ETV Bharat / state

ମାଆ ସାମ୍ନାରେ ପୁଅକୁ ହତ୍ୟା, ଭାଇକୁ ହତ୍ୟା ପାଇଁ ସମ୍ପର୍କୀୟ ଭାଇ ଦେଇଥିଲା ସୁପାରୀ

author img

By

Published : Aug 19, 2022, 3:39 PM IST

ବଲାଙ୍ଗୀରରେ ମାଆ ସାମ୍ନାରେ ପୁଅକୁ ହତ୍ୟା ଘଟଣା । ଘଟଣାର ପର୍ଦ୍ଦାଫାଶ କରି ୪ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ମାଆ ସାମ୍ନାରେ ପୁଅକୁ ହତ୍ୟା, ଭାଇକୁ ହତ୍ୟା ପାଇଁ ସମ୍ପର୍କୀୟ ଭାଇ ଦେଇଥିଲା ସୁପାରୀ
ମାଆ ସାମ୍ନାରେ ପୁଅକୁ ହତ୍ୟା, ଭାଇକୁ ହତ୍ୟା ପାଇଁ ସମ୍ପର୍କୀୟ ଭାଇ ଦେଇଥିଲା ସୁପାରୀ

ବଲାଙ୍ଗୀର: ସମ୍ପର୍କରେ ରକ୍ତର ଛିଟା । ଜମିବାଡି ବିବାଦକୁ ନେଇ ଭାଇ ସାଜିଲା ଭଗାରୀ । ଭାଇକୁ ହତ୍ୟା ପାଇଁ ଭାଇ ରଚିଥିଲା ଷଡଯନ୍ତ୍ର, ଶେଷରେ ସୁପାରୀ ଦେଇ ଜୀବନ ନେଲା ଭାଇ । ଆମେ କହୁଛି ଗତ ୧୬ ତାରିଖ ଦିନ ଭୀମ ଭୋଇ ମେଡିକାଲ ପରିସରରେ ଘଟିଥିବା ହତ୍ୟାକାଣ୍ଡର କଥା । ଦୁର୍ବୃତ୍ତଙ୍କ ଆକ୍ରମଣରେ ମାଆ ସାମ୍ନାରେ ଚାଲି ଯାଇଥିଲା ପୁଅର ଜୀବନ । ଏହି ଘଟଣାର ପର୍ଦ୍ଦାଫାଶ କରି ପୋଲିସ ୪ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଜଣେ ସମ୍ପର୍କୀୟ ଭାଇ ସୁପାରୀ ଦେଇ ଯୁବକଙ୍କୁ ହତ୍ୟା କରିଥିବା ଜଣାପଡିଛି ।

ମାଆ ସାମ୍ନାରେ ପୁଅକୁ ହତ୍ୟା, ଭାଇକୁ ହତ୍ୟା ପାଇଁ ସମ୍ପର୍କୀୟ ଭାଇ ଦେଇଥିଲା ସୁପାରୀ

ଏହା ମଧ୍ୟ ପଢନ୍ତୁ:ଇଡିଲି ବିକ୍ରିରୁ ଜଘନ୍ୟ ହତ୍ୟା, ମାଆ ସାମ୍ନାରେ ପୁଅକୁ ହାଣିଲେ ଦୁର୍ବୃତ୍ତ

ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଡ଼ରେ ଇଡିଲି ବିକ୍ରି କରିବାକୁ ଜୟନ୍ତୀ ଦୋରା ଓ ତାଙ୍କ ପୁଅ ଅଜୁ ଦୋରା ମଙ୍ଗଳବାର ଭୋର ୫ଟା ସମୟରେ ସ୍କୁଟି ଯୋଗେ ଆସୁଥିଲେ । ଏହି ସମୟରେ ୨ଜଣ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ଜୟନ୍ତୀ ଦୋରା ଆହତ ହୋଇଥିବା ବେଳେ ଆଜୁଙ୍କ ମୃତ୍ୟୁ ହୋଇଥିଲା ।

ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଘଟଣାର ପର୍ଦ୍ଦାଫାଶ କରି ୪ଜଣଙ୍କୁ ଗିରଫ କରିଛି । ଗିରଫ ୪ ଅଭିଯୁକ୍ତ ହେଉଛନ୍ତି ମୃତ ଅଜୁଙ୍କ ସମ୍ପର୍କୀୟ ଭାଇ ମୁନା ଦୋରା, ଲଳିତ ନଗରର ରାହୁଲ ପାଣିଗ୍ରାହୀ, ନୂଆପଡ଼ା ଜିଲ୍ଲାର ସୋମ ପୁଞ୍ଜି, ବ୍ରାହ୍ମଣପଡ଼ାର ଚନ୍ଦ୍ର ପ୍ରଧାନ । ତେବେ ମୃତ ଅଜୁ ଦୋରାର ସମ୍ପର୍କୀୟ ଭାଇ ମୁନା ଦୋରାଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ତେବେ ମୁନା ଦୋରା ନିଜ ଭାଇକୁ ହତ୍ୟା କରିବା ପାଇଁ ବଲାଙ୍ଗୀରର ରାହୁଲ ପାଣିଗ୍ରାହୀ ଓ ସୋମ ପୁଞ୍ଜିକୁ ଏକ ଲକ୍ଷ ଟଙ୍କା ସୁପାରୀ ଦେଇଥିଲା । ଅଭିଯୁକ୍ତମାନେ ଅନେକ ଥର ଅଜୁ ଦୋରାକୁ ହତ୍ୟା କରିବାର ପ୍ରୟାସ କରି ବିଫଳ ହେବା ପରେ ଗତ 16 ତାରିଖରେ ହତ୍ୟା କରିବାରେ ସଫଳ ହୋଇଥିଲେ । ତେବେ ଅଭିଯୁକ୍ତଙ୍କୁ ଚନ୍ଦ୍ର ପ୍ରଧାନ ସାହାଯ୍ୟ କରିଥିଲା ।

ବଲାଙ୍ଗୀର ପୋଲିସ ଏହି ଘଟଣାରେ ସମସ୍ତ ଚାରି ଜଣଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, ପାଞ୍ଚଟି ମୋବାଇଲ, ନଗଦ 9500 ଟଙ୍କା ଓ ଏକ ବାଇକ ଜବତ କରିଛି । ସେହିପରି ଅଭିଯୁକ୍ତ ମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ ରିକ୍ରିଏସନ କରି ଚାରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ଥିବାର ବଲାଙ୍ଗୀର ଏସ ପି ନୀତିନ କୁଶଳ କର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.