ETV Bharat / state

ହତ୍ୟା ଅଭିଯୋଗ, ମାଟି ତଳୁ ମିଳିଲା ମହିଳାଙ୍କ ମୃତଦେହ

author img

By

Published : Aug 10, 2022, 10:57 PM IST

ବାଲେଶ୍ଵର ଜିଲ୍ଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତର ବାଘଆମ୍ପୁଡ଼ା ଅଞ୍ଚଳରେ ପୋତାଯାଇଥିବା ଜଣେ ମହିଳାଙ୍କ ମୃତଦେହ ଠାବ କରାଯାଇଛି । ମଞ୍ଜୁଲତାଙ୍କ ବାପଘର ଲୋକ ହତ୍ୟାକାଣ୍ଡର ଅଭିଯୋଗ ଆଣି ଥାନାର ଦ୍ବରସ୍ଥ ହୋଇଥିଲେ । ଅଧିକ ପଢନ୍ତୁ

dead body rescued from balasore
ହତ୍ୟା ଅଭିଯୋଗ, ମାଟି ତଳୁ ମିଳିଲା ମୃତଦେହ

ବାଲେଶ୍ବର: ମହିଳାଙ୍କ ମୃତଦେହ ଠାବ । ବାଲେଶ୍ଵର ଜିଲ୍ଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତର ବାଘଆମ୍ପୁଡ଼ା ଅଞ୍ଚଳରେ ପୋତାଯାଇଥିବା ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା କହିଛି ପୋଲିସ ।

ହତ୍ୟା ଅଭିଯୋଗ, ମାଟି ତଳୁ ମିଳିଲା ମୃତଦେହ

ସୂଚନା ଅନୁଯାୟୀ, ଗ୍ରାମର ଅଭୟ ସିଂ ଙ୍କ ସ୍ତ୍ରୀ ମଞ୍ଜୁଲତାଙ୍କୁ ତିନିଦିନ ତଳେ ସାପ କାମୁଡାରେ ମୃତ୍ୟୁ ହେବା ପରେ ତାଙ୍କୁ ପୋତି ଦିଆଯାଇଥିଲା । ମାତ୍ର ମଞ୍ଜୁଲତାଙ୍କ ବାପଘର ଲୋକ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣି ଥାନାରେ ଦ୍ବାରସ୍ଥ ହୋଇଥିଲେ । ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ ଜାରି କରିଥିଲା । ତେବେ ଆଜି ସୋର ତହସିଲଦାର ଓ ପୋଲିସ ଉପସ୍ଥିତିରେ ମଞ୍ଜୁଲତାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅନ୍ୟପଟେ ମଞ୍ଜୁଲତାଙ୍କ ଦିଅର ଓ ଶ୍ବଶୁର ଫେରାର ଅଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.