ETV Bharat / state

ଅଜଣା ଗାଡି ଧକ୍କାରେ 2 ବାଇକ ଆରୋହୀ ମୃତ

author img

By

Published : Dec 18, 2019, 11:18 PM IST

ବଲାଙ୍ଗୀର ମୁରିବହାଲ୍ ଥାନା ଅନ୍ତର୍ଗତ ଘଣ୍ଟ ବାହାଲ ଗ୍ରାମର ପୋଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ମୋଟର ସାଇକଲରେ ଯାଉଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

bolangir accident news
ଅଜଣା ଗାଡି ଧକ୍କାରେ 2 ମୋଟର ସାଇକେଲ ଆରୋହୀ ମୃତ

ବଲାଙ୍ଗୀର: ଅଜଣା ଗାଡ଼ି ଧକ୍କାରେ ମୋଟର ସାଇକଲରେ ଯାଉଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ବଲାଙ୍ଗୀର ମୁରିବହାଲ୍ ଥାନା ଅନ୍ତର୍ଗତ ଘଣ୍ଟ ବାହାଲ ଗ୍ରାମର ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଜଣା ଗାଡି ଧକ୍କାରେ 2 ମୋଟର ସାଇକେଲ ଆରୋହୀ ମୃତ

ବୁଧବାର ରାତିରେ ଦୁଇ ଜଣ ଯୁବକ ମୋଟର ସାଇକେଲରେ ଯାଉଥିବାବେଳେ ପୋଲ ପାଖରେ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା । ସେପଟେ ଘଟଣାସ୍ଥଳରେ ହିଁ ଦୁଇ ଯୁବକଙ୍କର ମୃତ୍ୟୁ ଘଟିଥିଲା । ମୃତ ଯୁବକମାନେ ବଲାଙ୍ଗୀର ବାର୍ବନ୍ଦ୍ ଗ୍ରାମର ଦୁର୍ଲଭ ଭୋଇ ଓ କଳାହାଣ୍ଡି ଜିଲ୍ଲା ବର୍କାନୀ ଗ୍ରାମର ଦୋଲାମନି ଭୋଇ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀର ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଅଜଣା ଗାଡ଼ି ଧକ୍କାରେ ମୋଟର ସାଇକଲ ରେ ଯାଉଥିବା ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ସେପଟେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। Body:ବଲାଂଗୀର ଅଜଣା ଗାଡ଼ି ଧକ୍କାରେ ମୋଟର ସାଇକଲ ରେ ଯାଉଥିବା ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ବଲାଂଗୀର ମୁରିବହାଲ୍ ଥାନା ଅନ୍ତରଗତ ଘଣ୍ଟ ବାହାଲ ଗ୍ରାମର ପୋଲ ପାଖରେ ଏହି ଦୁର୍ଘଟନା ଘଟିଛି। ଆଜି ରାତିରେ ଦୁଇ ଜଣ ଯୁବକ ମୋଟର ସାଇକେଲରେ ଯାଉଥିବାବେଳେ ପୋଲ ପାଖରେ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ସେପଟେ ଘଟଣା ସ୍ଥଳରେ ଦୁଇ ଯୁବକ ଙ୍କ ମୃତ୍ୟୁ ଘଟିଥିଲା ମୃତ ଯୁବକ ମାନେ ହେଲେ ବଲାଂଗୀର ବାର୍ବନ୍ଦ୍ ଗ୍ରାମର ଦୁର୍ଲଭ ଭୋଇ ଓ କଳାହାଣ୍ଡି ଜିଲ୍ଲା ବର୍କାନୀ ଗ୍ରାମର ଦୋଲାମନି ଭୋଇ । ତେବେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବଂ ମୃତ ଦୁଇ ଯୁବକ ଙ୍କ ସବା ବ୍ୟବଚ୍ଛେଦ ପାଇଁ ପଠଯାଇ ଅଧିକ ତଦନ୍ତ ଜାରି ରଖିଛି Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.