ETV Bharat / state

ବଲାଙ୍ଗୀରରେ ବିଚାରଧୀନ କଏଦୀର ମୃତ୍ୟୁ, ମୃତଦେହ ନେଲେନି ପରିବାର

author img

By

Published : Apr 7, 2022, 9:30 AM IST

ବଲାଙ୍ଗୀର ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ । ଖବର ପାଇବା ପରେ ମୃତଦେହ ନେଲେନି ପରିବାର ଲୋକେ । ଅଧିକ ପଢନ୍ତୁ

ବଲାଙ୍ଗୀରରେ ବିଚାରଧୀନ କଏଦୀର ମୃତ୍ୟୁ, ମୃତଦେହ ନେଲେନି ପରିବାର
ବଲାଙ୍ଗୀରରେ ବିଚାରଧୀନ କଏଦୀର ମୃତ୍ୟୁ, ମୃତଦେହ ନେଲେନି ପରିବାର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କାରାଗାରରେ ଗତକାଲି(ବୁଧବାର) ଜଣେ ବିଚାରଧୀନ କଏଦୀର ମୃତ୍ୟୁ ଘଟିଛି (Under trial prisoner dies in balangir district jail)। ମୃତକ ହେଉଛନ୍ତି ସିନ୍ଧେକେଲା ଥାନା ଅନ୍ତର୍ଗତ ଘରାଲା ଗ୍ରାମର ବ୍ୟକ୍ତି ଶୁଭ ଝାଙ୍କର । ନାବାଳିକାକୁ ନିର୍ଯାତନା ଓ ଦୁଷ୍କର୍ମ ମାମଲାରେ 2018 ମସିହାରୁ ସେ ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀ ଭାବରେ ଥିଲେ ।

ବଲାଙ୍ଗୀରରେ ବିଚାରଧୀନ କଏଦୀର ମୃତ୍ୟୁ, ମୃତଦେହ ନେଲେନି ପରିବାର

ହଠାତ୍ ସେ ଜେଲରେ ଅସୁସ୍ଥ ହୋଇଯିବା ପରେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ଶୁଭ ଝାଙ୍କରଙ୍କ ମୃତଦେହ ନେବାକୁ ମନା କରିଦେଇଥିଲେ । ହେଲେ ଏନେଇ ଖବର ପାଇବା ପରେ ବଲାଙ୍ଗୀରର ସ୍ବେଚ୍ଛାସେବୀ ସଂଗଠନ ବିଙ୍ଗ୍ ହ୍ୟୁମାନ(Being Human)ର କର୍ମକର୍ତ୍ତା ମାନେ ଆଗେଇ ଆସିଥିଲେ ଏବଂ ବଲାଙ୍ଗୀର ବିଭୂତିପଦାରେ ମୃତଦେହ ସତ୍କାର କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.