ETV Bharat / state

ଲାଞ୍ଚ ନେଇ ବନ୍ଧାହେଲେ ବଙ୍ଗୋମୁଣ୍ଡା କଲେଜର ଅଧ୍ୟକ୍ଷା

author img

By

Published : Jan 18, 2021, 9:29 PM IST

vigilance arrested to principal in balangir
ଲାଞ୍ଚ ନେଇ ବନ୍ଧାହେଲେ ବଙ୍ଗୋମୁଣ୍ଡା କଲେଜର ଅଧ୍ୟକ୍ଷା

ଲାଞ୍ଚ ନେଇ ବନ୍ଧାହେଲେ ବଙ୍ଗୋମୁଣ୍ଡା କଲେଜର ଅଧ୍ୟକ୍ଷା । ଅଧ୍ୟକ୍ଷାଙ୍କୁ ଗିରଫ କରି ବଲାଙ୍ଗୀର ଭିଜିଲାନ୍ସ କୋର୍ଟକୁ ନିଆଯାଇଛି । ଅଧିକ ପଢନ୍ତୁ...

ବଲାଙ୍ଗୀର: ଲାଞ୍ଚ ନେଇ ବନ୍ଧାହେଲେ ବଙ୍ଗୋମୁଣ୍ଡା କଲେଜର ଅଧ୍ୟକ୍ଷା ମିନତି ରଥ । ବଙ୍ଗୋମୁଣ୍ଡା ପଂଚାୟତ ସମିତି ମହାବିଦ୍ୟାଳୟର ସହକାରୀ ଲାଇବ୍ରେରୀୟାନ ଡୋଳାମଣି ମେହେରଙ୍କ ଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡିଛନ୍ତି ସେ । ସୂଚନା ଅନୁସାରେ, ଗତ ୨ ତାରିଖରେ ସହକାରୀ ଲାଇବ୍ରେରୀୟାନ କଲେଜରେ ଅନୁପସ୍ଥିତ ଥିଲେ । ତାଙ୍କୁ ଅନୁପସ୍ଥିତର କୈଫିୟତ ତଲବ କରିବା ସହ ଅନୁପସ୍ଥିତ ରହିଲେ ଚାକିରୀରୁ ବରଖାସ୍ତର ଧମକ ଦେଇ ଲାଞ୍ଚ ମାଗିଥିଲେ ।

ଲାଞ୍ଚ ନେଇ ବନ୍ଧାହେଲେ ବଙ୍ଗୋମୁଣ୍ଡା କଲେଜର ଅଧ୍ୟକ୍ଷା

୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିବା ବେଳେ ପ୍ରଥମେ ୮୦ ହଜାର ଟଙ୍କା ଓ ପରେ ୨୦ ହଜାର ଟଙ୍କା ଦେବା ନେଇ କଥା ଛିଡିଥିଲା । ଡୋଳାମଣି ମେହେର ଏନେଇ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ ।ଅଧ୍ୟକ୍ଷାଙ୍କୁ ୮୦ ହଜାର ଟଙ୍କା ତାଙ୍କ ଘରେ ଦେଉଥିବା ବେଳେ ସୋନପୁର, ସମ୍ବଲପୁର, ବଲାଙ୍ଗୀର ଭିଜିଲାନ୍ସ ଟିମ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିଥିଲା । ପରେ ଘରର ବିଭିନ୍ନ କାଗଜାତ ଛାନଭିନ କରିବା ସହ ଭିଜିଲାନ୍ସ ଟିମ ତଦନ୍ତ ଚଳାଇଛି । ଅଧ୍ୟକ୍ଷାଙ୍କୁ ଗିରଫ କରି ବଲାଙ୍ଗୀର ଭିଜିଲାନ୍ସ କୋର୍ଟକୁ ନିଆଯାଇଛି ।

ବଲାଙ୍ଗୀରରୁ ସେକ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.