ETV Bharat / state

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ରୋଗୀଙ୍କ ସହ ଡ୍ରାଇଭର ଆହତ

author img

By

Published : Aug 2, 2022, 2:25 PM IST

୧୦୮ ଆମୁଲାନ୍ସକୁ ଧକ୍କା ଦେଲା ଟ୍ରକ । ରୋଗୀ ନେଇ ଆସୁଥିଲା ଆମ୍ବୁଲାନ୍ସ । ଅଧିକ ପଢ଼ନ୍ତୁ

ରୋଗୀ ନେଇ ଆସୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଟ୍ରକ ସହ ହୋଇଥିଲା ଧକ୍କା
ରୋଗୀ ନେଇ ଆସୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଟ୍ରକ ସହ ହୋଇଥିଲା ଧକ୍କା

ବାଲେଶ୍ବର: ରୋଗୀ ନେଇ ଆସୁଥିବା ୧୦୮ ଆମୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଭୋର୍‌ ସମୟରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ ସହ ଧକ୍କା ହେବା ଯୋଗୁଁ ରୋଗୀଙ୍କ ସମେତ ଆମ୍ବୁଲାନ୍ସ ଡ୍ରାଇଭର, ହେଲ୍ପର ଓ ଫାରମାସିଷ୍ଟ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ, ଭୋଗରାଇ ବ୍ଲକ ଦାରୁହା ଗ୍ରାମରେ ପ୍ରସାଦ ଖାଇ ୧୧ ଜଣ ଲୋକ ଅସୁସ୍ଥ ହୋଇଥିଲେ । ସମସ୍ତଙ୍କୁ ଗ୍ରାମବାସୀ ଜଳେଶ୍ୱରପୁର ମେଡିକାଲରେ ଭର୍ତ୍ତି କରାଇଥିଲେ ।

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ରୋଗୀଙ୍କ ସହ ଡ୍ରାଇଭର ଆହତ

ସେଠାରେ ଦୁଇଜଣ ରୋଗୀ ହୃଷିକାନ୍ତ ମଞ୍ଜ ଓ ଜ୍ୟୋତ୍ସ୍ନାରାଣୀ ମଞ୍ଜଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡ଼ିଥିଲା । ଏନେଇ ରାତି ପ୍ରାୟ ଦୁଇଟାରେ ହୃଷିକାନ୍ତ ଏବଂ ଜ୍ୟୋତ୍ସ୍ନାରାଣୀଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା । ଆମ୍ବୁଲାନ୍ସ ଯୋଗେ ଏହି ଦୁଇଜଣ ଗୁରୁତରଙ୍କୁ ବାଲେଶ୍ଵର ମେଡିକାଲ ଆଣୁଥିବା ବେଳେ ଭୋର ସାଢ଼େ ୪ଟା ବେଳେ ହଳଦୀପଦା ପୋଲ ପାଖରେ ଏକ ଟ୍ରକ ସହ ଆମ୍ବୁଲାନ୍ସର ଧକ୍କା ହୋଇଥିଲା ।

ଦୁର୍ଘଟଣା ଅତି ଭୟଙ୍କର ଥିଲା । ଯାହାଫଳରେ ଘଟଣାରେ ଦୁଇଜଣ ରୋଗୀଙ୍କ ସମେତ ଆମ୍ବୁଲାନ୍ସ ଡ୍ରାଇଭର ବଳରାମ ନାୟକ, ହେଲ୍ପର ସନ୍ତୋଷ କୁମାର ମହାନ୍ତି ଓ ଫାରମାସିଷ୍ଟ ଗଣେଶ ଚନ୍ଦ୍ର ପ୍ରଧାନ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.