ETV Bharat / state

ଯୌତୁକ ପାଇଁ ସ୍ତ୍ରୀକୁ ମାରିଲା ସ୍ବାମୀ

author img

By

Published : Mar 27, 2021, 9:10 PM IST

ବଲାଙ୍ଗୀରରେ ଯୌତୁକ ପାଇଁ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଚିତ୍ର
ପ୍ରତିକାତ୍ମକ ଚିତ୍ର

ବଲାଙ୍ଗୀର: ଯୌତୁକ ପାଇଁ ସ୍ତ୍ରୀକୁ ସ୍ବାମୀ ଚଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ଆସିଛି । ଖବର ପାଇ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

ଯୌତୁକ ପାଇଁ ସ୍ତ୍ରୀକୁ ମାରିଲା ସ୍ବାମୀ

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସଂଶା ଗ୍ରାମରେ ସ୍ବାମୀ ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଛି । ସୂଚନା ଅନୁଯାୟୀ ସୁଦାମ ସାହୁ ବରଗଡ ଜିଲ୍ଲା କଣ୍ଟାପାଲି ଗ୍ରାମର ଲଳିତା ସାହୁଙ୍କୁ ବିବାହ କରିଥିଲେ । କିଛିଦିନ ହେବ 50 ହଜାର ଟଙ୍କା ଯୌତୁକ ଆଣିବା ପାଇଁ ସୁଦାମ ଲଳିତାଙ୍କୁ କହିଥିଲେ । ଲଳିତା ଏଥିରେ ରାଜି ନ ହେବାରେ ତାଙ୍କୁ ତଣ୍ଟିଚିପି ହତ୍ୟା କରୁଥିବା ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ଏହି ଘଟଣା ପରେ ସୁଦାମ ଓ ତାଙ୍କ ପରିବାର ଲୋକେ ଫେରାର ହୋଇ ଯାଇଛନ୍ତି । ଲୋଇସିଂହା ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରି ଥିବାବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.