ETV Bharat / state

Khurda Balangir Railway project: ଖୋର୍ଦ୍ଧା ବଲାଙ୍ଗୀର ରେଳ ସଂଘର୍ଷ ସମିତିର ଧାରଣା

author img

By

Published : Oct 14, 2022, 5:09 PM IST

ଖୋର୍ଦ୍ଧା ବଲାଙ୍ଗୀର ରେଳ ସଂଘର୍ଷ ସମିତିର ଧାରଣା । ଖୋର୍ଦ୍ଧା ବଲାଙ୍ଗୀର ରେଳ ସଂଘର୍ଷ ସମିତି ଆନ୍ଦୋଳନକୁ ଓହ୍ଲାଇବା ସହ ଆନ୍ଦୋଳନକାରୀ ଧାରଣାରେ ବସିଛନ୍ତି । 289 କିମି ବିଶିଷ୍ଟ ଏହି ରେଳ ପଥ କାମ 1994 ରୁ ଆରମ୍ଭ ହୋଇ ଆଜି ଯାଏଁ ମାତ୍ର 91 କିମି କାମ ସମ୍ପୂର୍ଣ ହୋଇ ପାରିଛି । ଏପରିକି 33 ଏକର ଜଙ୍ଗଲ ଜମିର ଏଯାଏଁ ମଞ୍ଜୁରୀ ମିଳି ପାରିନାହିଁ । ଏଥିପାଇଁ ସରକାରୀ ଅବହେଳାକୁ ଦାୟୀ କରିଛନ୍ତି ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

ଖୋର୍ଦ୍ଧା ବଲାଙ୍ଗୀର ରେଳ ସଂଘର୍ଷ ସମିତିର ଧାରଣା
ଖୋର୍ଦ୍ଧା ବଲାଙ୍ଗୀର ରେଳ ସଂଘର୍ଷ ସମିତିର ଧାରଣା

ବଲାଙ୍ଗୀର: ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ କାମ ତରାନ୍ୱିତ କରି ଶୀଘ୍ର କାମ ସମ୍ପୂର୍ଣ୍ଣ ଦାବି ନେଇ ଖୋର୍ଦ୍ଧା ବଲାଙ୍ଗୀର ରେଳ ସଂଘର୍ଷ ସମିତି ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ଶୁକ୍ରବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ । ଖୋର୍ଦ୍ଧା ବଲାଙ୍ଗୀର ରେଳ ସଂଘର୍ଷ ଆନ୍ଦୋଳନକୁ ଓହ୍ଲାଇବା ସହ ସମର୍ଥକ ଓ କର୍ମକର୍ତ୍ତାମାନେ ଧାରଣାରେ ବସିଛନ୍ତି ।

ଖୋର୍ଦ୍ଧା ବଲାଙ୍ଗୀର ରେଳ ସଂଘର୍ଷ ସମିତିର ଧାରଣା

ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଜିଲ୍ଲାର ଲୋକଙ୍କୁକୁ ନେଇ ଗଠିତ ହୋଇଥିବା ଏହ ସଂଘର୍ଷ ସମିତି ପକ୍ଷରୁ ଆରମ୍ଭ ହୋଇଛି ଆନ୍ଦୋଳନ । ସଂଘର୍ଷ ସମିତିର ଅନେକ ଲୋକ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏଥିରେ ରେଳ ସଂଘର୍ଷ ସମିତିର ଶତାଧିକ ସଦସ୍ୟଙ୍କ ସହିତ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସଂଘ ଓ ସଂଗଠନ ସାମିଲ ହୋଇଛନ୍ତି । ସେହିପରି ଆଗକୁ ଏହି ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ସମିତି ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ:ବିଛଣାରେ ବିତୁଛି ଜୀବନ, ସରକାରୀ ସହାୟତା ଅପେକ୍ଷାରେ ଦୁଇ ଭିନ୍ନକ୍ଷମ ଭଉଣୀ

ତେବେ 289 କିମି ବିଶିଷ୍ଟ ଏହି ରେଳ ପଥ କାମ 1994 ରୁ ଆରମ୍ଭ ହୋଇ ଆଜି ଯାଏଁ ମାତ୍ର 91 କିମି କାମ ସମ୍ପୂର୍ଣ ହୋଇ ପାରିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏମଓୟୁ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠି ଆବଣ୍ଟନ ପରେ ମଧ୍ୟ ଏହାର କାମ ଆଗେଇ ପାରି ନାହିଁ । ଯାହାର ମୁଖ୍ୟ କାରଣ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ମଞ୍ଜୁରୀ ନ ମିଳିବା ବୋଲି ସ୍ପଷ୍ଟ ହୋଇଛି । ତେବେ ଆବଶ୍ୟକ ଥିବା ମୋଟ 1844 ଦଶମିକ 40 ଏକର ଜଙ୍ଗଲ ଜମିରୁ 1469 ଦଶମିକ 33 ଏକର ଜମିର ଏଯାଏଁ ମଞ୍ଜୁରୀ ମିଳି ପାରିନାହିଁ । ଏଥିପାଇଁ ସରକାରୀ ଅବହେଳାକୁ ଦାୟୀ କରିଛନ୍ତି ଆନ୍ଦୋଳନକାରୀ ।


ଏନେଇ ଖୋର୍ଦ୍ଧା ବଲାଙ୍ଗୀର ରେଳ ସଂଘର୍ଷ ସମିତିର ଆବାହକ ଭବାନୀ ଶତପଥି କହିଛନ୍ତି ଯେ, "ଆଜି ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ କାମ ତରାନ୍ୱିତ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛୁ । ସରକାରଙ୍କ ଉପରେ ଆମର ବିଶ୍ବାସ ତୁଟିଯାଇଛି । ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଜିଲ୍ଲାର ଲୋକେ ସମସ୍ତେ ଏକାଠି ହୋଇ ଧରଣାରେ ବସିଛନ୍ତି । ଆଗକୁ କିଛି ସମୟ ମଧ୍ୟରେ ଯଦି ଏହି କାମ ନସରେ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ । ଆଗକୁ ଯାହାବି ହେବ ସେଥିପ୍ରତି ସରକାର ଦାୟୀ ରହିବେ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.