ETV Bharat / state

Bolangir News: ପିଏମ ଆବାସ ଟଙ୍କା ବନ୍ଦ କରିଦେଲା ବ୍ଲକ ପ୍ରଶାସନ ! ବିଡିଓ ଅଫିସରେ ଆତ୍ମହତ୍ୟା ଉଦ୍ୟମ କଲେ ହିତାଧିକାରୀ

author img

By ETV Bharat Odisha Team

Published : Oct 27, 2023, 10:31 PM IST

ଘଟଣା ଅନୁସାରେ ବଲାଙ୍ଗୀର ପୁଇନ୍ତଲା ବ୍ଲକ ଅନ୍ତର୍ଗତ ଦଶପୁର ଗ୍ରାମର ରାଜୀବ ବେହେରା ଆବାସ ପାଇଁ ଆବେଦନ କରିଥିଲେ। ତାଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ସହ ପ୍ରାଥମିକ ଅନୁଦାନ ମଧ୍ୟ ମିଳିଥିଲା । ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ଆଉ ବାକି ଟଙ୍କା ଦିଆଯାଇ ନ ଥିଲା। ଯାହାଫଳରେ ସେ ବାରମ୍ବାର ପୁଇନ୍ତାଲା ବ୍ଲକ କାର୍ଯ୍ୟାଳୟକୁ ଆସି ହଇରାଣ ହେଉଥିବାର ଅଭିଯୋଗ କରିଛନ୍ତି । ଆଜି ସପରିବାର ସହ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ । ଅଧିକ ପଢନ୍ତୁ

Bolangir News: ପିଏମ ଆବାସ ଟଙ୍କା ବନ୍ଦ କରିଦେଲା ବ୍ଲକ ପ୍ରଶାସନ! ଆତ୍ମହତ୍ୟା ଉଦ୍ୟମ କଲେ ହିତାଧିକାରୀ
Bolangir News: ପିଏମ ଆବାସ ଟଙ୍କା ବନ୍ଦ କରିଦେଲା ବ୍ଲକ ପ୍ରଶାସନ! ଆତ୍ମହତ୍ୟା ଉଦ୍ୟମ କଲେ ହିତାଧିକାରୀ

Bolangir News: ପିଏମ ଆବାସ ଟଙ୍କା ବନ୍ଦ କରିଦେଲା ବ୍ଲକ ପ୍ରଶାସନ! ଆତ୍ମହତ୍ୟା ଉଦ୍ୟମ କଲେ ହିତାଧିକାରୀ

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ଆବାସ ୟୋଜନାରେ କାର୍ଯ୍ୟାଦେଶ ମିଳିଲା । ପ୍ରାଥମିକ କିସ୍ତି ଟଙ୍କା ମଧ୍ୟ ଆସିଲା । ହିତାଧିକାରୀ ଘର ମଧ୍ୟ ନିର୍ମାଣ କଲେ । ହେଲେ ଏହା ପରେ ଆଉ କୌଣସି କିସ୍ତି ଟଙ୍କା ଆସିଲା ନାହିଁ । ହିତାଧିକାରୀ ଜଣଙ୍କ କିସ୍ତି ଟଙ୍କା ପାଇଁ ବାରମ୍ବାର ବ୍ଲକକୁ ଦୌଡିଲେ । ଗୁହାରୀ କଲେ ହେଲେ ଫଳ ଶୂନ । ଶେଷରେ ନିରାଶ ହୋଇ ଆଜି ବ୍ଲକ ପରିସରରେ ବିଡିଓଙ୍କ କାର୍ଯ୍ୟାଳୟରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ହେଲେ ସୌଭାଗ୍ୟ ପୋଲିସ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଅଟକ ରଖିଛି । ଏମିତି ଏକ ଅଭାବନୀୟ ଘଟଣାକୁ ନେଇ ଏବେ ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚା ଲାଗି ରହିଛି । ସେପଟେ ପୁରା ଘଟଣାକୁ ନେଇ ବିଡିଓ ମୁହଁ ଖୋଲିଥିବା ବେଳେ ପୁରା ଘଟଣାରୁ କିନ୍ତୁ ପରଦା ଉଠିନାହିଁ ।

