ETV Bharat / state

ଅଭୟ ପାଠକ ଲିଙ୍କ, ବଲାଙ୍ଗୀରରେ ଭିଜିଲାନ୍ସର ଖୋଳତାଡ

author img

By

Published : Dec 1, 2020, 6:02 PM IST

ଅଭୟ ପାଠକ ଲିଙ୍କ, ବଲାଙ୍ଗୀରରେ ରେଡ କରୁଛି ଭିଜିଲାନ୍ସ
ଅଭୟ ପାଠକ ଲିଙ୍କ, ବଲାଙ୍ଗୀରରେ ରେଡ କରୁଛି ଭିଜିଲାନ୍ସ

ଆଇଏଫଏସ ଅଭୟ ପାଠକ ଲିଙ୍କ ମାମଲାର ଖୋଳତାଡ କରିବା ପାଇଁ ବଲାଙ୍ଗୀରେ ଭିଜିଲାନ୍ସ ଚଢାଉ କରିଛି । ଅଧିକ ପଢନ୍ତୁ...

ବଲାଙ୍ଗୀର: ବହୁଚର୍ଚ୍ଚିତ ଆଇଏଫଏସ ଅଭୟ ପାଠକ ଲିଙ୍କରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଖୋଳତାଡ କରୁଛି । ଏହି କ୍ରମରେ ମଙ୍ଗଳବାର ପାଠକ ଲିଙ୍କ ମାମଲାର ଛାନଭିନ କରିବା ପାଇଁ ବଲାଙ୍ଗୀରରେ ଭିଜିଲାନ୍ସ ଚଢାଉ କରିଛି । ତାଙ୍କର ପୂର୍ବ କାର୍ଯ୍ୟସ୍ଥଳୀ ଓ ବିଭିନ୍ନ ବ୍ୟାଙ୍କରେ ଚଢାଉ ଜାରି ରହିଥିବା ଜଣାପଡିଛି ।

ଅଭୟ ପାଠକ ଲିଙ୍କ, ବଲାଙ୍ଗୀରରେ ରେଡ କରୁଛି ଭିଜିଲାନ୍ସ

ସୂଚନାଯୋଗ୍ୟ, ଗତ 2014 ଫେବୃୟାରୀରୁ 2017 ଜୁନ ଯାଏଁ ଅଭୟ ମୁଖ୍ୟ ବନ ସଂରକ୍ଷକ ଭାବେ କେନ୍ଦୁଲିଫରେ ଅବସ୍ଥାପିତ ଥିଲେ । ଏଠାରେ ସେ ଦୀର୍ଘ ତିନି ବର୍ଷରୁ ଉର୍ଦ୍ଧ୍ବ କାଳ ଚାକିରି କରିଥିବା ବେଳେ ତାଙ୍କର ଏଠିକାର ସବୁ ଆର୍ଥିକ ହିସାବ କିତାବର ଛାନଭିନ କରୁଛି ବଲାଙ୍ଗୀର ଭିଜିଲାନ୍ସ ବିଭାଗ ।

ଏପରିକି ପାଠକଙ୍କ ପୂର୍ବ କାର୍ଯ୍ୟସ୍ଥଳୀ କେନ୍ଦୁଲିଫ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟରେ ବି ଏହି ଚଢାଉ କରାଯାଇଛି । ସେହିପରି ଜିଲ୍ଲାର ସମସ୍ତ 20 ଟି ବ୍ୟାଙ୍କରେ ମଧ୍ୟ ତାଙ୍କର ଆର୍ଥିକ କାରବାର ଅଛି କି ନାହିଁ, ଏ ସମ୍ପର୍କରେ ମଧ୍ୟ ଖୋଳତାଡ କରାଯାଉଛି । ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କରେ ଅଭୟଙ୍କ ଏକ ଖାତା ଥିବାବେଳେ ତାକୁ ନେଇ ମଧ୍ୟ ବିଭାଗ ତଦନ୍ତ କରୁଥିବା ଜଣାପଡିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.