ETV Bharat / state

Panchayat Poll: ଟିଟିଲାଗଡରେ 73ଜଣଙ୍କ ନାଁରେ ଗିରଫ ପରୱାନା ଜାରି

author img

By

Published : Feb 21, 2022, 9:52 PM IST

ରାତି ପାହିଲେ 22 ତାରିଖରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ତେବେ ବଲାଙ୍ଗୀର ପୋଲିସ ପକ୍ଷରୁ ଅପରାଧୀଙ୍କୁ ଧରିବା ଲାଗି ୱାରେଣ୍ଟ ଜାରି କରିଛି । ଅଧିକ ପଢନ୍ତୁ

Panchayat Poll: ଅପରାଧୀଙ୍କୁ ଧରିବା ଲାଗି  ବଲାଙ୍ଗୀର ପୋଲିସର ୱାରେଣ୍ଟ ଜାରି
Panchayat Poll: ଅପରାଧୀଙ୍କୁ ଧରିବା ଲାଗି ବଲାଙ୍ଗୀର ପୋଲିସର ୱାରେଣ୍ଟ ଜାରି

ବଲାଙ୍ଗୀର: ରାତି ପାହିଲେ 22 ତାରିଖରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ତେବେ ବଲାଙ୍ଗୀର ପୋଲିସ ପକ୍ଷରୁ ଅପରାଧୀଙ୍କୁ ଧରିବା ଲାଗି ୱାରେଣ୍ଟ ଜାରି କରିଛି । ସେହିପରି ଆସନ୍ତା 24 ତାରିଖରେ ଟିଟିଲାଗଡ ଓ ସଇଁତଳାରେ ମଧ୍ୟ ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ।

Panchayat Poll: ଅପରାଧୀଙ୍କୁ ଧରିବା ଲାଗି ବଲାଙ୍ଗୀର ପୋଲିସର ୱାରେଣ୍ଟ ଜାରି

ତେବେ ଅନେକ ସ୍ଥାନରେ ଭୋଟ ଗ୍ରହଣ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ପୋଲିସ ନେଇଛି ଆଗୁଆ ପଦକ୍ଷେପ । ଅନ୍ୟପଟେ ଟିଟିଲାଗଡ ସିନ୍ଧେକେଲା ଓ ସଇଁତଳା ଅଞ୍ଚଳର 73 ଜଣଙ୍କ ନାଁରେ ଗିରଫ ପରୱାନା ଜାରି କରିଛି । ଟିଟିଲାଗଡ ଓ ସଇଁତଳା ଅଞ୍ଚଳରେ ଭୋଟ ଗ୍ରହଣ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାର ସମ୍ଭାବନା ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ପୋଲିସ ଟିଟିଲାଗଡର 29 ଜଣ ଓ ସିନ୍ଧେକେଲାର 24 ଜଣ ଏବଂ ସଇଁତଳା ବ୍ଲକର 19 ଜଣଙ୍କ ନାଁରେ ଗିରଫ ପରୱାନା ଜାରି କରିଛି ପୋଲିସ ।

ଅପରପକ୍ଷେ ଅପରାଧିକ ଗତି ବିଧିରେ ଜଡିତ ଥିବା ଲୋକଙ୍କ ଉପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ସେହିପରି ଆଗକୁ ଭୋଟ ଗ୍ରହଣ ଦିନ ଟିଟିଲାଗଡ ଓ ସଇଁତଳା ଅଞ୍ଚଳରେ ମୋଟ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.