ETV Bharat / state

Road Accident: ପାଟଣାଗଡରେ ସିରିଜ ଦୁର୍ଘଟଣା, ଜଣେ ମୃତ 4 ଗୁରୁତର

author img

By

Published : Aug 17, 2023, 4:31 PM IST

Updated : Aug 17, 2023, 6:32 PM IST

ବଲାଙ୍ଗୀର ପାଟଣାଗଡ଼ରେ ସିରିଜ ଦୁର୍ଘଟଣା । ଜଣେ ମୃତ, 4 ଗୁରୁତର । କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ବଲାଙ୍ଗୀର ପାଟଣାଗଡ଼ରେ ସିରିଜ ଦୁର୍ଘଟଣା
ବଲାଙ୍ଗୀର ପାଟଣାଗଡ଼ରେ ସିରିଜ ଦୁର୍ଘଟଣା

ବଲାଙ୍ଗୀର ପାଟଣାଗଡ଼ରେ ସିରିଜ ଦୁର୍ଘଟଣା

ବଲାଙ୍ଗୀର: ବଲାଙ୍ଗୀର ପାଟଣାଗଡ଼ରେ ସିରିଜ୍ ଦୁର୍ଘଟଣା । ଜଣଙ୍କର ମୃତ ଘଟିଥିବା ବେଳେ ଚାରି ଜଣ ଗୁରୁତର ଅବସ୍ଥାରେ ମଡିକାଲରେ ଚିକିତ୍ସିତ ହେଉଛନ୍ତି । ଯାହାକୁ ନେଇ ଗାଁରେ ଉତ୍ତେଜନ ବଢିବା ସହ କ୍ଷତି ପୂରଣ ଦାବି ନେଇ ରାସ୍ତାରୋକ କଲେ ଗ୍ରାମବାସୀ । ସୂଚନା ଅନୁଯାୟୀ, ଗତକାଲି (ବୁଧବାର) ରାତିରେ ଏକ ବାଇକ ରାସ୍ତାରେ ଯାଉଥିବା ଜଣେ ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ବୃଦ୍ଧ ଜଣକ ଓ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିଲେ। ସେହିପରି ଦୁର୍ଘଟଣା ଘଟିଥିବା ସ୍ଥାନରେ ବାଇକ୍ ଓ ଅନ୍ୟ ଆହତ ମାନେ ପଡ଼ିଥିବା ବେଳେ ପୁଣି ଆଉ ଦୁଇ ଜଣ ବାଇକରେ ଆସି ସେମାନଙ୍କୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଦୁର୍ଘଟଣା ଶବ୍ଦ ଶୁଣି ସ୍ଥାନୀୟ ଲେକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧ ପୂର୍ଣ୍ଣ ପଟେଲଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଅନ୍ଯ 4ଜଣ ବାଇକ ଆରୋହୀଙ୍କ ଚିକିତ୍ସା ଜାରି ରହିଥିବା ଡାକ୍ତର କହିଛନ୍ତି । ସେପଟେ ବୃଦ୍ଧ ପୂର୍ଣ୍ଣ ପଟେଲଙ୍କ ମୃତ୍ୟୁ ପରେ ବନ୍ଧନବାଡ଼ି ଗ୍ରାମବାସୀ ଓ ମୃତକଙ୍କ ସମ୍ପର୍କୀୟ ବଲାଙ୍ଗୀର ପାଟଣାଗଡ଼ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦାବି କରିଛନ୍ତି ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେପଟେ ପାଟଣାଗଡ଼ ତହସିଲଦାର ଓ ପୋଲିସ୍ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ତାଙ୍କୁ ବୁଝାସୁଝା କରିଛନ୍ତି ।

ଅଧିକ ପଢନ୍ତୁ: ସ୍ୱାଧୀନତା ଦିବସରେ ଅଘଟଣ, ସ୍କୁଲ ବସ ଓଲଟି ୧୨ ଛାତ୍ରଛାତ୍ରୀ ଆହତ

ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ କହିଛନ୍ତି, ‘‘ଘଟଣା କିପରି ଘଟିଲା ସେ ନେଇ ଯାଞ୍ଚ କରାଯାଇ ଦୋଷୀଙ୍କୁ ଦଣ୍ଡପ୍ରଦାନ କରାଯିବ । ମୃତକଙ୍କ ପରିବାରକୁ ରେଡକ୍ରସ ଫଣ୍ତରୁ 20 ହଜାର ଟଙ୍କା ଅନୁକମ୍ପା ରଶି ପ୍ରଶାସନ ପ୍ରଦାନ କରିଛି । ଗତକାଲି (ବୁଧବାର) ଦୁଇଟି ସରିଜ ଦୁର୍ଘଟଣା ଏଠି ଘଟିଥିଲା । ଯେଉଁଥିରେ ଚାରି ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରକୁ 20 ହଜାର କ୍ଷତିପୂରଣ ସହ ତାଙ୍କ ପତ୍ନୀଙ୍କୁ ବିଧବା ଭତ୍ତା ପ୍ରଦାନ କରାଯିବ । ଏହାସହ ମେଡିକାଲରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କ ଖର୍ଚ୍ଚ ପ୍ରଶାସନ ବହନ କରିବ । ସେହିପରି ଆଗକୁ ଏହାର ତଦନ୍ତ ପରେ ଲୋକଙ୍କ ଦାବିକୁ ନେଇ ସରକାରଙ୍କ ନିକଟରେ ଉପସ୍ଥାପନ କରିଯିବା ସହ ଅଧିକ ସାହାଯ୍ୟ ପ୍ରଦାନ କରାଯିବ ।"

ଇଟିଭି ଭାରତ, ବଲାଙ୍ଗୀର

Last Updated : Aug 17, 2023, 6:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.