକ ଉପାସରେ ହନ୍ତସନ୍ତ ହେଉଥିଲେ।

ଟ୍ରକ ଡ୍ରାଇଭରଙ୍କୁ ମିଳିଲା ରନ୍ଧା ଖାଦ୍ୟ

ବର୍ତ୍ତମାନ ସାରାଦେଶ ଲକଡାଉନ ଥିବାବେଳେ ବାଲେଶ୍ଵର ରେମୁଣା ଗୋଲେଇ ନିକଟରେ ମଧ୍ୟ ଫସି ରହିଛନ୍ତି ଅନେକ ଟ୍ରକ ଡ୍ରାଇଭର । ତାଲା ବନ୍ଦ ଯୋଗୁଁ ଗାଡି ଚଳାଚଳ ବନ୍ଦ ଥିବାରୁ ହଜାର ହଜାର ଟ୍ରକ ରାସ୍ତା କଡରେ ଅଟକି ରହିଛି। ବାହାର ରାଜ୍ୟରୁ ବାଲେଶ୍ଵରକୁ ଆସିଥିବା ଅନେକ ଟ୍ରକ ଡ୍ରାଇଭର ମାନେ ମଧ୍ୟ ଅଟକି ଥିବାବେଳେ ଭୋକ ଉପାସରେ ଦିନ କାଟୁଥିଲେ ।

ଏହା ମଧ୍ୟ ପଢନ୍ତୁ: ଲକଡାଉନରେ ହନ୍ତସନ୍ତ ଟ୍ରକ ଡ୍ରାଇଭର

ମାତ୍ର ଡ୍ରାଇଭରମାନଙ୍କ ଏମିତି ସମସ୍ୟା ସମ୍ପର୍କରେ ଗତକାଲି(ମଙ୍ଗଳବାର) ଇଟିଭି ଭାରତରେ ଖବର ପରିବେଷଣ ପରେ ଆଗେଇ ଆସିଛନ୍ତି କିଛି ସ୍ବେଚ୍ଛାସେବୀ ସଙ୍ଗଠନ । ବାଲେଶ୍ବରର ବନ୍ଦେ ମାତରଂ ଯୁବକ ସଂଘ ଡ୍ରାଇଭରମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଛନ୍ତି। ସଙ୍ଗଠନ ପକ୍ଷରୁ ଏକ ଅଟୋରେ ରନ୍ଧା ଖାଦ୍ୟକୁ ନେଇ ଡ୍ରାଇଭରମାନେ ଅଟକି ଥିବା ଜାଗାରେ ପହଞ୍ଚି ସେମାନଙ୍କୁ ଖାଇବା ବଣ୍ଟିଛନ୍ତି ।

ଖାଦ୍ୟ ଖାଇବା ପରେ ଡ୍ରାଇଭରମାନେ ବହୁତ ଖୁସି ଥିବା ଦେଖିବାକୁ ମିଳିଛି। ଏନେଇ ଡ୍ରାଇଭରମାନେ ଇଟିଭି ଭାରତକୁ ଧନ୍ୟବାଦ ଦେଇଛନ୍ତି। ଅନ୍ୟପଟେ ଡ୍ରାଇଭରମାନଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ହୋଇଛି ଓ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।

ବାଲେଶ୍ବରରେ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.