ETV Bharat / state

ସିରିଜ୍ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

author img

By

Published : Oct 19, 2022, 3:55 PM IST

ସିରିଜ ଦୁର୍ଘଟଣା ଘଟାଇଥିବା ଗାଡିରୁ ଗଞ୍ଜେଇ ଜବତ । ବଲାଙ୍ଗୀରରେ ସିରିଜ୍ ଦୁର୍ଘଟଣା ଘଟାଇଥିବା ଏକ ସ୍କର୍ପିଓ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ ଫେରାର ମାରିଥିଲେ । ଅଧିକ ପଢନ୍ତୁ

ସିରିଜ୍ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
ସିରିଜ୍ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ବଲାଙ୍ଗୀର: ସିରିଜ ଦୁର୍ଘଟଣା ଘଟାଇଥିବା ଗାଡିରୁ ଗଞ୍ଜେଇ ଜବତ । ସିରିଜ ଦୁର୍ଘଟଣା ଘଟାଇଥିବା ଗାଡିରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ବଲାଙ୍ଗୀରରେ ଗତକାଲି ସନ୍ଧ୍ୟାରେ ଏକ ଦୃତ ଗତିରେ ଆସୁଥିବା ସ୍କର୍ପିଓ ଗାଡି ସିରିଜ ଦୁର୍ଘଟଣା ଘଟାଇଥିଲା । ତେବେ ଏନେଇ ପରେ ଗାଡ଼ିକୁ ଯାଞ୍ଚ ପରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ଅନ୍ୟପଟେ ସମସ୍ତ ଅଭିଯୁକ୍ତ ଫେରାର୍ ହୋଇଥିବା ନେଇ ସୂଚନା ମିଳିଛି ।

ସିରିଜ୍ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ସୂଚନା ଅନୁଯାୟୀ, ବରଗଡ ବୋରିଗୁମ୍ମା 26 ନମ୍ବର ଜାତୀୟ ରାଜପଥ ଲୋଇସିଂହା ଠାରେ ବଲାଙ୍ଗୀର ପଟୁ ଦୃତ ଗତିରେ ଯାଉଥିବା ଓଡି 14A 5052 ନମ୍ବର୍ ବିଶିଷ୍ଟ ଏକ ସ୍କର୍ପିଓ ଗାଡ଼ି ସିରିଜ ଦୁର୍ଘଟଣା ଘଟାଇ ଥିଲା । ଯାହାଦ୍ବାରା ଅନେକ ସ୍କୁଟି ଓ ବାଇକକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସେପଟେ ଦୁର୍ଘଟଣା ପରେ ଗାଡ଼ିରେ ଥିବା ଡ୍ରାଇଭର ଓ ଦୁଇ ଜଣ ଫେରାର ମାରିଥିଲେ । ତେବେ ଲୋଇସିଂହା ପୋଲିସ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡ଼ିକୁ ରାତିରେ ଯାଞ୍ଚ କରିଥିବା ବେଳେ ଏଥିରୁ 90 କିଲୋ ଗଞ୍ଜେଇ ଜବତ କରିଛି । ଏବଂ ଏହାର ଅଧିକ ତଦନ୍ତ ପୋଲିସ୍ ଜାରି ରଖି ଥିବାର ସୁଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ: କଳାହାଣ୍ଡିରେ ବେଧଡକ ଚାଲିଛି ଗଞ୍ଜେଇ ଚାଲାଣ, ତିନି ବର୍ଷରେ ୨୭ ଗିରଫ

ସେହିପରି ସୂଚନା ଥାଉକି, କଳାହାଣ୍ଡି ଜିଲ୍ଲାରେ ମାତିଛନ୍ତି ଗଞ୍ଜେଇ ମାଫିଆ । କେତେବେଳେ ଜଙ୍ଗଲୀ ରାସ୍ତା ତ ପୁଣି ଆଉ କେତେବେଳେ ଜାତୀୟ ରାଜପଥ ୨୬ରେ ବିଭିନ୍ନ ଆଳରେ କରୁଛନ୍ତି ଗଞ୍ଜେଇ ଚୋରା ଚାଲାଣ । ଅନେକ ସମୟରେ ଚଢାଉ କରାଯାଇ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ମାଫିଆଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ଗଞ୍ଜେଇ ଚାଲାଣରେ ରୋକ ଲାଗୁନାହିଁ । ନୂଆ ନୂଆ ତରିକା ଓ ପନ୍ଥା ଆପଣାଇ ପୋଲିସ ଆଖିରେ ଧୂଳି ଦେଇ ବେଧଡକ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ଗତ ତିନି ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ପୋଲିସ ବ୍ୟାପକ ମାତ୍ରାରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.