ETV Bharat / state

ପ୍ରସ୍ତାବିତ ସୋଲାର ପ୍ଲାଣ୍ଟକୁ ଗ୍ରାମବାସୀଙ୍କ ବିରୋଧ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

author img

By

Published : Aug 25, 2021, 9:31 PM IST

ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡୁଙ୍ଗରିପାଳି ପଞ୍ଚାୟତରେ ପ୍ରସ୍ତାବିତ ସୋଲାର ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ । ଚୋଚର ଜମି ପ୍ରଭାବିତ ହେବା ଆଶଙ୍କା । ଅଧିକ ପଢନ୍ତୁ...

ପ୍ରସ୍ତାବିତ ସୋଲାର ପ୍ଲାଣ୍ଟକୁ ଗ୍ରାମବାସୀଙ୍କ ବିରୋଧ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ପ୍ରସ୍ତାବିତ ସୋଲାର ପ୍ଲାଣ୍ଟକୁ ଗ୍ରାମବାସୀଙ୍କ ବିରୋଧ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଲାଙ୍ଗୀର: ସଇଁତଲା ବ୍ଲକ ଅନ୍ତର୍ଗତ ଡୁଙ୍ଗରିପାଳି ପଞ୍ଚାୟତ ଅଞ୍ଚଳରେ ୫୫ଏକର ପରିମିତ ଜମିରେ ଏକ ଘରୋଇ କମ୍ପାନୀର ପ୍ରସ୍ତାବିତ ସୋଲାର ପାୱାର ପ୍ଲାଣ୍ଟକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପ୍ରସ୍ତାବିତ ପ୍ଲାଣ୍ଟଟି ଗୋଚର ଜମିରେ ହେବାକୁ ଥିବାବେଳେ ଏହା ଫଳରେ ଆଖପାଖ ଅଞ୍ଚଳର ଲୋକ ପ୍ରଭାବିତ ହେବା ଆଶଙ୍କା କରି ଏହାକୁ ତୀବ୍ର ବିରୋଧ କରାଯାଉଛି ।

ପ୍ରସ୍ତାବିତ ସୋଲାର ପ୍ଲାଣ୍ଟକୁ ଗ୍ରାମବାସୀଙ୍କ ବିରୋଧ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଆଜି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ସୁଫଳ ମାଝୀଙ୍କ ନେତୃତ୍ବରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏହି ଅଞ୍ଚଳରେ ସୋଲାର ପ୍ଲାଣ୍ଟ ନିର୍ମିତ ହେଲେ ତେଣ୍ଡିପାଳି ଓ କୁଆର ଗାଁର ଲୋକେ ସର୍ବାଧିକ ପ୍ରଭାବିତ ହେବେ । ଗାଁରୁ ଗୋରୁଗାଈ, ଛେଳି ମେଣ୍ଡାଙ୍କ ଚରାଭୂଇଁ ଚାଲିଯିବା ନେଇ ଗ୍ରାମବାସୀ ଆଶଙ୍କା କରିଛନ୍ତି । ସେହିପରି ପ୍ରସ୍ତାବିତ ଜମି ଗୋଚର ଶ୍ରେଣୀଭୁକ୍ତ ହୋଇଥିବା ସତ୍ତ୍ବେ ମଧ୍ୟ ବିନା ଗ୍ରାମସଭା ଓ ପଲ୍ଲୀସଭା ଅନୁମତିରେ କିପରି ପ୍ରକଳ୍ପ କାମ ହେବା ପାଇଁ ଅନୁମତି ମିଳିଲା, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ପୂର୍ବରୁ ଏହି ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ସଇଁତଲା ତହସିଲଦାରକୁ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ତହସିଲଦାର କୌଣସି ଆଶ୍ବାସନା ନ ଦେବା ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରଶାସନ ଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିଲେ । ଫଳରେ ଆଜି ଗ୍ରାମବାସୀ ସଇଁତଲା ତହସିଲ ଅଫିସ ଘେରାଉ କରିଥିଲେ। ଅନ୍ୟପଟେ ଘଟଣା ନେଇ ସଇଁତଲା ତହସିଲଦାରକୁ ପଚାରିବାରୁ ତାଙ୍କ ପକ୍ଷରୁ ସନ୍ତୋଷଜନକ ଉତ୍ତର ମିଳି ପାରିନାହିଁ ।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.