ETV Bharat / state

ସରକାରୀ ବାବୁଙ୍କ ଦବଙ୍ଗଗିରି; ସରପଞ୍ଚ ସଙ୍ଘ ସଭାପତିଙ୍କୁ ଆକ୍ରମଣ କଲେ SDO

author img

By ETV Bharat Odisha Team

Published : Dec 27, 2023, 7:14 AM IST

Sarpanch Attacked by PWD SDO: ସରପଞ୍ଚଙ୍କୁ ପିଡବ୍ଲୁଡି ଏସ୍‌ଡିଓଙ୍କ ମରଣାନ୍ତକ ଆକ୍ରମଣ । ଚଂଗ୍ରିଆ ଗ୍ରାମପଞ୍ଚାୟତ ସରପଞ୍ଚ ତଥା କୋଶଳବାଦି ନେତା ଓ ସରପଞ୍ଚ ସଙ୍ଘର ସଭାପତି ସୁଶୀଲ ଗୁରୁଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରିଛନ୍ତି କଣ୍ଟାବାଞ୍ଜି ପୂର୍ତ୍ତ ଓ ଗୃହ ବିଭାଗ ଏସ୍‌ଡିଓ ସିଦ୍ଧାର୍ଥ ଦାସ । ଅଧିକ ପଢ଼ନ୍ତୁ

ସରକାରୀ ବାବୁଙ୍କ ଦବଙ୍ଗଗିରି
ସରକାରୀ ବାବୁଙ୍କ ଦବଙ୍ଗଗିରି

ସରକାରୀ ବାବୁଙ୍କ ଦବଙ୍ଗଗିରି

ବଲାଙ୍ଗୀର: ଜଣେ ଜଣାଶୁଣା ନେତା ତଥା ସରପଞ୍ଚଙ୍କୁ ପିଡବ୍ଲୁଡି ଏସ୍‌ଡିଓ କଲେ ମରଣାନ୍ତକ ଆକ୍ରମଣ । ଆକ୍ରମଣ ବେଳର ଭିଡିଓ ଭାଇରରାଲ ହୋଇଛି । ସେପଟେ ସଂପୃକ୍ତ ଏସ୍‌ଡିଓଙ୍କ ବିରୋଧରେ ଥାନାରେ 3ଟି ମାମଲା ରୁଜୁ ହୋଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଖପ୍ରାଖୋଲ ହରିଶଙ୍କର ପୀଠରେ ।ଚଂଗ୍ରିୟା ଗ୍ରାମପଞ୍ଚାୟତ ସରପଞ୍ଚ ତଥା କୋଶଳବାଦି ନେତା ଓ ସରପଞ୍ଚ ସଙ୍ଘର ସଭାପତି ସୁଶୀଲ ଗୁରୁଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରିଛନ୍ତି କଣ୍ଟାବାଞ୍ଜି ପୂର୍ତ୍ତ ଓ ଗୃହ ବିଭାଗ ଏସ୍‌ଡିଓ ସିଦ୍ଧାର୍ଥ ଦାସ ।

ମିଳିଥିବା ଖବର ଅନୁସାରେ ହରିଶଙ୍କରଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ 5T ବିଭାଗ ଅନୁଦାନରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି । ହେଲେ ଏହି କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବାର ଅଭିଯୋଗ ଆସିଥିଲା । ଯାହାକୁ ନେଇ ଖପ୍ରାଖୋଲ ବ୍ଲକ ସରପଞ୍ଚ ସଙ୍ଘ ସଭାପତି ତଥା ଚଂଗ୍ରିୟା ଗ୍ରାମପଞ୍ଚାୟତ ସରପଞ୍ଚ ସୁଶୀଲ ଗୁରୁ ଏହି କାମ କରୁଥିବା କଣ୍ଟାବାଞ୍ଜି ପିଡବ୍ଲୁଡି ଠାରେ ଅଭିଯୋଗ କରିଥିଲେ । ଏହାପରେ ଆଜି ସେ ନିଜେ ଏଠାରେ କାମ ଦେଖିବାକୁ ଯାଇଥିବା ବେଳେ ସେଠାରେ ପହଞ୍ଚିଥିଲେ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗର ଏସ୍‌ଡିଓ ସିଦ୍ଧାର୍ଥ ଦାସ । ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ କାମକୁ ନେଇ କଥା କଟାକଟି ହୋଇଥିଲା । ତେବେ ଏସ୍‌ଡିଓ ସିଦ୍ଧାର୍ଥ ଦାସ ରାଗି ଯାଇ ସୁଶୀଲ ଗୁରୁଙ୍କୁ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କ ବେକକୁ ଜାବୁଡ଼ି ଧରି ତାଙ୍କୁ ତଳେ ପକାଇ ପ୍ରବଳ ମାଡ଼ ମାରିଥିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିବା ଅଭିଯୋଗ ଆସିଛି । ସେପଟେ ଏହି ସମୟର କିଛି ଭିଡିଓ ଏବେ ସ୍ଥାନୀୟ ଅଞ୍ଚଳରେ ଭାଇରାଲ୍‌ ହେବାରେ ଲାଗିଛି । ସରକାରୀ ବାବୁ ଦବଙ୍ଗଗିରି ଦେଖାଇ ଜନ ପ୍ରତିନିଧିଙ୍କୁ ଏଭଳି ଆକ୍ରମଣ କରିବା ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି ।

ଏହା ମଧ୍ୟ ପଢ଼ନ୍ତୁ...ବସ ଷ୍ଟାଣ୍ଡରେ ଚାଲିଥିଲା ଲାଞ୍ଚ କାରବାର, ନିମାପଡା ପଣ୍ୟାଗାର ଅଧିକ୍ଷକ ଗିରଫ

ସେପଟେ ଆକ୍ରମଣର ଶିକାର ହୋଇଥିବା ସରପଞ୍ଚ ସୁଶୀଲ ଗୁରୁ ସ୍ଥାନୀୟ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ସମ୍ପୃକ୍ତ ଏସ୍‌ଡିଓଙ୍କ ବିରୋଧରେ କୋଶଳ ଦଳ ପକ୍ଷରୁ ମଧ୍ୟ ଆଉ ଏକ ଅଭିଯୋଗ ଥାନାରେ ହୋଇଛି । ଏହାଛଡ଼ା ସରପଞ୍ଚ ସଙ୍ଘ ପକ୍ଷରୁ ମଧ୍ୟ ସମାନ ଏକ ଅଭିଯୋଗ ଥାନାରେ କରାଯାଇଛି । ସେପଟେ ଏଯାଏଁ ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଅନ୍ୟପଟେ କୋଶଳବାଦି ସଙ୍ଗଠନ ଓ ସରପଞ୍ଚ ସଙ୍ଘ ଏହାକୁ ନେଇ ବିରାଟ ଆନ୍ଦୋଳନ କରିବାକୁ ଆଲୋଚନା କରୁଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.