ETV Bharat / state

ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

author img

By

Published : Feb 11, 2021, 12:18 PM IST

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗୀର ବନ ବିଭାଗର ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିଛି। ଅଧିକ ପଢନ୍ତୁ...

ବଲାଙ୍ଗୀର ବନ ବିଭାଗର ଡେପୁଟି ରେଞ୍ଜର କେଶବ କିଶୋରଙ୍କ ଘରେ  ଭିଜିଲାନ୍ସ ଚଢାଉ
ବଲାଙ୍ଗୀର ବନ ବିଭାଗର ଡେପୁଟି ରେଞ୍ଜର କେଶବ କିଶୋରଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗୀର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ। ଭିଜିଲାନ୍ସ ଜାଲରେ ପୁଣି ଜଣେ କୋଟିପତି ସରକାରୀ କର୍ମଚାରୀ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗୀର ବନ ବିଭାଗର ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ଏକକାଳୀନ ୫ ଟି ଜାଗାରେ ଭିଜିଲାନ୍ସ ଚଢାଉ ଜାରି ରହିଛି। ଅଫିସ ସହ ସାଗରପଡ଼ା, ଇନ୍ଦିରା ନଗର, ଗୁପ୍ତେଶ୍ବରନାଗର ଓ ସୋନପୁର ମଝିପଡ଼ା ସ୍ଥିତ ପୈତୃକ ଘରେ ଚଢ଼ାଉ ଜାରି ରହିଛି।

ଡେପୁଟି ରେଞ୍ଜର କେଶବ କିଶୋରଙ୍କ ଘରେ ଭିଜିଲାନ୍ସ ଚଢାଉ

ତେବେ ବଲାଙ୍ଗିର ସଗରପଡ଼ା ଘରୁ ନଗଦ ୧୫ ହଜାର ଟଙ୍କା, ସୁନା ଗହଣା, ବ୍ୟାଙ୍କ ଆକାଉଣ୍ଟ ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ଛାନଭିନ୍ ଚଳାଇଛି ଭିଜିଲାନ୍ସ। ଚଢାଉରେ ବରଗଡ, ସୋନପୁର ଓ ସମ୍ବଲପୁର ସହ ବଲାଙ୍ଗୀର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି। ହେଲେ ଚଢାଉ ଜାରି ରହି ଥିବାରୁ ତାଙ୍କର ମୋଟ ସମ୍ପତି କେତେ ତାହା ଜଣା ପଡିନି। କିନ୍ତୁ ବିଭିନ୍ନ ସ୍ଥାନରେ ତାଙ୍କର ବଡ଼ ବଡ଼ କୋଠା ରହିଥିବାରୁ କୋଟି କୋଟି ଟଙ୍କା ର ସମ୍ପତି ହେବ ବୋଲି ଅନୁମାନ କରାଯାଉଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.