ETV Bharat / state

ମେଡିକାଲ ବେଡରେ ସ୍ବାମୀ, ପ୍ରେମିକକୁ ଦ୍ବିତୀୟ ବିବାହ କଲା ପତ୍ନୀ

author img

By

Published : Mar 14, 2023, 6:38 PM IST

ଅସୁସ୍ଥ ହୋଇ ସ୍ବାମୀ ମେଡିକାଲରେ ପଡିବା ସପ୍ତାହେ ହୋଇନି ଏପଟେ ପ୍ରେମିକକୁ ବିବାହ କଲା ପତ୍ନୀ । ବାଲେଶ୍ବର ଜିଲ୍ଲାରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ

Woman married lover while husband hospitalized
Woman married lover while husband hospitalized

ପ୍ରେମିକକୁ ଦ୍ବିତୀୟ ବିବାହ କଲା ପତ୍ନୀ

ବାଲେଶ୍ବର: ଜଣେ ଯୁବତୀ ବିବାହ ପରେ ସ୍ବାମୀ ସହ ସାତ ଜନ୍ମ ସାଥୀ ହୋଇ ରହିବା ପାଇଁ ପ୍ରତିଜ୍ଞା ନେଇଥାଏ । ସବୁ ସୁଖ ଆଉ ଦୁଃଖରେ ଉଭୟ ଭାଗିଦାରୀ ହେବାକୁ ନିଅନ୍ତି ଶପଥ । ହେଲେ ଆଜିର ଏ ଅତ୍ୟାଧୁନିକ ଯୁଗରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବିବାଦ ଦେଖିବାକୁ ମିଳୁଛି । କିଏ ଛାଡପତ୍ର ମାଗିଲାଣି ତ ପୁଣି କିଏ ସଂସାର ଭାଙ୍ଗି ଆଉ କାହା ହାତ ଧରି ଚାଲି ଯାଉଛି। ଏମିତି ଏକ ଘଟଣା ଏବେ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ବାମୀ ମେଡିକାଲ ବେଡରେ ଥିବା ବେଳେ ସ୍ତ୍ରୀ ନିଜର ପ୍ରେମିକ ସହ କରିଛି ଦ୍ଵିତୀୟ ବିବାହ ।

ଜଳେଶ୍ଵର ଥାନା ଅନ୍ତର୍ଗତ ଛମୌଜ ଗ୍ରାମର କୁଞ୍ଜବିହାରୀ ଦତ୍ତ ୨୦୨୦ ମସିହାରେ ବାଲିଆପାଳ ଥାନା ଅନ୍ତର୍ଗତ ସୁନାରୁଇ ଗ୍ରାମର ଦେବ କୁମାର ରଣଜିତଙ୍କ ଝିଅ ଦୀପିକା ରାଣୀ ରଣଜିତଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କର ଏକ କନ୍ୟା ଜନ୍ମ ନେଇଥିଲା । ଯିଏକି ଏବେ ୧୩ ମାସର ହେଲାଣି । ଏହାରି ଭିତରେ ଗତ ଏକ ସପ୍ତାହ ତଳେ ସ୍ବାମୀଙ୍କ ଦେହ ଗୁରୁତର ଭାବେ ଅସୁସ୍ଥ ହେବାରୁ ପରିବାର ଲୋକେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ସେଠାରେ ସ୍ବାମୀଙ୍କ ଅସ୍ତ୍ରୋପଚାର ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ ।

ଏହା ବି ପଢନ୍ତୁ-ଛାଡ଼ୁନି ଉପୁରି କମେଇ ଲୋଭ, ଲାଞ୍ଚ ନେଇ ଧରା ପଡ଼ିଲେ ସରକାରୀ କ୍ୟାସିଅର

ମାତ୍ର ଘରେ ଥିବା ତାଙ୍କ ପତ୍ନୀ ଦୀପିକା ଶାଶୁ ଘରୁ ନିଜର ସମସ୍ତ ସୁନା ଗହଣା, ଟଙ୍କା, ବିଭିନ୍ନ ପରିଚୟ ପ୍ରମାଣପତ୍ର ସମେତ ୧୩ ମାସର ଶିଶୁକନ୍ୟାକୁ ଧରି ସ୍ବାମୀ କୁଞ୍ଜବିହାରୀ କିଣି ଦେଇଥିବା ସ୍କୁଟିରେ ଘରୁ ବାହାରି ପଳାଇଥିଲେ । ରାତିରେ ଦୀପିକା ଘରକୁ ନଫେରିବାରୁ କୁଞ୍ଜବିହାରୀଙ୍କ ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରି ବିଫଳ ହୋଇଥିଲେ। ପରେ ଖଇର୍ଦ୍ଦା ଅଞ୍ଚଳର ଜଣେ ଯୁବକଙ୍କ ସହ ଜଳେଶ୍ଵର ନିକଟସ୍ଥ ଚନ୍ଦନା ନିକଟରେ ଦୀପିକା ରହୁଥିବା ନେଇ ଖବର ମିଳିଥିଲା । ଏନେଇ ଦୀପିକାଙ୍କ ଦେଢ଼ଶୁର ଓ ନଣଦେଇ ସେଠାରେ ପହଞ୍ଚି ଘରକୁ ଫେରିଯିବା ପାଇଁ ଦୀପିକାଙ୍କୁ କହିଥିଲେ । ମାତ୍ର ସେ ଉକ୍ତ ଯୁବକକୁ ୩ ବର୍ଷ ହେଲା ଭଲ ପାଉଛନ୍ତି ଓ ବିବାହ କରିବାକୁ ଚାହୁଁଛନ୍ତି ବୋଲି ସିଧାସଳଖ କହିଥିଲେ ।

ଏହାପରେ ସେଠାରେ ଉପସ୍ଥିତ ଥିବା କିଛି ମାନ୍ୟଗଣ୍ୟ ବ୍ୟକ୍ତି, ଆଇନଜୀବୀ ଓ ନୋଟାରିଙ୍କ ଉପସ୍ଥିତିରେ ଉକ୍ତ ଯୁବକଙ୍କ ସହ ତାଙ୍କର ବିବାହ କରାଯାଇଥିଲା । ବିବାହ ପରେ ମହିଳା ଜଣକ ତାଙ୍କ ସାଥିରେ ନେଇ ଯାଇଥିବା ସ୍କୁଟି ଓ ସ୍ବାମୀ କିଣି ଦେଇଥିବା କିଛି ସୁନା ଗହଣାକୁ ସ୍ବାମୀଙ୍କ ପରିବାର ଲୋକଙ୍କ ହାତରେ ଦେଇଥିବା ଜଣାପଡ଼ିଛି । ତେବେ ବିବାହ ସମୟରେ ଉକ୍ତ ଯୁବକଙ୍କ ମାଆ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଏହି ଘଟଣା ପରେ ହସ୍ପିଟାଲ ବେଡରେ ଥିବା ସ୍ବାମୀ କୁଞ୍ଜବିହାରୀ ଭାଙ୍ଗି ପଡିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.