ETV Bharat / state

ଖାଦ୍ୟ କମିଶନର ସମୀକ୍ଷା ବୈଠକରେ ଉପ ଜିଲ୍ଲାପାଳ - ସାମ୍ବାଦିକ ମୁହାଁମୁହିଁ

author img

By ETV Bharat Odisha Team

Published : Nov 24, 2023, 7:05 AM IST

Balangir Sub Collector Misbehave With Journalist: ବଲାଙ୍ଗୀର ଜିଲ୍ଲାକୁ ଗସ୍ତରେ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଆସିଛନ୍ତି । କିନ୍ତୁ ସମୀକ୍ଷା ବୈଠକରେ ପାଟଣାଗଡ଼ ଉପ ଜିଲ୍ଲାପାଳଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର । ଅଧିକ ପଢ଼ନ୍ତୁ

ଖାଦ୍ୟ କମିଶନର ସମୀକ୍ଷା ବୈଠକରେ ଉପ ଜିଲ୍ଲାପାଳ - ସାମ୍ବାଦିକ ମୁହାଁମୁହିଁ
ଖାଦ୍ୟ କମିଶନର ସମୀକ୍ଷା ବୈଠକରେ ଉପ ଜିଲ୍ଲାପାଳ - ସାମ୍ବାଦିକ ମୁହାଁମୁହିଁ

ଖାଦ୍ୟ କମିଶନର ସମୀକ୍ଷା ବୈଠକରେ ଉପ ଜିଲ୍ଲାପାଳ - ସାମ୍ବାଦିକ ମୁହାଁମୁହିଁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାକୁ ତିନି ଦିନିଆ ଗସ୍ତରେ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଆସିଛନ୍ତି ଏବଂ ବ୍ଲକ ୱାରି ଯାଇ ସେ ବିଭିନ୍ନ ଯୋଜନାର ତଦାରଖ କରୁଛନ୍ତି । ତେବେ ହରିଶଙ୍କରରେ ବିଭିନ୍ନ ପ୍ରକଳ୍ପ ସ୍କୁଲ୍‌ ବୁଲି ଦେଖିବା ପରେ ସମ୍ମିଳନୀ କକ୍ଷରେ ରାଜ୍ୟ ଖାଦ୍ୟ କମିଶନଙ୍କ ସମୀକ୍ଷା ବୈଠକ ଥିଲା। ଯେଉଁଠି ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ତେବେ ଏହି ବୈଠକରେ ପଞ୍ଚାୟତ ପ୍ରତିନିଧି ମାନେ ଏ ଅଞ୍ଚଳରେ ନିମ୍ନ ମାନର ଛତୁଆ ବଣ୍ଟନ, ସେବାଶ୍ରମ ସ୍କୁଲ୍‌ଗୁଡ଼ିକରେ ଅତି ଅପ୍ରୀତିକର ପରିବେଶ ମଧ୍ୟରେ ଓ ଅତି ନିମ୍ନମାନର ଖାଦ୍ୟ ଦିଆ ଯାଉଥିବାର ସେମାନେ ଅଭିଯୋଗ କରିଥିଲେ । ସେଠି ନିମ୍ନ ମାନର ଛତୁଆ, ଆଶ୍ରମ ସ୍କୁଲରେ ନିମ୍ନ ମାନର ଖାଦ୍ୟ ଇତ୍ୟାଦି ବିଭିନ୍ନ ସମସ୍ୟାକୁ ନେଇ ସାମ୍ବାଦିକ ତାଙ୍କ ପ୍ରଶ୍ନ କରିବାକୁ ଯାଇଥିବା ବେଳେ ପାଟଣାଗଡ଼ ଉପ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ ତାଙ୍କୁ ବାରଣ କରିବା ସହ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଓ ଯୁକ୍ତି ତର୍କ କରିବା ଭଳି ଅଭାବନୀୟ ଘଟଣା ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ ... Bolangir News: ପିଏମ ଆବାସ ଟଙ୍କା ବନ୍ଦ କରିଦେଲା ବ୍ଲକ ପ୍ରଶାସନ ! ବିଡିଓ ଅଫିସରେ ଆତ୍ମହତ୍ୟା ଉଦ୍ୟମ କଲେ ହିତାଧିକାରୀ

ଏହାକୁ ନେଇ ସାମ୍ବାଦିକ ସେଠାରେ ଭିଡିଓ ଉତ୍ତୋଳନ କରୁଥିବା ବେଳେ ହଠାତ୍ ପାଟଣାଗଡ଼ ଉପ ଜିଲ୍ଲାପାଳ ସାମ୍ବାଦିକମାନଙ୍କ ପାଖକୁ ଉଠି ଆସି ଭିଡିଓ ଉଠାଇବାକୁ ବାରଣ କରିବା ସହ ତାଙ୍କୁ ବୈଠକରୁ ବାହାରି ଯିବାକୁ କହିଥିଲେ । ଯାହାକୁ ନେଇ ସାମ୍ବାଦିକ ଓ ଉପ ଜିଲ୍ଲାପାଳଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିିଥିବା ବେଳେ ସାଧାରଣରେ ଉପଜିଲ୍ଲାପାଳଙ୍କ ଏଭଳି ଆଚରଣକୁ ନିନ୍ଦା କରା ଯାଇଛି । ସେପଟେ ସାଂସଦ ନିରଞ୍ଜନ ବିଶି ଓ ଖାଦ୍ୟ କମିଶନର ଏହା ସମାଧାନ ହୋଇ ସାରିଥିବାର କହିଛନ୍ତି । ସେପଟେ ସାଂସଦ ନିରଞ୍ଜନ ବିଶି ଓ ନିଜେ ଖାଦ୍ୟ କମିଶନ ଅଧ୍ୟକ୍ଷ ହସ୍ତକ୍ଷେପ ପରେ ମାମଲା ଶାନ୍ତ ହୋଇଥିଲା । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶାସନକୁ କଡ଼ା ନିନ୍ଦା କରିଛନ୍ତି । ସାମ୍ବାଦିକଙ୍କୁ ନିମନ୍ତ୍ରଣ ଦେଇ ତାଙ୍କୁ ଏଭଳି ତଡ଼ିବା ନିହାତି ନିନ୍ଦନୀୟ ବୋଲି ଆଇନଜୀବୀ ସୁବାସ ଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି । ସେପଟେ ଉଭୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଓ ସାଂସଦ ନିରଞ୍ଜନ ବିଶି କହିଛନ୍ତି ଯେ, ସରକାର ଓ ପ୍ରଶାସନ ସବୁ ବେଳେ ସାମ୍ବାଦିକଙ୍କୁ ଗୁରୁତ୍ଵ ଦେଇ ଆସିଛନ୍ତି ଏବଂ ଆଗକୁ ମଧ୍ୟ ଦେବେ । ତେବେ ଭୁଲ ବୁଝାମଣା ଯୋଗୁଁ ଏଭଳି ଘଟଣା ଘଟିଥିବା ବେଳେ ଏବେ ସମାଧାନ ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.