ETV Bharat / state

୨୨ ବର୍ଷର ସରକାରଙ୍କୁ ୨୨ ପ୍ରଶ୍ନ କଲା ବାଲେଶ୍ବର ବିଜେପି ଯୁବମୋର୍ଚ୍ଚା

author img

By

Published : Sep 6, 2022, 11:43 AM IST

ବାଲେଶ୍ବର ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସରକାରଙ୍କର ୨୨ ବର୍ଷର ଅପାରଗତା ଶାସନକୁ ୨୨ ଟି ପ୍ରଶ୍ନ କରିଛି । ଅଧିକ ପଢନ୍ତୁ

୨୨ ବର୍ଷର ସରକାରଙ୍କୁ ୨୨ ପ୍ରଶ୍ନ କଲା ବାଲେଶ୍ବର ବିଜେପି ଯୁବମୋର୍ଚ୍ଚା
୨୨ ବର୍ଷର ସରକାରଙ୍କୁ ୨୨ ପ୍ରଶ୍ନ କଲା ବାଲେଶ୍ବର ବିଜେପି ଯୁବମୋର୍ଚ୍ଚା

ବାଲେଶ୍ବର: ବାଲେଶ୍ବର ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସରକାରଙ୍କର ୨୨ ବର୍ଷର ଅପାରଗତା ଶାସନକୁ ୨୨ଟି ପ୍ରଶ୍ନ କରିଛି (Balasore BJP Youth Wing Slams Odisha Government) । ଓଡ଼ିଶାରେ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ ଦାୟିତ୍ବରେ ଅଛନ୍ତି । ଦୁଇ ଦଶନ୍ଧିର ଶାସନ ଏବଂ ରାଜନୈତିକ ସ୍ଥିରତା ସତ୍ତ୍ବେ ଓଡିଶାର ଅଭିବୃଦ୍ଧି କଚ୍ଛପ ଗତିରେ ଚାଲିଥିବା ବେଳେ ଅପରାଧର ପେଣ୍ଠସ୍ଥଳି ଭାବେ ପରିଣତ ହେବାରେ ଲାଗିଛି । ଓଡ଼ିଶାରେ ସୁଦୀର୍ଘ ବେଳାଭୂମି, ପ୍ରଚୁର ଖଣିଜ ପଦାର୍ଥ, ପରିଶ୍ରମୀ ମାନବ ସମ୍ବଳ, ଉର୍ବର ଚାଷ ଜମି ସତ୍ତ୍ବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଏକ ସମ୍ଭାବ୍ୟ ଶିଳ୍ପ କେନ୍ଦ୍ର କିମ୍ବା ପୁଞ୍ଜିନିବେଶର ପେଣ୍ଠସ୍ଥଳି ଭାବରେ ଉଭା ହେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।

୨୨ ବର୍ଷର ସରକାରଙ୍କୁ ୨୨ ପ୍ରଶ୍ନ କଲା ବାଲେଶ୍ବର ବିଜେପି ଯୁବମୋର୍ଚ୍ଚା

ବେରୋଜଗାରୀ ଲାଗି ରାଜ୍ୟର ଲୋକମାନେ ଅନ୍ୟ ରାଜ୍ୟକୁ ପଳାୟନ କରିବା ସହ ଦାଦନ ଭାବେ ଖଟିବା ପାଇଁ ବାଧ୍ୟ ହେଉଛନ୍ତି । କେବଳ ସାଧାରଣ ଜନତା ନୁହେଁ ବନ୍ୟପ୍ରାଣୀ ବି ସୁରକ୍ଷିତ ନୁହଁନ୍ତି । ମାନବ ତସ୍କରୀ ସହିତ ବନ୍ୟପ୍ରାଣୀଙ୍କ ତସ୍କରୀ ଓଡ଼ିଶାରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଏମିତି କିଛି ଅଭିଯୋଗ ଆଣିଛି ବାଲେଶ୍ଵର ବିଜେପି ଯୁବମୋର୍ଚ୍ଚା । ଆଗାମୀ ଦିନରେ ଯୁବମୋର୍ଚ୍ଚା ପକ୍ଷରୁ ସରକାର ବିରୋଧରେ ଗର୍ଜନ ହେବ ବୋଲି କୁହାଯାଇଛି ।

"୨୨ ବର୍ଷର ସ୍ଥାୟୀ ସରକାର ରହିଲା ପରେ ଓଡିଶାରେ କିପରି ଭାବରେ ଦୁର୍ନିତୀ ହେଉଛି ଓଡିଶାରେ ବିଭିନ୍ନ ପ୍ରକାର ସମ୍ବଳ ରହିଛି । ଖଣି ପାଖରୁ ଆରମ୍ଭ କରି କୋଷ୍ଟାଲ ବେଲ୍ଟ ପର୍ଯ୍ୟନ୍ତ ସବୁ ସବିଧା ରହିଛି । ରାଜ୍ୟ ସରକାର କଚ୍ଛପ ଗତିରେ ଯାଉଛି । ଓଡିଶା ବାସୀଙ୍କର କୌଣସି ଉନ୍ନତି କରୁନାହାଁନ୍ତି । ଓଡିଶାରେ ବହୁ ବାହାରକ ଦାଦନ ଖଟିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ବାଲେଶ୍ବର ମଧ୍ୟ ଏଥିରୁ କମ ପଡିନାହିଁ । ଦାଦାନ ବ୍ୟବସ୍ଥାକୁ ରୋକିବା କାଠିକର ପାଠ ହୋଇଯାଇଛି ।

ବାଲେଶ୍ବର ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ରାଜେଶ ମହାପାତ୍ର କହିଛନ୍ତି, "ଦାଦନଙ୍କର କୌଣସି ଅସୁବିଧା ହୋଇଗଲେ ସରକାର ତାହାର କୌଣସି ସହଯୋଗ କରୁନାହାଁନ୍ତି । ରାଜ୍ୟ ସରକାର ସବୁବେଳେ ଣ୍ଡିଣ୍ଡିମ ପିଟିଛନ୍ତି କି ଆମେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଅଧିକ ଗୁରୁତ୍ବ ଦେଉଛୁ । ବାଲେଶ୍ବର ଡ୍ରଗ୍ସ କାରବାରର ପେଣ୍ଠସ୍ଥଳୀ ପାଲଟିଛି । କୋଟି କୋଟି ଟଙ୍କାର ଡ୍ରଗ୍ସ କାରବାର ଏଠାରେ ଚାଲିଛି । ସରକାରଙ୍କର ଅପାରଗତ ଶାସନକୁ ଆମେ ଲୋକଙ୍କ ପାଖରେ ପହଁଞ୍ଚାଇବୁ । ରାଜରାସ୍ତାକୁ ଓହ୍ଲାଇ ଆଗକୁ ସରକାରଙ୍କର ଦୁର୍ନିତୀ ବିରୋଧରେ ଆନ୍ଦୋଳନ କରିବୁ ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.