ETV Bharat / state

କୋଭିଡ ପରିଚାଳନାକୁ ନେଇ ବିଜେପିର ପ୍ରେସମିଟ୍‌

author img

By

Published : May 13, 2021, 1:05 PM IST

ବାଲେଶ୍ଵର ବିଜେପି ପକ୍ଷରୁ କୋଭିଡ ପରିଚାଳନା ଓ ପରିସ୍ଥିତିକୁ ନେଇ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

କୋଭିଡ ପରିଚାଳନା ନେଇ ବିଜେପି ରଖିଲା ଦାବି
କୋଭିଡ ପରିଚାଳନା ନେଇ ବିଜେପି ରଖିଲା ଦାବି

ବାଲେଶ୍ଵର: ଜିଲ୍ଲା ବିଜେପି ପକ୍ଷରୁ କୋଭିଡ ପରିଚାଳନା ଓ ପରିସ୍ଥିତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଦ୍ବାରା ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି ।

କୋଭିଡ ପରିଚାଳନା ନେଇ ବିଜେପି ରଖିଲା ଦାବି

ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଟୀକାକରଣ କେନ୍ଦ୍ର ଗୁଡିକରେ ଅଯଥା ଭିଡ଼ ହେଉଥିବାରୁ ଏଥିପାଇଁ କେନ୍ଦ୍ର ସାମ୍ନାରେ ସୂଚନା ବୋର୍ଡ ଲଗାଯାଉ, ଏହାସହ କୋଭିଡ଼ରେ ମୃତ୍ୟୁ ହେଉଥିବା ବ୍ୟକ୍ତି କିମ୍ବା କୋଭିଡ଼ରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ମାନଙ୍କର ପରିବାର ବର୍ଗଙ୍କୁ ସମୟାନୁସାରେ ଖବର ଦିଆଯାଉ ନାହିଁ, ଏନେଇ ପ୍ରତି କୋଭିଡ ଚିକିତ୍ସାଳୟ ସାମ୍ନାରେ ଫଳକ ଦ୍ବାରା ସଂକ୍ରମିତଙ୍କ ତଥ୍ୟ ଦିନରେ ଦୁଇଥର ପ୍ରଦାନ କରାଯାଉ, ଘୋଷଣାର ୧୩ ଦିନ ବିତିଯାଇଥିଲେ ହେଁ ଜିଲ୍ଲାରେ ଏଯାଏଁ ୧୮-୪୪ ବର୍ଷ ହିତାଧିକାରୀଙ୍କ ଟୀକାକରଣ ହୋଇପାରି ନାହିଁ ,ଏହି ଟୀକାକରଣ କାର୍ଯ୍ୟକୁ ତୁରନ୍ତ ତ୍ବରାନିତ କରାଯାଉ ଏବଂ ବିଭିନ୍ନ ପଞ୍ଚାୟତରେ ଥିବା ଟିଏମସି ଗୁଡିକରେ ସଂକ୍ରମିତଙ୍କୁ ଚିକତ୍ସିତ କରାଯାଉ ।

କେନ୍ଦ୍ର ସରକାର ମୁଣ୍ଡ ପିଛା ୫ କିଲୋ ଖାଦ୍ୟ ସାମଗ୍ରୀ ଦେଇଥିବା ବେଳେ ରାଜ୍ୟ ସରକାର ୪ କିଲୋ ଖାଦ୍ୟ ସାମଗ୍ରୀ ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଉଥିବାର ମଧ୍ୟ ଅଭିଯୋଗ ଆସୁଛି । ତେବେ ୧ କିଲୋ ଖାଦ୍ୟ ସାମଗ୍ରୀ ଯାଉଛି କୁଆଡେ ବୋଲି ବିଜେପି ପ୍ରଶ୍ନ କରିଛି ।

ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.