ETV Bharat / state

108 ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ

author img

By

Published : Sep 12, 2021, 8:48 PM IST

ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 108 ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପ୍ରାଇଭେଟ ଆମ୍ବୁଲାନ୍ସ ଡ୍ରାଇଭର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

108 ambulance staff attack in balasore
108 ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ

ବାଲେଶ୍ଵର: ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପ୍ରାଇଭେଟ ଆମ୍ବୁଲାନ୍ସ ଡ୍ରାଇଭର ମରଣାନ୍ତକ ଆକ୍ରମଣ । ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 108 ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପ୍ରାଇଭେଟ ଆମ୍ବୁଲାନ୍ସ ଡ୍ରାଇଭର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

108 ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ

ସୂଚନା ଅନୁସାରେ, ସନ୍ଧ୍ୟା ବେଳେ 108 ଆମ୍ବୁଲାନ୍ସ ରୋଗୀ ଆଣି ମେଡିକାଲର ମା ଓ ଶିଶୁ ବିଭାଗ ଆଗରେ ଛିଡା ହୋଇଥିଲା। ଏହି ସମୟରେ OD-୦୧E-୬୯୨୦ ନମ୍ବରର ଏକ ପ୍ରାଇଭେଟ ଆମ୍ବୁଲାନ୍ସର ଡ୍ରାଇଭର ହଠାତ ଆସି 108 ଆମ୍ବୁଲାନ୍ସ ଡ୍ରାଇଭର ଶଶିକାନ୍ତ ଦାସ ଓ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଏକ ତେଲେଙ୍ଗା କଟୁରୀରେ ଆକ୍ରମଣ କରିଥିଲେ। ଏହା ସହ 108 ଆମ୍ବୁଲାନ୍ସର କାଚ ଓ ଟାୟାର କାଟି ଦେଇଥିବା ଅଭିଯୋଗ ହୋଇଛି।

ଏନେଇ ଶଶିକାନ୍ତ ହସ୍ପିଟାଲ ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ସେଠାରେ ପଡିଥିବା ତେଲେଙ୍ଗା କଟୁରୀ ଜବତ କରିଛି। ତେବେ ମେଡିକାଲ ପରିସରରେ ସରକାରୀ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଏମିତି ଆକ୍ରମଣ ପଛରେ ପ୍ରାଇଭେଟ ଆମ୍ବୁଲାନ୍ସ ସ୍ବାର୍ଥ ନିହିତ ଥିବା ବାରି ହୋଇପଡୁଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.