ଅଧିକ ପଢନ୍ତୁ- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, PEO ଗିରଫ

ଘଟଣା ଅନୁସାରେ ବଲାଙ୍ଗୀର ପୁଇନ୍ତଲା ବ୍ଲକ ଅନ୍ତର୍ଗତ ଦଶପୁର ଗ୍ରାମର ରାଜୀବ ବେହେରା ଆବାସ ପାଇଁ ଆବେଦନ କରିଥିଲେ। ତାଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ସହ ପ୍ରାଥମିକ ଅନୁଦାନ ମଧ୍ୟ ମିଳିଥିଲା। ହେଲେ ପରବର୍ତ୍ତୀ ସମୟରେ ତାଙ୍କୁ ଆଉ ବାକି ଟଙ୍କା ଦିଆଯାଇ ନ ଥିଲା। ଯାହାଫଳରେ ସେ ବାରମ୍ବାର ପୁଇନ୍ତାଲା ବ୍ଲକ କାର୍ଯ୍ୟାଳୟକୁ ଆସି ହଇରାଣ ହେଉଥିବାର ଅଭିଯୋଗ କରିଛନ୍ତି। ଆଜି ସପରିବାର ସହ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ। ବିଡ଼ିଓଙ୍କ ଚ୍ୟାମ୍ବରକୁ ଯାଇ ଯୁକ୍ତି ତର୍କ କରିବା ପରେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ବିଷ ପିଇବା ଉଦ୍ୟମ କରୁଥିବା ବେଳେ ପୁଇନ୍ତଲା ପୋଲିସ ସମ୍ପୃକ୍ତ ବ୍ୟକ୍ତି ରାଜୀବ ବେହେରାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।

ସେପଟେ ଏହି ଘଟଣାରେ ପୁଇନ୍ତଲା ବିଡିଓ ଅମରେନ୍ଦ୍ର ସ୍ବାଇଁ କହିଛନ୍ତି, ‘‘ରାଜୀବ ବେହେରା ବେଆଇନ ଭାବରେ ଆବାସ ଯୋଜନା ଅକ୍ତିଆର କରିଥିଲେ। ଯେଉଁଥିରେ ସେ ଘରବାରି ଆର ୱାର ଦେଇ ଏକ ସରକାରୀ ଜମିରେ ଘର ତିଆରି କରିଥିଲେ। ଯାହାର ସତ୍ୟାସତ୍ୟ ଜଣାପଡିବା ପରେ ବ୍ଲକ ପ୍ରଶାସନ ତାଙ୍କୁ ବୁଝାଇବା ସହ ତାଙ୍କ ବାକି ଟଙ୍କା ଅଟକ ରଖିଥିଲେ। ଆଜି ତାଙ୍କର ଅନୁପସ୍ଥିତିରେ ତାଙ୍କ କାର୍ଯ୍ୟାଳୟକୁ ଆସି ହଙ୍ଗାମା କରିବା ସହ ତାଙ୍କ କାର୍ଯ୍ୟାଳୟ ମଧ୍ୟରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଇନ୍ତଲା ପୋଲିସ ତାଙ୍କୁ ଉଦ୍ଧାର କରିଛନ୍ତି ।’’

ତେବେ ଯଦି ହିତାଧିକାରୀ ରାଜୀବ ବେହେରା ନକଲୀ ତଥ୍ୟ ଦେଇ ପ୍ରଧାନମନ୍ତ୍ରୀ ଆବସ ପାଇଛନ୍ତି, ଯାଞ୍ଚ ବେଳେ ବ୍ଲକ ପ୍ରଶାସନ ଜାଣିପାରିଲା ନାହିଁ କେମିତି? ହିତାଧିକାରୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ଯାଞ୍ଚ ପରେ ଯାଇ କାର୍ଯ୍ୟାଦେଶ ଦିଆଯାଇଥାଏ । ଏପରି ସ୍ଥିତିରେ ଯାଞ୍ଚ ହୋଇଥିନା କି ନାହିଁ? ଯଦି ହୋଇଥିଲା ଯାଞ୍ଚ କଣ ହୋଇଥିଲା? ଯାଞ୍ଚବେଳେ କୌଣସି ସନ୍ଦେହ ହୋଇନଥିଲା କେମିତି? ଜଣେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେଇ ପ୍ରାଥମିକ କିସ୍ତି ଟଙ୍କା ଦେଇ ପରେ ଟଙ୍କା ବନ୍ଦ କରିଦେବା ସ୍ବାଭାବିକ ଭାବେ ଗାଁର ଗରିବ ଲୋକର ମାନସିକ ଓ ଆର୍ଥିକ ଚାପ ବଢିବ । ଯଦି ହିତାଧିକାରୀ ରାଜୀବ ବେହେରା ବେଆଇନ ଭାବେ ପିଏମ ଆବାସ ପାଇଛନ୍ତି ବ୍ଲକ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନିୟମ ଅନୁସାରେ ନେଉ । କିନ୍ତୁ କାର୍ଯ୍ୟାଦେଶ ପୂର୍ବରୁ ହିତାଧିକାରୀଙ୍କ ତଥ୍ୟ ଯେଉଁ ଅଧିକାରୀ ଯାଞ୍ଚ କରିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି? ବିଡିଓ ସତ କହୁଛନ୍ତି ନା ପୁରା ଘଟଣାରେ କିଛି ରହସ୍ୟ ରହିଛି । ସତ୍ୟାସତ୍ୟ କେବେ ଆସିବ ସାମନାକୁ ଏବେ ତାରି ଉପରେ ନଜର ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.