ETV Bharat / state

ସୋଲାର ପ୍ଲାଣ୍ଟକୁ ବିରୋଧ କରି ସୀମା ଟପିଲା ଆନ୍ଦୋଳନ, ୧୫ ଗିରଫ

author img

By

Published : Dec 20, 2022, 7:24 AM IST

ବଲାଙ୍ଗୀର ସଇଁତଲାସ୍ଥିତ ଡୁଙ୍ଗୁରିପାଳକ ଗ୍ରାମରେ ନିର୍ମାଣାଧୀନ ସୋଲାର ପ୍ଲାଣ୍ଟକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି । ଦୁଇ ଜଣଙ୍କୁ ପୋଲିସ ଗିରଫ କରିବା ପରେ ଆନ୍ଦୋଳନକାରୀ ଅସ୍ତ୍ରଶସ୍ତ୍ର ଧରି କୋର୍ଟ ଘେରାଉ କରିଥିଲେ । ଏହାପରେ ଆଉ ୧୩ ଜଣ ଆନ୍ଦୋଳଙ୍କାରୀଙ୍କୁ ଗିରଫ କରାଯାଇଛି । ଅଧିକ ପଢ଼ନ୍ତୁ

ସୋଲାର ପ୍ଲାଣ୍ଟକୁ ବିରୋଧ କରି ଆନ୍ଦୋଳନ
ସୋଲାର ପ୍ଲାଣ୍ଟକୁ ବିରୋଧ କରି ଆନ୍ଦୋଳନ

ସୋଲାର ପ୍ଲାଣ୍ଟକୁ ବିରୋଧ କରି ଆନ୍ଦୋଳନ

ବଲାଙ୍ଗୀର: ନିର୍ମାଣାଧୀନ ସୋଲାର ପ୍ଲାଣ୍ଟକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି । ସେପଟେ ଆଜି ଦୁଇ ଜଣଙ୍କୁ ପୋଲିସ ଗିରଫ କରିବା ପରେ ଆନ୍ଦୋଳନକାରୀ ଅସ୍ତ୍ରଶସ୍ତ୍ର ଧରି କୋର୍ଟ ଘେରାଉ କରିଥିଲେ । ତେବେ ପୋଲସ ୧୩ ଜଣ ଆନ୍ଦୋଳଙ୍କାରୀଙ୍କୁ ଗିରଫ କରିଛି । ଏମାନଙ୍କ ବିରୋଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଲାଙ୍ଗୀର ଏସପି କହିଛନ୍ତି ।

ବଲାଙ୍ଗୀର ସଇଁତଲାସ୍ଥିତ ଡୁଙ୍ଗୁରିପାଳକ ଗ୍ରାମରେ ନିର୍ମାଣାଧୀନ ଥିବା ସୋଲାର ପ୍ଲାଣ୍ଟକୁ ବିରୋଧ ଜାରି ରହିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଆନ୍ଦୋଳନ କରୁଛନ୍ତି । ତେବେ ଏହି କ୍ରମରେ ଆଜି ପୋଲିସ ବିଭିନ୍ନ ମାମଲାରେ ୨ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା । ଯାହାକୁ ନେଇ ଶତାଧିକ ଆନ୍ଦୋଳନକାରୀ ଅସ୍ତ୍ରଶସ୍ତ୍ର ଧରି ସଇଁତଲା ସିଭିଲ କୋର୍ଟକୁ ଘେରାଉ କରିଥିଲେ । ଫଳରେ ସେଠାରେ ଉତ୍ତେଜନା ଲାଗି ରହିଥିଲା । ତେବେ ଏଥିରେ ବଲାଙ୍ଗୀର ଏସପି ନିଜେ ହସ୍ତକ୍ଷେପ କରିବା ସହ କୋର୍ଟ ପରିସରରେ ବ୍ୟାପକ ପୋଲିସ ମୁତୟନ କରି ମାମଲାକୁ ଶାନ୍ତ କରିଥିଲେ । ସେହିପରି ଏହି ଘଟଣାରେ ପୋଲିସ ୧୩ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ କନ୍ଧ ସମାଜର ନେତା ସୁଖରାମ ଜାନି ଓ ତାଙ୍କର ଜଣେ ସହଯୋଗୀଙ୍କୁ ପୋଲିସ ଆଜି ଗିରଫ କରିଥିଲା । ଯାହାପରେ ଅନ୍ୟ ଆନ୍ଦୋଳନକାରୀ ଏହି ପଦକ୍ଷେପ ନେଇଥିଲେ । ତେବେ ପୂର୍ବରୁ ସୋଲାର ପ୍ଲାଣ୍ଟ ବେଆଇନ ଓ ତାକୁ ଶୀଘ୍ର ବନ୍ଦ କରିବା ପାଇଁ ପାଣ୍ଡବ ସାହୁ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ହାଇକୋର୍ଟ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ କାମ କରୁଥିବା ଆଦିତ୍ୟ ବିର୍ଲା କମ୍ପାନୀ ଏହାକୁ ନେଇ ହାଇକୋର୍ଟଙ୍କ ପାଖରେ ଆବେଦନ କରିଥିଲେ । ଏହାପରେ କୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ଖାରଜ କରି କାମ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହାକୁ ଅମାନ୍ୟ କରି ସ୍ଥାନୀୟ ଲୋକେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ଏନେଇ ବଲାଙ୍ଗୀର ଏସପି କହିଛନ୍ତି, "ପୂର୍ବରୁ ଯେଉଁ ୨ ଜଣଙ୍କୁ ଗିରଫ କରାଯାଇଛି ସେମାନେ କନ୍ଧ ସମାଜ ନେତା ନୁହନ୍ତି । ସେମାନଙ୍କ ନାଁରେ ୪୨୦ ଭଳି ଅନେକ ଠକେଇ ମାମଲା ଥିଲା । ସେମାନଙ୍କ ନାଁରେ ପୂର୍ବରୁ ଥିବା ୱାରେଣ୍ଟକୁ ନେଇ ପୋଲିସ ତାଙ୍କୁ ଗିରଫ କରିଛି । ଆନ୍ଦୋଳନକାରୀ ଅସ୍ତ୍ରଶସ୍ତ୍ର ଧରି କୋର୍ଟ ଘେରାଉ କରିବା ସହ କୋର୍ଟ କର୍ମଚାରୀ, ପୋଲିସ ତଥା ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହି ମାମଲାରେ ୧୩ ଜଣଙ୍କୁ ଗିରଫ କରାଯିବା ସହ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.