ETV Bharat / state

ସୋଲାର ପ୍ଲାଣ୍ଟକୁ ବିରୋଧ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ

author img

By

Published : Apr 7, 2022, 8:51 AM IST

ବଲାଙ୍ଗୀର ସଇଁତଳା ବ୍ଲକରେ ପ୍ରସ୍ତାବିତ ସୋଲାର ପ୍ଲାଣ୍ଟକୁ ତୀବ୍ର ବିରୋଧକରି ପୋଲିସ ଓ ତିନି ଖଣ୍ଡ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଯଦି ଜୋରଜବରଦସ୍ତ ସୋଲାର ପ୍ଲାଣ୍ଟ ନିର୍ମାଣ କରାଯାଏ ତେବେ ଆଗାମୀ ଦିନରେ ରାଜ ରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ପଞ୍ଚାୟତବାସୀ । ଅଧିକ ପଢନ୍ତୁ

ସୋଲାର ପ୍ଲାଣ୍ଟକୁ ବିରୋଧ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ
ସୋଲାର ପ୍ଲାଣ୍ଟକୁ ବିରୋଧ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ବଲାଙ୍ଗୀର: ସଇଁତଳା ବ୍ଲକରେ ପ୍ରସ୍ତାବିତ ସୋଲାର ପ୍ଲାଣ୍ଟକୁ ତୀବ୍ର ବିରୋଧ । ଜମି ଅଧିଗ୍ରହଣ ପାଇଁ ଆସିଥିବା ଅଧିକାରୀଙ୍କୁ ବିରୋଧ କରି ପୋଲିସ ଓ ଗ୍ରାମବାସି ମୁହାଁମୁହିଁ ହୋଇଛନ୍ତି । ଯଦି ଜୋରଜବରଦସ୍ତ ସୋଲାର ପ୍ଲାଣ୍ଟ ନିର୍ମାଣ କରାଯାଏ ତେବେ ଆଗାମୀ ଦିନରେ ରାଜ ରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ପଞ୍ଚାୟତବାସୀ ।

ସୋଲାର ପ୍ଲାଣ୍ଟକୁ ବିରୋଧ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ସୂଚନାଅନୁସାରେ, ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତର ତେଣ୍ଡଲିପାଲି ଓ ଡୁଙ୍ଗୁରିପାଲି ଗ୍ରାମ ଠାରେ ଗୋଚର ୧୨୪ ହେକ୍ଟର ଜମିରେ ସୋଲାର ପ୍ଲାଣ୍ଟ ସ୍ଥାପନ ହେବାକୁ ନିଷ୍ପତ୍ତି ହୋଇଛି । ଯାହା ପାଇଁ ଜମି ଅଧି ଗ୍ରହଣକୁ ନେଇ ଟିଟିଲାଗଡ ଏଡ଼ଡ଼ିପିଓ ସୁରେନ୍ଦ୍ର ନାଥ ସତପଥୀ, ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର, ଟିଟିଲାଗଡ଼ ଅତିରିକ୍ତ ଉପ ଜିଲ୍ଲାପାଳ ଡ଼. ଲଳିତ ବାଗ,ସ୍ଥାନୀୟ ଥାନାରେ ଅଧିକାରୀ ଅବନୀ ସାହୁଙ୍କ ସମେତ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇ ଜମିର ମାପ କରାଯାଇଥିଲା । ହେଲେ ଏହାକୁ ଗ୍ରାମବାସୀ ମାନେ ତୀବ୍ର ବିରୋଧ କରିଥିଲେ ।

ଯାହାଫଳରେ ସ୍ଥାନୀୟ ସୋଲାର ପ୍ଲାଣ୍ଟ ନ କରିବା ପାଇଁ ପୁଲିସ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ତେବେ ପୋଲିସ ପ୍ରଶାସନ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦା ଜିଦରେ ଅଟଳ ରହିଥିଲେ । ଦୀର୍ଘ ସମୟ ଧରି ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେରଙ୍କୁ ଗ୍ରାମବାସୀ ମାନେ ଘେରାଉ କରି କାହା ନିର୍ଦ୍ଦେଶରେ ଏହି ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ଓ କିଏ ଆପଣ ମାନଙ୍କୁ ପରାମର୍ଶ ଦେଲା ତାହାର ଉତ୍ତର ଦିଅନ୍ତି ବୋଲି ଗ୍ରାମବାସୀ ମାନେ ଦାବି କରିଥିଲେ ।

ଏନେଇ କିଛି ମାସ ପୂର୍ବେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁଙ୍କ ନେତୃତ୍ୱରେ ଗ୍ରାମର ଶତାଧିକ ଲୋକେ ତହସିଲଦାର କାର୍ଯ୍ୟଳୟ ଘେରାଉ କରିଥିଲେ । ଏହାସହ ସୋଲାର ପ୍ଲାଣ୍ଟକୁ ବନ୍ଦ କରିବା ପାଇଁ ଦାବି କରିଥିଲେ । ସେହି ସମୟରେ ଗ୍ରାମବାସୀଙ୍କ ସହ ପ୍ରଥମେ ପ୍ରଶାସନର ଆଲୋଚନା ହେବ ଓ ପରେ ସୋଲାର ପ୍ଲାଣ୍ଟ ନିର୍ମାଣ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ବିରୋଧରେ ପ୍ରଶାସନ, ସମ୍ପୃକ୍ତ ସୋଲାର ପ୍ଲାଣ୍ଟ କାର୍ଯ୍ୟ କରିବା ପାଇଁ ଆଦିତ୍ୟ ବିର୍ଲା କମ୍ପାନୀଙ୍କୁ ଦାୟିତ୍ୱ ଦେଇଛି । ତଥା ବିନା ଗ୍ରାମ ସଭା ଓ ଗ୍ରାମବାସୀଙ୍କ ଅଜାଣତରେ ୧୨୪ ହେକ୍ଟର ଜମି ହସ୍ତାନ୍ତର କରିଦେଇଛି । ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ କାହା ଚାପରେ ଏତେ ବଡ଼ ସୋଲାର ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଛି ତାହାକୁ ନେଇ ଗ୍ରାମବାସୀ ମାନେ ପ୍ରଶ୍ନବାଚୀ ଉଠାଇଛନ୍ତି । ଯଦି ପ୍ରଶାସନ ଜୋରଜବରଦସ୍ତ ସୋଲାର ପ୍ଲାଣ୍ଟ ନିର୍ମାଣ କରିବ ତାହେଲେ ଆଗାମୀ ଦିନରେ ରାଜ ରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ପଞ୍ଚାୟତ ବାସୀ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.